Advertisment

Water Logging Problem: ରାସ୍ତା ଉପରେ ଡ୍ରେନ୍ ପାଣି...ଯାଜପୁରକୁ ଏବେ ଡେଙ୍ଗୁ ଡର, ପ୍ରଶାସନର ନାହିଁ ନଜର

ଡ୍ରେନ୍ ଗୁଡ଼ିକ ଜାମ୍ ହୋଇ ରହିବା ଫଳରେ ଦିନ ଦିନ ଧରି ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଲୋକେ ସେଇ ପାଣି ଭିତରେ ପଶି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଦୃଶ୍ୟ ପ୍ରଶାସନର ନଜରରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ଡେଙ୍ଗୁ ଜର। ଏହି ଜର ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

author-image
Prasan Subudhi
ଅଦ୍ୟତନ ହୋଇଛି
ମଶାଙ୍କ ଦୌରାତ୍ମ୍ୟ

ମଶାଙ୍କ ଦୌରାତ୍ମ୍ୟ

ମାତିଛି ହଇଜା । ଜିଲ୍ଲାରେ ଉତୁପାତ କରୁଛି ଡାଇରିଆ । ଏବେ ପୁଣି ଡରାଇଲାଣି ଡେଙ୍ଗୁ ମ୍ୟାଲେରିଆ । ଯାଜପୁର ଅବସ୍ଥା ଏବେ ବେହାଲ୍ । ଡ୍ରେନ୍ ଜାମ୍ ଯୋଗୁଁ ଜମି ରହିଥିବା ପଚା ପାଣି ପାଇଁ ମଶାଙ୍କ ବଂଶ ବୃଦ୍ଧି ପାଉଛି । ଏବେ ଏବେ ବ୍ୟାସନଗରରୁ ହଇଜା ଡାଇରିଆ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିଥିବା ବେଳେ ବ୍ୟାସନଗର ହିଁ ପାଲଟିଥିଲା ହଟସ୍ପଟ ।

Advertisment

ଏଭଳି ଅବସ୍ଥା ଯଦି ଲାଗି ରହେ ତାହେଲେ ଆଗକୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ମଧ୍ୟ ଅଧିକ ସମ୍ଭାବନା ରହିଛି । ବର୍ଷାଦିନ ଆରମ୍ଭରୁ ଡ୍ରେନେଜ ସମସ୍ୟା ଯୋଗୁ ସହରରେ ଲହଡି ମାରୁଛି ନର୍ଦ୍ଦମା ପାଣି । କେଉଁଠି ଦୋକାନ ଘରେ ତ ଆଉ କେଉଁଠି ସାଧାରଣ ଲୋକଙ୍କ ଘରେ ପାଣି ପଶିବା ହେତୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୱାର୍ଡବାସୀ । ଖାଲି ସେତିକି ନୁହେଁ, ମଶାଙ୍କ ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହେଲେଣି।

ଡ୍ରେନ୍ ଗୁଡ଼ିକ ଜାମ୍ ହୋଇ ରହିବା ଫଳରେ ଦିନ ଦିନ ଧରି ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଲୋକେ ସେଇ ପାଣି ଭିତରେ ପଶି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଦୃଶ୍ୟ ପ୍ରଶାସନର ନଜରରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ଡେଙ୍ଗୁ ଜର। ଏହି ଜର ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment

ପୌର ପରିଷଦ ପକ୍ଷରୁ ନିୟୋଜିତ ସଂସ୍ଥା ଦ୍ୱାରା ଡ୍ରେନ ସଫା କରାଯାଉନାହିଁ । ଫଳରେ ଡ୍ରେନ ଭିତରେ ଥିବା ଅଳିଆ ଆବର୍ଜନା ରାସ୍ତାରେ ଭାସୁଛି । ବିଭିନ୍ନ ସ୍ଥାନରେ ଏହି ଆବର୍ଜନା ଜଳ ଯୋଗୁ ଦୁର୍ଗନ୍ଧ ସୃଷ୍ଟି ହେଉଥିବା ବେଳେ ସେହି ରାସ୍ତାରେ ଯାତାୟତ କରିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ସାଧାରଣ ଲୋକେ । ବାଇକ ଓ ସାଇକେଲରେ ଯାଉଥିବା ଲୋକ ମଧ୍ୟ ରାସ୍ତାରେ ପଡି ଓଦା ହେବା ସହ ଖଣ୍ଡିଆ ଖାବରା ହେଉଛନ୍ତି । ବର୍ଷାଦିନ ଆରମ୍ଭରୁ ଏଭଳି ସମସ୍ୟା ସୃଷ୍ଟି ହେଲାଣି । ଆଗକୁ ଆହୁରି ଲଗାଣ ଓ ଲଘୁଚାପ ବର୍ଷା ଆସୁଛି । ଯଥାଶୀଘ୍ର ଏ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ସହରବାସୀ ।

ଯଦି ତୁରନ୍ତ ଏ ସମସ୍ୟାର ସମାଧାନ କରା ନଯାଏ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ୱାର୍ଡ ବାସିନ୍ଦା ।

Malaria Outbreak Water Logging Dengue Drainage Issue Cholera Outbreak
Advertisment
Advertisment