Advertisment

Viral Video: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ କଙ୍ଗନା ଶର୍ମା ବୋଲ୍ଡ ଅବତାର ନେଇ ସିଡ଼ିରେ ପାପାରାଜୀଙ୍କ ସାମ୍ନାରେ ଆକର୍ଷଣୀୟ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ହାଇ ହିଲ୍ ସାଣ୍ଡାଲ୍ ପିନ୍ଧି ତଳକୁ ଓହ୍ଲାଇବା ମାତ୍ରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Kangana Sharma misstep in heels on stairs

Kangana Sharma misstep in heels on stairs

ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ କଙ୍ଗନା ଶର୍ମାଙ୍କୁ ଭାରିପଡିଲା ଫ୍ୟାସନ୍‌। ହଟ୍ ଲୁକ୍‌ରେ ଫ୍ୟାସନ ପୋଜ ଦେଉଦେଉ ପଡିଲା ମହଙ୍ଗା। କଙ୍ଗନା ଶର୍ମା ଭାରସାମ୍ୟ ହରାଇ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ପଡ଼ିଯାଇଛନ୍ତି। ଏହି ଘଟଣା ସେଠାରେ ଥିବା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲା।

Advertisment

କଙ୍ଗନା ବୋଲ୍ଡ ଅବତାର ନେଇ ସିଡ଼ିରେ ପାପାରାଜୀଙ୍କ ସାମ୍ନାରେ ଆକର୍ଷଣୀୟ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ହାଇ ହିଲ୍ ସାଣ୍ଡାଲ୍ ପିନ୍ଧି ତଳକୁ ଓହ୍ଲାଇବା ମାତ୍ରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।

Advertisment


ପାହାଚରୁ ଖସିପଡିଲେ:

କଙ୍ଗନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, କଙ୍ଗନା ଖସିଯିବା ପରେ ତାଙ୍କ ଗୋଡ ମୋଡି ହୋଇଯାଇଥିଲା। ତେଣୁ ସେ ତାଙ୍କ ଗୋଇଠିକୁ ଦବାଉଥିବାର ଦେଖିବାକୁ ମିଳିଥିଲା। ଏହି ପୂରା ଘଟଣା ସତ୍ତ୍ୱେ କଙ୍ଗନାଙ୍କ ମୁହଁରେ ହସ ଥିଲା।

ଆହତ ହୋଇଥିଲେ ମଧ୍ୟ ସେ ତାଙ୍କ ଆଖପାଖ ଲୋକଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ। ଭିଡିଓରେ, କଙ୍ଗନା ଏକ କଳା ଚକଚକିଆ ସିକ୍ୱିଣ୍ଡ ପୋଷାକ ପିନ୍ଧିଥିଲେ। ସେ ତାଙ୍କ ଚୁଟିକୁ ଖୁବ୍ ଷ୍ଟାଇଲିସ୍ କରିଥିବା ବେଳେ ହାଲୁକା ମେକଅପ୍ ନେଇ ଖୁବ୍ ଗ୍ଲାମରସ୍ ଲାଗୁଥିଲେ।

ଅଧିକ ପଢ଼ନ୍ତୁ: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

ଲୋକଙ୍କ ଚିନ୍ତା:

ଏହି ଘଟଣା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ କଙ୍ଗନାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଅନେକ ଲୋକ ତାଙ୍କର ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସକୁ ପ୍ରଶଂସା କରିଛନ୍ତି। ଏହି ସମୟରେ କେତେକ ଲୋକ ହାଇ ହିଲ୍ କାରଣରୁ ଏଭଳି ହେବା କହିଛନ୍ତି।


ଲୋକଙ୍କ ଟ୍ରୋଲ୍:

ତେବେ ଏଭଳି ପୋଷାକ ପାଇଁ ଲୋକେ ତାଙ୍କୁ ନକାରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ମଜା କରି କହିଛନ୍ତି – ପ୍ରଥମ ଥର କିଛି ଠିକ୍ ହେଲା। ଆଉ ଜଣେ କହିଛନ୍ତି କିଛି କପଡା ପିନ୍ଧିଦେଇଥିଲେ ଠିକ ହୋଇଥାନ୍ତା। ଏମିତି ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରୁଛନ୍ତି।


କ୍ୟାରିୟର୍ ଆରମ୍ଭ:

କଙ୍ଗନା ଶର୍ମା ନିଜର ଫ୍ୟାଶନ ସେନ୍ସ ଏବଂ ସୋସିଆଲ ମିଡିଆରେ ତାଙ୍କର ପ୍ରଭାବଶାଳୀ ଉପସ୍ଥିତି ପାଇଁ ଜଣାଶୁଣା। କଙ୍ଗନା ବଲିଉଡ୍‌ରେ ଚଳଚ୍ଚିତ୍ର 'ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି'ରୁ କ୍ୟାରିୟର୍ ଆରମ୍ଭ କରିଥିଲେ। ପରେ ସେ 'ଦି କପିଲ ଶର୍ମା ସୋ' ଏବଂ 'ତୁ ସୂରଜ ମେ ସାଞ୍ଜ ପିୟାଜୀ' ପରି ଟେଲିଭିଜନ ଶୋ’ରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ବୋଲ୍ଡ ଲୁକ୍:

କିଛି ବ୍ୟକ୍ତିଗତ ସମସ୍ୟାର ସମ୍ମୁଖୀନ ହେବା ପରେ କଙ୍ଗନା କିଛି ସମୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିରତି ନେଇଥିଲେ। ତଥାପି, ବର୍ତ୍ତମାନ ସେ ପୁଣିଥରେ ନିଜ କ୍ୟାରିଅରକୁ ଅନୁସରଣ କରିବାରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଚମତ୍କାର ଚେହେରା କାରଣରୁ ସେ ଆଜିକାଲି ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି।

ଇନଷ୍ଟାଗ୍ରାମରେ ତାଙ୍କର ୨୮ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ଏହି ପ୍ଲାଟଫର୍ମରେ ସେ ଲଗାତର ତାଙ୍କର ଗ୍ଲାମରସ୍ ଫଟୋ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ଶେୟାର୍ କରନ୍ତି।

ଅଧିକ ପଢ଼ନ୍ତୁ: ମୋନାଲିସାଙ୍କ ରୂପ ନୁହେଁ, ତାଙ୍କ ସ୍ୱର ବି ସୁନ୍ଦର; ଶୁଣନ୍ତୁ ସେ ଗାଇଥିବା ଗୀତ

Bollywood Viral Video
Advertisment
Advertisment