Advertisment

BJP Postpones Election: ବିଜେପିର ବଡ଼ ଘୋଷଣା, କାଲି ହେବନି ରାଜ୍ୟ ସଭାପତି ନିର୍ବାଚନ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ । ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ ରହିଲା । ପୁରୀ ଅଘଟଣ ପାଇଁ ନିର୍ବାଚନ ସ୍ଥଗିତ ରଖିଲା ବିଜେପି । ଆଜି ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
BJP State President Election

BJP State President Election

ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ପୁରୀ ଟ୍ରାଜେଡୀ ପାଇଁ ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ ରଖାଯାଇଛି । ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସାଂସଦ କହିଛନ୍ତି, "ପୁରୀ ଅଘଟଣ ପାଇଁ ଆମେ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରଖାଗଲା । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ତାରିଖ ଧାର୍ଯ୍ୟ ହେବ ।"

Advertisment

ବିଜେପି ସାଂଗଠନିକ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜିଠୁ ଆରମ୍ଭ ହୋଇଥାନ୍ତା ପ୍ରକ୍ରିୟା । ବିଜେପିର ରାଜ୍ୟ ମୁଖିଆ ଚୟନ ପାଇଁ ବହୁ ଦିନରୁ ଅପେକ୍ଷା ରହିଥିଲା ।  ଆଜି ୧୧ଟାରୁ ୨ଟା ଯାଏଁ ନାମାଙ୍କନ ଦାଖଲ ସମୟ ରହିଥିଲା । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ୧୦ଟାରୁ ୧୨ ଟା ମଧ୍ୟରେ ମତଦାନ ହୋଇଥାଆନ୍ତା । ଆଉ ସାଢେ ୧୨ଟାରେ ପ୍ରକାଶ ପାଇଥାଆନ୍ତା ରାଜ୍ୟ ସଭାପତିଙ୍କ ନାଁ । 

ସୂଚନାଯୋଗ୍ୟ, ରେସ୍ ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ । କାରଣ, ଗ୍ରାଉଣ୍ଡ ଜିରୋରେ ସବୁ ସ୍ତରରେ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ମନମୋହନଙ୍କର ରହିଛି । ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ପାଇଁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି । ଏକାସଙ୍ଗେ ୨୦ ଜଣ ସାଂସଦ ଜିତିଥିବାରୁ ଦଳ ତାଙ୍କୁ ରିପିଟ୍ କରି ପୁଣି ଥରେ ପୁରସ୍କାର ଦେଇପାରେ ।

Advertisment

ମନମୋହନଙ୍କ ବ୍ୟତୀତ ରାଜ୍ୟ ସଭାପତି ଦୌଡରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବର୍ତ୍ତମାନ ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ରଙ୍କ ନାଁ ନେଇ ବି ଚର୍ଚ୍ଚା ହେଉଛି । ବିଜେପି ରାଜ୍ୟ ସଭାପତି ଚୟନକୁ ନେଇ ଦୀର୍ଘଦିନ ଧରି ଦଳରେ ସଂଶୟ ଲାଗି ରହିଥିଲା । ତେବେ ଏହି ନିର୍ବାଚନ ଆହୁରି ବିଳମ୍ବରେ ହୋଇପାରେ । 

ଅଧିକ ପଢନ୍ତୁ: ମୁଖିଆ କିଏ ହେବେ, କାଲି ସ୍ପଷ୍ଟ ହୋଇପାରେ, ଆବଶ୍ୟକ ହେଲେ ଜୁଲାଇ ୧ରେ ମତଦାନ

Puri BJP Bjp State President Odisha Stampede
Advertisment
Related Articles
Advertisment