• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅତି ବିଭତ୍ସ । ଏମିତି ଦୃଶ୍ୟ ବୋଧ ହୁଏ ଆପଣ କେବେ ଦେଖିନଥିବେ । ଜଣେ କୁନି ପିଲାକୁ ୪ କୁକୁର ଝୁଣି ଖାଉଛନ୍ତି । ଆପଣ ଅନେକ ସମୟରେ ଦେଖିଥିବେ କୌଣସି ମଢ଼କୁ କୁକୁର ବିଲୁଆ ଆଦି ଖାଉଛନ୍ତି । କିନ୍ତୁ ସୋସିଆଲ ମିଡିଆ ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଯାହା ଜଣେ ସାଧାରଣ ଲୋକ ଦେଖିଲେ ବିଚଳିତ ହୋଇଉଠିବ । ସେ ଭିଡିଓଟି ଏତେ ବିଭତ୍ସ ଯେ, ଆଖି ଆପେ ବୁଜି ହୋଇଯିବ ।

ତେବେ ପୁରା ଘଟଣାଟି ହେଲା, ଜଣେ ୪ ବର୍ଷର କୁନି ପିଲା ରାସ୍ତାରେ ଯାଉଥିବା ବେଳେ ପ୍ରଥମେ କିଛି କୁକୁର ତାକୁ ଭୁକିଥିଲେ । ସେ ଡରି ଯାଇଥିଲା । ଆଉ କୁକୁର ମାନଙ୍କଠାରୁ ଦୁରେଇବାକୁ ଲାଗିଲା । ତେବେ ଗୋଟିଏ କୁକୁର ମାଡ଼ି ଆସିବାରୁ ସେ ଛନ୍ଦି ହୋଇ ତଳେ ପଡ଼ିଗଲା । ଆଉ ତାପରେ ଗୋଟିଏ ପରେ ଗୋଟିଏ ବୁଲା କୁକୁର ଏକାଠି ହୋଇ, ସେଇ କୁନି ଛୁଆକୁ ଝୁଣି ଖାଇବାକୁ ଲାଗିଲେ । ତାର ଅଣ୍ଟା, ଗୋଡ଼, ବେକ ଆଦିରୁ କାମୁଡ଼ି ମାଂସ ଛିଣ୍ଡାଇବାକୁ ଲାଗିଲେ କୁକୁର ।

ଏହି ଘଟଣା ହାଇଦ୍ରାବାଦରେ ଘଟିଛି । ଏହି ପୁରା ଘଟଣା ଏକ ସିସିଟିଭିରେ କଏଦ ହୋଇଛି । ବିଚ୍‌ ରାସ୍ତାରେ ଏଭଳି ଘଟଣା ଘଟିଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି ରାସ୍ତାରେ, କୁନି ପିଲା ଏବଂ ବୁଲା କୁକୁର ମାନଙ୍କ ବ୍ୟତିତ ଆଉ କେହି ନଥିଲେ । କୁକୁରମାନେ କୁନି ପିଲାଟିକୁ ଝୁଣିବା ପରେ ତା’ର ମୃତ୍ୟୁ ହୋଇଛି । ତେବେ କୁକୁର ମାନଙ୍କ କବଳରୁ ବଞ୍ଚିବା ପାଇଁ ସେ ଅନେକ ଚେଷ୍ଟା କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, କୁନି ପିଲାଟିର ବାପା ଗଙ୍ଗାଧର ସେହି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଭାବେ କାମ କରନ୍ତି । ପିଲାର ଚିତ୍କାର ଶୁଣି ସେ ଦୌଡ଼ି ଆସିଥିଲେ, ଏବଂ କୁକୁରଙ୍କ କବଳରୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହାଇଦ୍ରାବାଦର ଏକ ହାଉସିଂ ଷ୍ଟ୍ରିଟ୍ ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଛି। ଏହି ଅଞ୍ଚଳରେ ବୁଲା କୁକୁରଙ୍କ ଉତ୍ପାତ ଦିନକୁ ଦିନ ବଢୁଥିବା ବେଳେ ଏଥିପାଇଁ ପ୍ରଶାସନକୁ ସାଧାରଣ ଲୋକେ ଦାୟୀ କରିଛନ୍ତି।