Advertisment

Viral Video: କ୍ଲାସ ରୁମ୍‌ରେ କୁନି କୁନି ପିଲାଙ୍କ କମାଲ, କିଏ ଭାଇଜାନ ତ କିଏ ବିରାଟ୍...

କ୍ଲାସ ରୁମ୍‌ରେ କୁନି କୁନି ମଡେଲ୍ । ଭଳିକି ଭଳି ଢଙ୍ଗରେ ରାମ୍ପ ୱାକ୍ କରି ଦେଖାଇଲେ ଜଲୱା । ସମସ୍ତଙ୍କ ଅନ୍ଦାଜ ଥିଲା ନିଆରା । ଆଉ ସବୁଠୁ ପ୍ରଶଂସନୀୟ ଶିକ୍ଷକଙ୍କ ଅଭିନବ ପ୍ରୟାସ । ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କ ମନକୁ ଛୁଇଁଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Class room ramp walk

Class room ramp walk

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର...ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଗୁରୁ ହିଁ ଇଶ୍ୱରଙ୍କ ଅନ୍ୟ ରୂପ । କାରଣ ଗୁରୁ କେବଳ ଯେ ଶିକ୍ଷାଦାନ କରନ୍ତି ତାହା ନୁହେଁ । ଛାତ୍ରଛାତ୍ରୀଙ୍କୁ ଭଲ ମଣିଷଟିଏ କରି ଗଢି ତୋଳିବା ପଛରେ ଯେତିକି ଅବଦାନ ପିତାମାତାଙ୍କର ଥାଏ, ଠିକ୍ ସେତିକି ଗୁରୁଙ୍କର ବି ଥାଏ । ସେଥିପାଇଁ ତ ଗୁରୁ-ଶିଷ୍ୟ ସମ୍ପର୍କ ସବୁବେଳେ ସ୍ୱତନ୍ତ୍ର । 

Advertisment

ଏମିତି ଏକ ଗୁରୁଙ୍କ ବିଷୟରେ ଆସନ୍ତୁ ଜାଣିବା, ଯିଏ ନିଜ ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ଅନନ୍ୟ ପ୍ରୟାସ କରିଛନ୍ତି । କୁନିକୁନି ପିଲମାନଙ୍କ ପାଇଁ କ୍ଲାସରୁମ୍ ଭିତରେ ହୋଇଛି ରାମ୍ପ ୱାକ୍ । ଯାହାକି ଏହି କୁନି ବିଦ୍ୟାର୍ଥୀଙ୍କ ମୁହଁରେ ହସ ଖେଳାଇ ପାରିଛି । 

ଆଉ କ୍ଲାସ୍‌ ରୁମ୍‌ରେ କମାଲ କରିଛନ୍ତି ଏହି କୁନି କୁନି ପିଲା । ସେମାନଙ୍କ ରାମ୍ପ୍ ୱାକ୍‌ ବି କେଉଁ ମଡେଲ୍‌ଠୁ କମ୍‌ ନୁହେଁ ।  କିଏ ମୁଣ୍ଡରେ ରୁମାଲ୍‌ ବାନ୍ଧି ଚାଲୁଛି ତ ଆଉ କେହି କ୍ରିକେଟର୍‌ ଅନ୍ଦାଜରେ ବ୍ୟାଟ୍‌ ଚଳାଉଛି । କିଏ ସଲମାନ ଖାନ୍ ସାଜିଛି ତ କିଏ ହୋଇଛି ବିରାଟ୍‌ । ସେହିପରି କିଏ ଫ୍ଲାଇଂ କିସ୍‌ ଦେଉଛି ତ କିଏ କରୁଛି ଡ୍ୟାନ୍ସ । 

Advertisment

ଏସବୁର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ଅନେକ କମେଣ୍ଟ କରିଛନ୍ତି ୟୁଜର୍ସ । ସମସ୍ତେ ଶିକ୍ଷକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ତେବେ ଏହି ଭିଡିଓଟି ମେଘାଳୟର ବୋଲି କୁହାଯାଉଛି । ଶିକ୍ଷକଙ୍କ ବିଷୟରେ ସଠିକ୍‌ ତଥ୍ୟ ମିଳିପାରିନଥିଲେ ବି ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । କାରଣ ତାଙ୍କର ଏହି ପ୍ରୟାସ କୁନି ପିଲାଙ୍କ ମୁହଁରେ ହସ ଫୁଟାଇପାରିଛି । ହସିଖେଳି ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରୟାସ କରିବାର ଏହି ଉଦ୍ୟମକୁ ନେଇ ଏବେ ସବୁଠି ଚର୍ଚ୍ଚା । 

ଅଧିକ ପଢନ୍ତୁ: ଅନାଥ ଝିଅକୁ ଘରଣୀ କଲେ ସ୍କୁଲ ଶିକ୍ଷକ; କଳୁଷିତ ପ୍ରଥାକୁ କଲେ ଦୂର...

Student Teacher Viral Video Fashion Ramp Walk
Advertisment
Related Articles
Advertisment