Advertisment

Man wandering after break up: ବ୍ରେକ୍‌-ଅପ୍‌ ପରେ ନିଖୋଜ ଯୁବକ, ପ୍ରେମିକାକୁ ଭୁଲିବାକୁ ସବୁ ଛାଡ଼ି ଜଙ୍ଗଲ ଚାଲିଗଲେ..

ବ୍ରେକ୍‌ ଅପ୍‌ ପରେ ସବୁ କିଛି ଛାଡ଼ିଦେଲେ । ଦାମୀ ଫ୍ଲାଟ୍‌, ଦାମୀ ମୋବାଇଲ ସବୁକୁ ତ୍ୟାଗ କରି ଏକୁଟିଆ ଚାଲି ଚାଲି କେଉଁଆଡ଼େ ଚାଲିଗଲେ ଯୁବକ । ଘର ଦ୍ୱାର ଛାଡ଼ି ପାଦରେ ଚାଲି ଚାଲି ଗଲେ ୪୦ କିଲୋମିଟର । ବହୁ ଖୋଜାଖୋଜି ପରେ ସାମନାକୁ ଆସିଲା ସତ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Man Found Wandering In Mountains

Man Found Wandering In Mountains

ପ୍ରେମିକାକୁ ଭୁଲିବାକୁ ପ୍ରକୃତି କୋଳରେ ଆଶ୍ରୟ ନେଲେ । ବ୍ରେକ୍‌ ଅପ୍‌ ପରେ ସବୁକିଛି ଛାଡ଼ି ପାହଡିଆ ଘଞ୍ଚ ଜଙ୍ଗଲକୁ ଚାଲିଗଲେ ଜଣେ ଯୁବକ । ପ୍ରେମିକାର ବିରହ ପରେ ତାକୁ ଭୁଲିବାକୁ ଲକ୍ସରୀ ଲାଇଫଷ୍ଟାଇଲ୍ ଛାଡ଼ି ବଣ, ଜଙ୍ଗଲ ଘେରା ପାହାଡିଆ ସ୍ଥାନକୁ ଯାଇ ସେଠାରେ ୬ ଦିନ ବିତାଇଛନ୍ତି । ଏହି ଯୁବକ ହେଲେ ଚୀନର ସିଆଓଲିନ । 

Advertisment

ଚୀନର ଏକ ଗଣମାଧ୍ୟମର ସୂଚନା ଅନୁସାରେ, ସିଆଓଲିନ ଗତ ୨୦ ତାରିଖରେ ନିଜର ଫ୍ଲାଟ୍‌ ଛାଡି ପାଦରେ ଚାଲି ଚାଲି ଯାଇଥିଲେ ଶେଷ ଥର ପାଇଁ ସେ ଯାଇଥିବା ଏକ ସ୍ଥାନକୁ ।  ଆଉ ତା' ପର ଦିନ ଦିନ ଗୋଟାଏରେ ପହଞ୍ଚିଥିଲେ ଦାଲାଙ୍ଗ ପର୍ବତରେ । ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ସିଆଓଲିନଙ୍କ ଭାଇ ଝୋଜିୟାଙ୍ଗ ନିଜ ଭାଇ ନିଖୋଜ ଥିବା ନେଇ ପୋଲିସକୁ ଜଣାଇଥିଲେ । ୟୁହାଙ୍ଗ ପୋଲିସ ଯେତେବେଳେ ସିଆଓଲିନଙ୍କୁ ଖୋଜିବାକୁ ତନାଘନା ଆରମ୍ଭ କଲା, ତାଙ୍କ ଫ୍ଲାଟ୍‌(ଭଡ଼ା ଘର) ଖାଲି ଥିବା ଦେଖିବାକୁ ପାଇଲା । ସେଠାରେ ତାଙ୍କ ଫୋନ ଭଙ୍ଗାରୁଜା ଅବସ୍ଥାରେ ପଡିଥିଲା । 

ଏହି ଘଟଣା ରହସ୍ୟମୟ ଲାଗିବାରୁ ପୋଲିସ ଜୋରଦାର ଛାନଭିନ କଲା । ଡଗ୍‌ ସ୍କ୍ୱାର୍ଡଠୁ ନେଇ ଡ୍ରୋନ୍‌ ପର୍ଯ୍ୟନ୍ତ ଅତ୍ୟାଧୁନିକ ଉପକରଣ ସବୁ ବ୍ୟବହାର କରି ପୋଲିସ ତଦନ୍ତ ଜାରି ରଖିଥିଲା । ଏହାପରେ ଜୁନ ୨୬ ତାରିଖରେ ସିସିଟିଭି ଫୁଟେଜରେ ସିଆଓଲିନଙ୍କୁ ଚିହ୍ନଟ କଲା ପୋଲିସ । ଲିନାନ୍ ଜିଲ୍ଲାର ଏକ ପାର୍କରେ ସେ ବୁଲୁଥିବାର ଦେଖିବାକୁ ମିଳିଥିଲା। 

Advertisment

ୟୁହାଙ୍ଗ ପୋଲିସ ଷ୍ଟେସନର ଡେପୁଟୀ ଡାଇରେକ୍ଟର ହୁ ଲିଲିଆଙ୍ଗ କହିଛନ୍ତି, "ଆମେ ଜାଣିବାକୁ ପାଇଲୁ ଯେ, ସେ ବ୍ରେକ୍‌ ଅପ୍‌ କାରଣରୁ ଡିପ୍ରେସନରେ ଥିଲେ । ଯେଉଁଥିପାଉଁ ସେ ଘରଦ୍ୱାର ଛାଡ଼ି ଚାଲିଯାଇଥିଲେ । ଆମେ ତାଙ୍କୁ ଠାବ କରିବା ସମରେ ସେ ଚିରା ଫଟା ପୋଷାକ ପିନ୍ଧିଥିଲେ । ସହରରୁ ପ୍ରାୟ ୪୦ କିଲୋମିଟର ଦୂର ଜଙ୍ଗଲକୁ ପାଦରେ ଚାଲି ଚାଲି ଯାଇଥିଲେ । ସେଠାରେ ବଣ ଜଙ୍ଗଲରେ ଫଳମୂଳ ତୋଳି ଖାଉଥିଲେ ।" ଏପରିକି ପଚରାଉଚରାବେଳେ ସିଆଓଲିନ କହିଛନ୍ତି ଯେ, ପ୍ରଥମ ୩ ଦିନ ସେ ଭୋକ ଉପାସରେ ଥିଲେ । ଏହାପରେ ଅତ୍ୟଧିକ ଦୁର୍ବଳ ଲାଗିବାରୁ ଫଳ ସଂଗ୍ରହ କରି ଖାଇଥିଲେ । 

ସେପଟେ ଏହି ଖବର ଭାଇରାଲ ହେବା ପରେ ୟୁଜର୍ସଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ୟୁଜର ଲେଖିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ଯେ ସେ ବିନା ଫୋନରେ କେମିତି ରହିପାରିଲେ ।" ଆଉ ଜଣେ ଲେଖିଛନ୍ତି, "ଏହା ବହୁତ୍ ଅଧିକ ହୋଇଗଲା ।" ସେହିପରି ଅନ୍ୟ ଜଣେ କମେଣ୍ଟ କରିଛନ୍ତି, "ସେ ରିଲେସନସିପ୍‌ ମ୍ୟାଟେରିଆଲ ନଥିଲେ । ସେ ଝିଅର ଭାଗ୍ୟ ଭଲ ଯେ ବ୍ରେକ୍‌ ଅପ୍‌ କରିଛି ।"

ଅଧିକ ପଢନ୍ତୁ: ପ୍ରେମିକ ସହ ସ୍ତ୍ରୀ ଫେରାର, ଖୁସିରେ ଆତ୍ମହରା ସ୍ବାମୀ

CCTV Viral Video Breakup
Advertisment
Related Articles
Advertisment