• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିଷ ତାର ଦୁଃଖ ସମୟରେ କାନ୍ଦିବାକୁ ଲାଗେ । ଜଣେ ବ୍ୟକ୍ତିଙ୍କୁ କୌଣସି କଷ୍ଟ ହେବା ଦ୍ୱାରା ସେ କାନ୍ଦିଥା’ନ୍ତି । ଶାରୀରିକ ହେଉ କି ମାନସିକ ଭାବେ ବ୍ୟକ୍ତି ଜଣକ ଯଦି ଆଘାତ ପାଆନ୍ତି ତେବେ ସେ କାନ୍ଦିବାକୁ ଲାଗିଥା’ନ୍ତି । ବେଳେବେଳେ ଅନେକ ସମୟରେ କିଛି ବ୍ୟକ୍ତିଙ୍କ ବିନା କରଣରେ ମଧ୍ୟ ଆଖିରେ ଲୁହ ଆସିଯାଇଥାଏ । ହେଲେ ଆପଣ ଜାଣନ୍ତି କି ଆଖିକୁ ପାଣି ବା ଲୁହ ଆସେ କିପରି ? ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି ବୈଜ୍ଞାନିକ କାରଣ ।

କିଛି ଲୋକ ଖୁବ୍‌ ହସି ହସି କାନ୍ଦି ପକାଇଥା’ନ୍ତି । ସେମାନଙ୍କ ଆଖିରେ ଧାର ଧାର ଲୁହ ଆସିଯାଇଥାଏ । ଆଉ କିଛି ଲୋକଙ୍କ ଆଖିରେ ଖୁସିର ଲୁହ ମଧ୍ୟ ଦେଖିବାକୁ ମିଳିଥାଏ । କିଛି ଲୋକ ନିଜର ଦୁଃଖ କାରଣରୁ କାନ୍ଦିବା ଦ୍ୱାରା ସେମାନଙ୍କ ମନ ହାଲୁକା ହୋଇଯାଇଥାଏ ।

କୁହାଯାଏ ଆମର ମନର ଅବସ୍ଥା ସହ ଲୁହର ସମ୍ପର୍କ ରହିଛି । ହେଲେ ଏହାକୁ ନେଇ କିଛି ବୈଜ୍ଞାନିକ କାରଣ ରଖିଛନ୍ତି । ସୂଚନା ଅନୁସାରେ କାନ୍ଦିବାର ଅନେକ କିଛି ମାଧ୍ୟମ ରହିଛି । ସେହିପରି ଆଖିରୁ ଲୁହ ଆସିବାର ମଧ୍ୟ ବହୁ କାରଣ ରହିଛି । ବୈଜ୍ଞାନିକଙ୍କ ଅନୁସାରେ ଆଖିର ଲୁହ ଆସିବାର କିଛି ବି ହୋଇପାରେ ।

ଆଖି ଓ ହୃଦୟକୁ କଷ୍ଟ ହେବାପରି କିଛି ଅନୁଭବ ହେଲେ ଲୁହ ଆସିଥାଏ । ସେହିପରି ଖିପ୍ର ପବନ ଆଖିକୁ ବାଧାଦେଲେ ମଧ୍ୟ ଆଖିରେ ପାଣି ଆସିଥାଏ । ଯେପରିକି ରୋଷେଇ ଘରେ ପିଆଜ କାଟିବା ସମୟରେ ସେଥିରେ ଥିବା କେମିକାଲ ଆଖିରେ ପାଣି ନେଇଆସିଥାଏ । ଯାହାକୁ ଆମେ ସିନ-ପ୍ରୋପେଂଥିୟଲ-ଏସ-ଅକ୍ସାଏଇଡ୍‌ କହିଥାଉ । ତେଣୁ ଏଥିପାଇଁ ପିଆଜ କାଟିବା ଦ୍ୱାରା ଆଖିରୁ ଲୁହ ଆସିଥାଏ ।

ଏହି କେମିକାଲ ଆଖିରେ ଥିବା ଲେକ୍ରାଇମଲ ଗ୍ଲେଣ୍ଡକୁ ଉତ୍ତେଜିତ କରିଥାଏ । ଯାହା ଦ୍ୱାରା ଆଖିରେ ଲୁହ ଆସିଥାଏ । କହିବାକୁ ଗଲେ ଲେକ୍ରାଇମଲ ଗ୍ଲେଣ୍ଡ ଉତ୍ତେଜିତ ହେବା ଯୋଗୁ ଜଣେ କାନ୍ଦିବାକୁ ଲାଗିଥାଏ ଅର୍ଥାତ୍‌ ଆଖିରେ ପାଣି ଆସିଥାଏ ।