Advertisment

‘ଇଣ୍ଟରନେଟ୍ ଆପୋକ୍ଲିପ୍ସ'କୁ ନେଇ ଚର୍ଚ୍ଚା...ସୌର ଝଡ଼ରେ ଠପ୍‌ ହୋଇଯିବ କି ଇଣ୍ଟରନେଟ୍ ସେବା ?

ଅନ୍ତର୍ଜାତୀୟ ଗଣମାଧ୍ୟମ ୱାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୨୫ରେ ସୂର୍ଯ୍ୟ ତାହାର ସୋଲାର ମ୍ୟାକ୍ସିମମ ସ୍ଥିତିକୁ ଆସିଯିବ। ଯାହାକୁ ସାମ୍ନା କରିବାକୁ ଆଜିକାର ଡିଜିଟାଲ ଦୁନିଆ ପ୍ରସ୍ତୁତ ନୁହେଁ। ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ବିଭିନ୍ନ ଆଶଙ୍କା ଓ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Internet Apocalypse

Sun To Reach Solar Maximum In 2 Years

Advertisment

ଆଗାମୀ ୨ ବର୍ଷ ମଧ୍ୟରେ ବନ୍ଦ ହୋଇଯିବ କି ଇଣ୍ଟରନେଟ୍‌ ସେବା ! ସୂର୍ଯ୍ୟ ଠାରୁ ବାହାରୁଥିବା  'ସୌର ଝଡ଼' ହେତୁ ଆମର ଇଣ୍ଟରନେଟ୍ କନେକ୍ସନ ଠପ୍ ହୋଇପାରେ। ଯଦି ସୌର ଝଡ ହୁଏ ତେବେ ସଂଚାର ଯୋଗାଯୋଗ ପ୍ରଭାବିତ ହେବ। ଇଣ୍ଟରନେଟ୍‌ ଯୁଗରେ ବଞ୍ଚୁଥିବା  ଲୋକେ କଣ କରିବେ ତାକୁ ନେଇ ଖୁବ୍‌ ଆଲୋଚନା ହେଉଛି। ‘ଇଣ୍ଟରନେଟ୍ ଆପୋକ୍ଲିପ୍ସ’ନେଇ ବର୍ତ୍ତମାନ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ‘ଇଣ୍ଟରନେଟ୍ ଆପୋକ୍ଲିପ୍ସ’ର ଅର୍ଥ ଇଣ୍ଟରନେଟ ସେବା ନଷ୍ଟ। ତେବେ ଏହା ପ୍ରକୃତରେ ହୋଇପାରେ କି?  ଏହା କଣ ସମ୍ଭବ । ତେବେ ଆସନ୍ତୁ ଜାଣିବା ଏବା ବିଷୟରେ କିଛି କଥା...।

Advertisment

ଅଧିକ ପଢ଼ନ୍ତୁ: ଜହ୍ନ ରାଇଜକୁ ଯିବ ଚନ୍ଦ୍ରୟାନ-୩, ଚଳଚଞ୍ଚଳ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟର

ଅନ୍ତର୍ଜାତୀୟ ଗଣମାଧ୍ୟମ ୱାସିଂଟନ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୨୫ରେ ସୂର୍ଯ୍ୟ ତାହାର ସୋଲାର ମ୍ୟାକ୍ସିମମ ସ୍ଥିତିକୁ ଆସିଯିବ। ଯାହାକୁ ସାମ୍ନା କରିବାକୁ ଆଜିକାର ଡିଜିଟାଲ ଦୁନିଆ ପ୍ରସ୍ତୁତ ନୁହେଁ। ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦକୁ ନେଇ ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ବିଭିନ୍ନ ଆଶଙ୍କା ଓ ଚର୍ଚ୍ଚା ହେଉଛି। ଏବାବଦରେ ନାସାର ନାମ ବିନା କାରଣରେ ବହୁଳ ମାତ୍ରାରେ ନିଆଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ୱାଶିଂଟନ୍‌ ପୋଷ୍ଟ କହିବା ମୁତାବକ ଏହା ପୂରାପୂରି କାଳ୍ପନିକ ନୁହେଁ। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସଂଗୀତା ଅବ୍‌ଦୁ ଜ୍ୟୋତି ୱାଶିଂଟନ୍‌ ପୋଷ୍ଟକୁ କହିଛନ୍ତି, ଏକ ଜୋର୍ ସୋଲାର ଝଡ଼ ପୃଥିବୀ ସହ ମାଡ଼ ହୋଇପାରେ। ଯାହା କେବେ ହୋଇନି। ତେଣୁ ଇଣ୍ଟରନେଟ୍‌ ବ୍ୟବସ୍ଥା ବ୍ୟାପକ ନଷ୍ଟ ହୋଇପାରେ।

୧୮୫୯ରେ କୋରିଙ୍ଗଟନ ଘଟଣାକୁ ଉଲ୍ଲେଖ କରି ସେ ଆହୁରି କହିଛନ୍ତି ଯେ, ସେହି ମସିହାରେ ପ୍ରଥମ ସୌର ଝଡ଼ ରେକର୍ଡ କରାଯାଇଥିଲା । ଏହା ପ୍ରାୟ ୧୭ ଘଣ୍ଟା ମଧ୍ୟରେ ପୃଥିବୀରେ ପହଞ୍ଚିଥିଲା । ଏହା ଟେଲିଗ୍ରାଫ୍ ନେଟୱାର୍କକୁ ପ୍ରଭାବିତ କରିଥିଲା ​​ଓ ଅନେକ ଅପରେଟର ଇଲେକ୍ଟ୍ରିକ୍ ସକ୍ ଅନୁଭବ କରିଥିଲେ। ୧୯୮୯ରେ ସୌର ଝଡ଼ ଯୋଗୁ କ୍ୟୁବେକ୍ ପାୱାର ଗ୍ରୀଡ୍ ଘଣ୍ଟାଏ ଧରି ବନ୍ଦ ହୋଇଯାଇଥିଲା। ତେବେ ଏଭଳି ଘଟଣା ସହ କେବେବି ବାସ୍ତବରେ ଅନୁଭବ ନାହିଁ। ଏହା ମଧ୍ୟ କହି ହେବନି ଯେ ସୌର ଝଡ଼କୁ ପ୍ରତିହତ କରି ଆମ ଭିତ୍ତିଭୂମି ତିଷ୍ଠି ରହିବା ପାଇଁ କିପରି ସଂଘର୍ଷ କରିପାରିବ।

Advertisment

ଅଧିକ ପଢ଼ନ୍ତୁ: ପୃଥିବୀପୃଷ୍ଠରୁ ଲୁଚାଇ ଦିଆଯିବ ସୂର୍ଯ୍ୟକିରଣ ! ବିଶ୍ୱତାପନ ବୃଦ୍ଧିରୁ ମୁକ୍ତି ପାଇବାକୁ ଆମେରିକାର ଯୋଜନା

ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦର ଲୋକପ୍ରିୟତା ବଢ଼ିବା ନେଇ ପ୍ରଫେସର ସଂଗୀତାଙ୍କ ରିସର୍ଚ୍ଚ ପେପର ସୋଲାର ସୁପର ଷ୍ଟ୍ରମ୍‌ସ: ପ୍ଲାନିଂ ଫର୍‌ ଏନ୍ ଇଣ୍ଟରନେଟ୍ ଆପୋକ୍ଲିପ୍ସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଏଥିରେ କହିଛନ୍ତି, ଏକ ଭୀଷଣ ସୌର ଝଡ଼ରେ ଇଣ୍ଟରନେଟ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ଯେପରିକି ସମୁଦ୍ର ତଳ ଦେଇ ଯାଇଥିବା ସଂଚାର କେବୁଲ। ଏହା ନଷ୍ଟ ହେଲେ ବହୁଦୂର ପର୍ଯ୍ୟନ୍ତ ଯୋଗାଯୋଗରେ ବାଧା ଦେଖା ଦେଇପାରେ।

ଆମେରିକା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୌର ଝଡ଼ ଯୋଗୁ ଇଣ୍ଟରନେଟ ବ୍ୟବସ୍ଥା ନଷ୍ଟ ହୋଇଯିବା ନେଇ ଆଶଙ୍କା କିମ୍ବା ସୂଚନା ପ୍ରକାଶ ପାଇନି। ମାତ୍ର ଲୋକେ ଏବାବଦରେ ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଏପରି ହେବ ତେବେ ସବୁବେଳେ ଅନ୍‌ଲାଇନ୍‌ରେ କାମ କରୁଥିବା ଲୋକେ କ’ଣ କରିବେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି। ବାସ୍ତବରେ ଏହାର ବିଜ୍ଞାନ ଭିତ୍ତିକ ସତ୍ୟତା ପ୍ରମାଣିତ ହୋଇପାରିନାହିଁ। କେବଳ ଆଲୋଚନାରେ ହିଁ ସୀମିତ ରହିଛି।

Internet Shutdown Solar Storm Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ