• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଭୁ ଶ୍ରୀରାମଙ୍କୁ ନେଇ ଅନେକ କଥା ରହିଛି । ରାମାୟଣରେ ଭଗବାନ ରାମଙ୍କ ଜୀବନୀକୁ ନେଇ ସମସ୍ତ କଥା ବର୍ଣ୍ଣନା କରାଯାଇଛି । ହେଲେ ଭାବିଛନ୍ତି, ଭଗବାନ ଶ୍ରୀରାମ ସତରେ କେମିତି ଦେଖିବାକୁ ହୋଇଥିବେ । ଭଗବାନଙ୍କ ଶରୀର କେମତି ଥିବ । ସତରେ କ’ଣ ରାମାୟଣରେ ଲେଖାଥିବା ପ୍ରଭୁ ରାମଙ୍କ ଜୀବନରେ ଏମିତି ଦୁଃଖ ଆସିଥିଲା ।

ଭଗବାନ ଶ୍ରୀ ରାମଙ୍କୁ ୧୪ ବର୍ଷ ବନବାସ ଯିବାକୁ ପଡ଼ିଥିଲା । ଏମିତି ଏକ ପୌରାଣିକ କଥାବସ୍ତୁକୁ ନେଇ ଶ୍ରୀ ରାମଙ୍କ ଫଟୋ ସାମ୍ନାକୁ ଆସିଛି । ଭଗବାନ ଶ୍ରୀରାମ ୨୧ ବର୍ଷରେ ଏମିତି ଦିଶୁଥିଲେ ବୋଲି ଅର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା AI ୨ଟି ଫଟୋ ଜାରି କରିଛି ।

AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋଟିକୁ ସାଧାରଣ ଲୋକମାନେ ବେଶ୍‌ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।

AI ଜାରି କରିଥିବା ଫଟୋରେ ଭଗବାନ ଶ୍ରୀରାମ ୨୧ ବର୍ଷ ବୟସରେ ଏପରି ଦିଶୁଥିଲେ ବୋଲି କୁହାଯାଇଛି । ରାମଙ୍କର ଦୁଇଟିଯାକ ଫଟୋ ଖୁବ୍‌ ସୁନ୍ଦର ହୋଇଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଗବାନ ରାମଙ୍କ ଫଟୋକୁ ନେଇ କିଛି ଲୋକ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ କହିବା ଅନୁସାରେ ରାମଚରିତମାନସ, ବାଲ୍ମିକୀ ରାମାୟଣରେ ଦିଆଯାଇଥିବା ତଥ୍ୟ ଅନୁସାରେ ଏହା ପ୍ରଭୁ ଶ୍ରୀରାମଙ୍କ ଚିତ୍ର ।