Advertisment

ଷ୍ଟେଜ୍‌ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି, ପିଟାପିଟି...ଦେଖନ୍ତୁ ହାଇ ଭୋଲ୍‌ଟେଜ୍‌ ଡ୍ରାମା

ଷ୍ଟେଜ୍‌ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି ଓ ପିଟାପିଟି। କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି। ପରିସ୍ଥିତି ଏପରି ହୋଇଥିଲା ଯେ, ଚୁଟି ଝିଙ୍କାଝିଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Viral Video

Bride And Groom Fight Fiercely On Wedding Stage, Video Goes Viral

ଷ୍ଟେଜ୍‌ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି ଓ ପିଟାପିଟି। ତା’ବି ପୁଣି ଅତିଥି ଓ ପରିବାର ଲୋକଙ୍କ ସାମ୍ନାରେ। କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି। ପରିସ୍ଥିତି ଏପରି ହୋଇଥିଲା ଯେ, ଚୁଟି ଝିଙ୍କାଝିଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ୱେଡିଂ ଭେନ୍ୟୁ ସତେ ଯେମିତି ରଣକ୍ଷେତ୍ର ପାଲଟି ଯାଇଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। ଷ୍ଟେଜ୍‌ ଉପରେ ବର-କନ୍ୟାଙ୍କ ଏଭଳି ହାଇ ଭୋଲ୍‌ଟେଜ୍‌ ଡ୍ରାମା ସମସ୍ତଙ୍କୁ ଚକିତ କରିଛି। 

Advertisment

ଅଧିକ ପଢ଼ନ୍ତୁ: ହାତ ଯୋଡ଼ୁଛି ଜିଲ୍ଲାପାଳ ସାର ! ଘର ଖଣ୍ଡିଏ ଦେଲେ, ଏବେ ସ୍ତ୍ରୀ ବି ଦିଅନ୍ତୁ

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ଜୋରଜବରଦସ୍ତ କନ୍ୟାକୁ ବର ମିଠା ଖୁଆଉଛନ୍ତି। ହେଲେ କନ୍ୟାକୁ ଏସବୁ ଭଲ ନଲାଗିବାରୁ ଏହାର ସେ ପ୍ରତିବାଦ କରିଥିଲେ। ତଥାପି ବର ଜୋରଜବରଦସ୍ତ କନ୍ୟାକୁ ମିଠା ଖୁଆଇବା ପାଇଁ ପ୍ରୟାସ କରୁଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଥିଲା। ଶେଷରେ କନ୍ୟା ଏହାର ପ୍ରତିବାଦ କରି ବରକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ହାଇ ଭୋଲଟେଜ୍‌ ଡ୍ରାମା। 

Advertisment

କନ୍ୟା ଚାପୁଡ଼ା ମାରିବା ପରେ ବର ମଧ୍ୟ ଛାଡ଼ି ନଥିଲା। ସେ ମଧ୍ୟ କନ୍ୟାକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଫାଇଟ୍‌ ଆରମ୍ଭ ହୋଇଯାଇଥିଲା। ତା’ବି ପୁଣି ଷ୍ଟେଜ୍‌ ଉପରେ ଓ ଅତିଥିଙ୍କ ସାମ୍ନାରେ। କେତେବେଳେ ବର, କନ୍ୟାକୁ ଠେଲି ଦେଉଥିଲା ତ ଆଉ କେତେବେଳେ କନ୍ୟା ବରକୁ ଠେଲି ଦେଉଥିଲା। ପରିସ୍ଥିତି ଏପରି ହୋଇଲା ଯେ, ଚୁଟି ଝିଙ୍କାଝିଙ୍କି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ସମ୍ପର୍କୀୟ ଉଭୟ ବର ଓ କନ୍ୟାକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। 

ଟ୍ୱିଟରରେ  ‘Ghar Ke Kalesh’ ୟୁଜର ନାଁରେ ଏହି ଭିଡିଓଟି ଶେଆର ହୋଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓକୁ ୫୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। 

Viral Video Marriage
Advertisment
Advertisment