/odishatv-khabar/media/post_attachments/uploadimage/library/16_9/16_9_0/Viral_Post_1751102819.jpg)
Viral Post
ଆଜିକା ସମୟରେ ଘର ଭଡା ଓ ଘର କିଣିବା ୨ଟି ବଡ଼ ସମସ୍ୟା । ଯଦି ଆପଣ ବଡ଼ ବଡ଼ ସହରରେ ଘର ଖୋଜୁଛନ୍ତି ତେବେ ଏହି ସମସ୍ୟା ଆହୁରି ଜଟିଳ । ସେଥିରେ ପୁଣି ଘର ମାଲିକଙ୍କ ଅଜବ ଅଜବ ସର୍ତ୍ତ । ଯେପରିକି ଅବିବାହିତଙ୍କୁ ଘର ଭଡ଼ା ଦେବେନି , ରାତି ୧୦ଟା ପରେ ଘରକୁ ଆସିପାରିବେନି, ଘରକୁ କୁଣିଆ ଆସିପାରିବେନି ଏଭଳି ଅନେକ କିଛି । ଚେନ୍ନାଇର ଜଣେ ଘର ମାଲିକଙ୍କ ଅଜବ ଡିମାଣ୍ଡକୁ ନେଇ ଏବେ ସୋସିଆଲ ମିଡିଆରେ ବିତର୍କ ଚାଲିଛି ।
ଘର ମାଲିକଙ୍କ ସର୍ତ୍ତ ହେଉଛି ସେ କେବଳ ଶାକାହାରୀ ପରିବାରକୁ ଘର ଭଡ଼ା ଦେବେ । ସୋସିଆଲ ମିଡିଆ ସାଇଟ ଏକ୍ସରେ ଜଣେ ୟୁର୍ଜର ଘର ମାଲିକଙ୍କ କେବଳ ଶାକାହାରୀ ଭଡାଟିଆ ରଖିବାର ସର୍ତ୍ତର ମେସେଜର ସ୍କ୍ରିନସଟ୍ ସେୟାର କରିଛନ୍ତି । ଆଉ ସେବେଠୁ ଆରମ୍ଭ ହୋଇଯାଇଛି ତର୍କବିତର୍କ ।
ଅଧିକ ପଢ଼ନ୍ତୁ: ରେଳ ଟ୍ରାକ୍ରେ ଫୁଲ୍ ସ୍ପିଡ୍ରେ ଚଲାଇଲେ କାର୍...୧୫ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ
ଚେନ୍ନାଇର ଜଣେ ବାସିନ୍ଦା ହେଉଛନ୍ତି ପ୍ରଶାନ୍ତ ରଙ୍ଗାସ୍ବାମୀ । ସେ ଜଣେ ଘର ମାଲିକଙ୍କ ଏଭଳି ସର୍ତ୍ତ ଥିବା ମେସେଜର ସ୍କ୍ରିନସଟ୍ ସେୟାର କରିଛନ୍ତି । ସେଥିରେ ଲେଖାଯାଇଛି ‘କ୍ଷମା କରନ୍ତୁ ସାର, କେବଳ ଶାକାହାରୀ ପରିବାର ଦେଖୁଛୁ । ରଙ୍ଗାସ୍ବାମୀ ଏହି ବିଚିତ୍ର ସର୍ତ୍ତକୁ ଏକ କ୍ୟାପସନ ଦେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଲେଖିଛନ୍ତି ଚେନ୍ନାଇରେ ଭଡାଘର ଖୋଜିବା ପାଇଁ ନନଭେଜ ଖାଇବା ହାନିକାରକ ଅଟେ ।
Eating non veg is injurious to finding flats for rent in Chennai . pic.twitter.com/MyWWYuJ0vB
— Prashanth Rangaswamy (@itisprashanth) June 26, 2025
ଖାଇବାକୁ ନେଇ ଭେଦଭାବକୁ ଅନେକ ଲୋକ ସମାଲୋଚନା କରିଛନ୍ତି । ଜଣେ ୟୁଜର କହିଛନ୍ତି ମୁଁ ପୁରା ଜୀବନ ଆମିଶ ଖାଇନି । କିନ୍ତୁ ୟୁରୋପରେ ଆମିଷ ଖାଉଥିବା ଲୋକଙ୍କ ଭିତରେ ରହୁଥିଲି । ସେଥିପାଇଁ ମତେ ଏଭଳି ସର୍ତ୍ତ ବହୁତ ଦୟନୀୟ ଲାଗେ ।
ଜଣେ ୟୁଜର ଲେଖିଛନ୍ତି ଚେନ୍ନାଇରେ ଆମିଷ ଖାଉନଥିବା ଭଡାଟିଆଙ୍କ ପାଖରେ ସମୁଦ୍ର କୂଳରେ ଅନେକ ଆପାର୍ଟମଣ୍ଟ ରହିଛି । ଫଳରେ ଅନ୍ୟ ମାନଙ୍କୁ ଘର ଭଡ଼ା ମିଳିବାରେ ଅସୁବିଧା ହେଉଛି । ଭଡା ଛାଡିଦିଅନ୍ତୁ କିଛି ଲୋକ ଆମିଷ ଖାଉଥିବା ଲୋକଙ୍କୁ ଘର ବିକନ୍ତି ବି ନାହିଁ । ଏଭଳି ମାନସିକତା ବଦଳିବାକୁ ଆହୁରି ସମୟ ଲାଗିବ । ଆଉ ଜଣେ ୟୁଜର କହିଛନ୍ତି କିଛି ଲୋକ ଜାତି ଓ ଧର୍ମ ଆଧାରରେ ଘର ଭଡ଼ା ଦିଅନ୍ତି ।
ତେବେ କିଛି ଲୋକ ଘର ମାଲିକଙ୍କ ଏଭଳି ସର୍ତ୍ତକୁ ସମର୍ଥନ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଘର ମାଲିକ ନିଷ୍ପତ୍ତି ନେଇପାରିବେ ତାଙ୍କ ଘରେ କିଏ ଭଡ଼ାରେ ରହିବ । ମୁଁ ନନଭେଜ ଖାଏ କିନ୍ତୁ ଘର ମାଲିକ ନିଷ୍ପତ୍ତି ଉପରେ ନିର୍ଭର କରେ ସେ କାହାକୁ ଘର ଭଡ଼ା ଦେବ । ଯଦି ସେ ଶାକାହାରୀ ଆଉ ତାଙ୍କ ଘରେ ଆମିଷର ପ୍ରବେଶକୁ ପସନ୍ଦ କରୁନାହାନ୍ତି ତେବେ ଏହା ତାଙ୍କର ଅଧିକାର ।
ଆଉ ଜଣେ ୟୁଜର ଲେଖିଛନ୍ତି ଏଭଳି ସର୍ତ୍ତ ରଖିବା ଭୁଲ କିନ୍ତୁ ଘର ମାଲିକଙ୍କୁ ଭଡ଼ାଟିଆ ବାଛିବାର ପୁରା ଅଧିକାର ରହିଛି । ଆଉ ଜଣେ ୟୁଜର କହିଛନ୍ତି ମୋର କିଛି ଶାହାକାହୀ ବନ୍ଧୁ ଆମିଷ ଗନ୍ଧରେ ଅସୁସ୍ଥ ହୋଇପଡନ୍ତି । ମୁଁ ସେମାନଙ୍କୁ ଆମିଷ ମିଳୁଥିବା ସ୍ଥାନରେ ରହିବାକୁ ବାଧ୍ୟ କରିପାରିବିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)