ଭାରତୀୟ ମହାକାଶ ଯାତ୍ରୀ ତଥା ଆକ୍ସିଅମ-୪ ମିଶନର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ୧୮ ଦିନର ଐତିହାସିକ ରହଣୀ ପରେ ପୃଥିବୀପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଛନ୍ତି । ଆଇଏସଏସରୁ ତାଙ୍କ ଡ୍ରାଗନ୍ ସ୍ପେସକ୍ରାଫ୍ଟ ଅନଡକିଂ ହେବାର ପ୍ରାୟ ୨୩ ଘଣ୍ଟା ପରେ ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରଶାନ୍ତ ମହାସାଗରରେ କାଲିଫର୍ଣ୍ଣିଆ ତଟରେ ଅବତରଣ କରିଥିଲେ । ଏହାକୁ ସ୍ପ୍ଲାଶ୍ ଡାଉନ କୁହାଯାଏ ।
ତେବେ ସମୁଦ୍ରରେ ଅବତରଣ ନକରି ଭୂମିରେ ମଧ୍ୟ ଅବତରଣ କରିହେବ । ଯାହାକୁ ବୋନ୍ ରାଟଲିଂ ବୋଲି କୁହାଯାଏ ଏବଂ ଏହା ମହାକାଶରୁ ଅବତରଣ କରିବା ପାଇଁ ଏକ ସହଜ ରାସ୍ତା, ଯାହା ପୂର୍ବରୁ ହେଉଥିଲା । କିନ୍ତୁ ଉଭୟ ପ୍ରକାର ଅବତରଣ କାଠିକର ହୋଇଥାଏ । ଗତ ସେପ୍ଟେମ୍ବର ୨୦୨୪ରେ ବୋଇଂ ଷ୍ଟାରଲାଇନର କ୍ୟାପସୁଲ୍ ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡ୍ସ ସ୍ପେସ୍ ହାର୍ବରର ଟାଣ ଭୂମିରେ ଲ୍ୟାଣ୍ଡିଂ କରିଥିଲା ।
ଅଧିକ ପଢ଼ନ୍ତୁ: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ
Also Read
ଆମେରିକା ଜଳରେ ଅବତରଣ କରିବା ପାଇଁ ପ୍ରାଧାନ୍ୟ ଦେଉଥିବା ବେଳେ ଚୀନ ଓ ରୁଷ ଭଳି ଦେଶ ମାନବଯୁକ୍ତ ମହାକାଶ ମିଶନରେ ଭୂମିରେ ଲ୍ୟାଣ୍ଡିଂ କରିବା ଉପରେ ନିର୍ଭର କରନ୍ତି । ୪୧ ବର୍ଷ ପୂର୍ବେ, ୧୯୮୪ ମସିହା ଏପ୍ରିଲ ମାସରେ, ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ସୋଭିଏତ୍ ସାଲୟୁତ୍ ୭ ସ୍ପେସ୍ ମିଶନ ପରେ ସୋୟୁଜ୍ ଟି-୧୦ କ୍ୟାପସୁଲରେ କାଜାଖାସ୍ତାନରେ ଅବତରଣ କରିଥିଲେ ।
ଜଳ ଅବତରଣ ଓ ଭୂମି ଅବତରଣ କିପରି ଭିନ୍ନ-
- ଜଳ ଅବତରଣ କଲେ ମହାକାଶଯାନର ଭଗ୍ନାବଶେଷ ବିଶାଳ ଓ ନିଜୀର୍ଣ୍ଣ ସମୁଦ୍ରରେ ପଡିଥାଏ । ଯାହା ଦ୍ୱାରା ଭୂମିରେ ଥିବା ସାଧାରଣ ଲୋକ ଓ କିମ୍ବା ସମ୍ପତ୍ତି ଉପରେ ପଡିନଥାଏ ଏବଂ ବିପଦ କମ୍ ଥାଏ ।
- ଭୂମିରେ ଲ୍ୟାଣ୍ଡିଂ କଲେ ମହାକାଶଯାନର ଭଗ୍ନାବଶେଷ ପରିଚାଳନା ପାଇଁ ଏକ ବିଶାଳ ଓ ନିୟନ୍ତ୍ରିତ କ୍ଷେତ୍ର ଆବଶ୍ୟକ ହୋଇଥାଏ ।
- ଜଳରେ ଅବତରଣ କଲେ ବାସ ଓ ଜନ ବହୁଳ ଅଞ୍ଚଳରେ ମହାକାଶଯାନର ଭଗ୍ନାବଶେଷ ପଡି କ୍ଷତି କରିବାର ଭୟ ନଥାଏ ।
ପୃଥିବୀରେ ଭୂମି ଅବତରଣ ବେଳେ ପାଣିପାଗ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥାଏ । କାଜାଖାସ୍ତାନ ଭଳି କଠିନ ଭୂମିରେ ଅବତରଣ କରିବା ଦ୍ୱାରା ସମୁଦ୍ର ପୁନରୁଦ୍ଧାର କରିବା ପାଇଁ ଯେଉଁ ଜଟିଳତା ଦେଖା ଯାଇଥାଏ ଓ ଖର୍ଚ୍ଚ ହୋଇଥାଏ, ତାହାକୁ ଏଡାଇ ଦିଆ ଯାଇପାରେ ।
ତେବେ ଭୂମି ଅବତରଣ ମଧ୍ୟ ସବୁବେଳେ ସହଜ ହୋଇନଥାଏ । କାରଣ ପାରାଚ୍ୟୁଟ ଖୋଲିବା ବେଳେ ଭିତରେ ପ୍ରଚଣ୍ଡ ଶବ୍ଦ ହୋଇଥାଏ । ଯାହା ଅନେକ ସମୟରେ ମହାକାଶଚାରୀଙ୍କ ପାଇଁ ଅସହଜ ହୋଇଥାଏ ।
ଅଧିକ ପଢ଼ନ୍ତୁ: ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା; ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ...