Advertisment

Viral Video: ଯମ ଭଳି ଅଚାନକ ମାଡ଼ି ଆସିଲା ପାଣି, ଆଖି ପିଛୁଳାକେ ଭାସିଗଲେ...

ଗୟା ଲଙ୍ଗୁରିୟା ହିଲ୍ ୱାଟର ଫଲ୍ ରେ ଆନନ୍ଦ ଉଠାଉଥିବା ବେଳେ ଅଚାନକ ପାଣି ମାଡି ଆସିବାରୁ ୬ ଜଣ ଯୁବତୀ ଓ ମହିଳା ପାଣିର ପ୍ରଖର ସ୍ରୋତରେ ଭାସିଯିବା ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଓ ଉଦ୍ଧାର କରିଥିଲେ ।

ଅଦ୍ୟତନ ହୋଇଛି
Waterfall

Waterfall

Advertisment

ଜଳପ୍ରପାତରେ ଯମ ଭଳି ଅଚାନକ ମାଡ଼ି ଆସିଲା ପାଣି। ଆଖି ପିଛୁଳାକେ ଭାସିଗଲେ ୬ ଯୁବତୀ ଓ ମହିଳା। କେହି କିଛି ବୁଝିବା ଆଗରୁ ଭସାଇ ନେଲା ପ୍ରଖର ସୁଅ। ତେବେ ଅନ୍ୟ ପର୍ଯ୍ୟଟକଙ୍କ ସହାୟତାରେ ଅଳ୍ପକେ ବର୍ତ୍ତିଗଲେ ନିଶ୍ଚିତ ବିପଦରୁ। ପ୍ରାୟ ୨ ମିନିଟ୍ ଅବଧିର ଭିଡିଓରେ କଏଦ ହୋଇଛି ଛାତିଥରା ଦୃଶ୍ୟ। ଆଶ୍ଚର୍ଯ୍ୟଜନକ ଭାବେ ମରଣ ମୁହଁରୁ ବର୍ତ୍ତିବାର ଏଭଳି ଘଟଣା ସାମ୍ନାକୁ ଆସିଛି ବିହାର ଗୟା ଜିଲ୍ଲାରୁ।

Advertisment

ଅଧିକ ପଢନ୍ତୁ: ଆଇମାଆଙ୍କ ନିଆରା ଚିଜ୍‌କେଜ୍… ବିନା ଶେକାରେ ହେଉଛି; ଖୁବ୍ ସହଜ, ପୂରା ଟେଷ୍ଟି

ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିହାରର ଗୟା ଜିଲ୍ଲାର ଲଙ୍ଗୁରିୟା ଜଳପ୍ରପାତରେ ଅଚାନକ ମାଡ଼ି ଆସିଥିଲା ପାଣି। ପର୍ଯ୍ୟଟକମାନେ ସେଠାରେ ପିକନିକ୍ କରୁଥିବା ବେଳେ, ଜଳସ୍ରୋତ କବଳରେ ଫସି ଯାଇଥିଲେ ୬ ଯୁବତୀ ଓ ମହିଳା। ଭାସି ଯାଉଥିବା ଜଣେ ମହିଳା ପ୍ରଥମେ ଗୋଟିଏ ପଥର ଡେଇଁ ସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିବା ବେଳେ, ତାଙ୍କ ପରେ ପରେ ଆଉ ୩ ଜଣ ଯୁବତୀ ସେଭଳି କରିବାକୁ ପ୍ରୟାସ କରିଥିଲେ । ହେଲେ ପାଣିରେ ଭାସି ଯାଉଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ଅନ୍ୟ ପର୍ଯ୍ୟଟକ। ଏହାପରେ ଅନ୍ୟ ୨ ଜଣଙ୍କୁ ବି ବହୁ କଷ୍ଟରେ ଉଦ୍ଧାର କରାଯାଉଥିବା ଦୃଶ୍ୟ ଭିଡିଓରେ କଏଦ ହୋଇଛି । ଏହି ଘଟଣାରେ ପଥରରେ ମାଡ଼ ହୋଇ ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

Advertisment

ଅଚାନକ ଏଭଳି ପାଣିର ସ୍ତର ବଢିଯିବା ଫଳରେ ସେମାନେ ମଧ୍ୟ ନାଚାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଯଦି ସଠିକ୍ ସମୟରେ ସେମାନଙ୍କୁ ଉଦ୍ଧାର କରି ନ ଥାଆନ୍ତେ, ତାହାଲେ ଏକ ବଡ ଅଇଟଣକୁ ଏଡାଇ ଯାଇ ପାରି ନ ଥାଆନ୍ତା । ଏହି ଭାଇରାଲ ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସମାନେ କମେଣ୍ଟ କରିଛନ୍ତି ଯେ, ବର୍ଷା ଦିନେ ଝରଣାକୁ ଥିବା ବିପଦ ।

ଅଧିକ ପଢନ୍ତୁ: ଛାରଖାର ହୋଇଗଲା ଗୋଟିଏ ପରିବାର, ଭାସିଗଲେ ୯ଜଣ ସଦସ୍ୟ

Bihar Social Media Viral Video Waterfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ