• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଳଚଞ୍ଚଳ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର । ସମସ୍ତଙ୍କ ନଜର ଏହି ବିଶାଳକାୟ ଲଞ୍ଚ ଭେହିକିଲ୍ ଉପରେ । ଏହାର କାୟା ଯେତିକି ବିଶାଳ, କାର୍ଯ୍ୟ ମଧ୍ୟ ସେତିକି ବ୍ୟାପକ। ଚନ୍ଦ୍ରୟାନ-୩କୁ ସାଥିରେ ଧରି ଲଞ୍ଚ ପ୍ୟାଡରେ ପ୍ରସ୍ତୁତ ରହିଛି ମହାକାଶଯାନ ପ୍ରେରଣ ପାଇଁ ଉଦ୍ଦିଷ୍ଟ ଭାରତର ସର୍ବବୃହତ ରକେଟ୍ LVM3-M4 । ସତେ ଯେମିତି ନଭମୁଖୀ ହୋଇ ଶୁକ୍ରବାରକୁ ଅପେକ୍ଷା କରିଛି ବିଶାଳକାୟ ଲଞ୍ଚ ଭେହିକିଲ୍ । ଏହାର ଗମ୍ବୁଜାକୃତି ଉପର ଅଂଶ ଭିତରେ ସୁରକ୍ଷିତ ଭାବେ ରଖାଯାଇଛି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଓ ରୋଭରକୁ । ଆଉ ମାତ୍ର କିଛି ଘଣ୍ଟାର ସମୟ ।

ସମୟ ଗଡ଼ିବା ସହିତ, ଖାଲି ଇସ୍ରୋ ବୈଜ୍ଞାନିକଙ୍କର ନୁହେଁ, ସାରା ଦେଶର ହୃତସ୍ପନ୍ଦନ ବି ବଢ଼ୁଛି । ସବୁ କିଛି ଯଦି ଯୋଜନା ମୁତାବକ ଠିକ୍ ରହେ, ତେବେ ଜୁଲାଇ ୧୪ ଶୁକ୍ରବାର ଦିନ ୨ଟା ୩୫ ବେଳେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତର ଏହି ତୃତୀୟ ମୁନ୍ ମିଶନ୍ । ସଫଳତାରୁ ନୁହେଁ, ବରଂ ବିଫଳତାରୁ ଶିକ୍ଷାଲାଭ କରି ଏହି ମିଶନକୁ ନିଖୁଣ କରିବାକୁ ଚେଷ୍ଟା ହୋଇଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ।...

ଅଧିକ ପଢ଼ନ୍ତୁ: ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ, ଚନ୍ଦ୍ରୟାନ-୩ର ଉତକ୍ଷେପଣ ପୂର୍ବରୁ ମନ୍ଦିରରେ ପ୍ରାର୍ଥନା

ଭାରତର ଏହି ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ଜୁଲାଇ ମାସ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ମହତ୍ତ୍ୱପୂର୍ଣ୍ଣ ଅଗଷ୍ଟ ମାସ ମଧ୍ୟ । କାରଣ ସମ୍ଭବତଃ ଜୁଲାଇ ୧୪ରେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ, ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରୟାନ-୩ । ଏହାର ଅସଲ ପରୀକ୍ଷା ଆରମ୍ଭ ହେବ ଅଗଷ୍ଟ ଶେଷ ସପ୍ତାହରେ । ଅଗଷ୍ଟ ୨୩ ଆଡ଼କୁ ଏହା ଜହ୍ନରାଇଜରେ ପାଦ ଥାପିବ । ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ରହିବ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଭାବେ ଅବତରଣ । ଯାହାକି ୪ ବର୍ଷ ତଳେ ଚନ୍ଦ୍ରୟାନ-୨ରେ ସମ୍ଭବ ହୋଇପାରିନଥିଲା ।

ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂକୁ ସଫଳ କରିବା ପାଇଁ ଏଥର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ । କହିଛନ୍ତି, ଏଥର ଅବତରଣ ସ୍ଥଳର ଆକାରକୁ ବଡ଼ କରାଯିବା ସହିତ ଯାନରେ ଅଧିକ ଇନ୍ଧନ ରଖାଯାଇଛି ଏବଂ ସବୁ ପ୍ରକାର ସମ୍ଭାବ୍ୟ ବୈଷୟିକ ତ୍ରୁଟି ପାଇଁ ବ୍ୟାକଅପ୍ ପ୍ଲାନ୍ ରହିଛି । ଯାହା ଫଳରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ଅବତରଣ ଓ ରୋଭରର ବିଚରଣ ସମ୍ଭବ ହୋଇପାରିବ ।... ଚନ୍ଦ୍ରୟାନ-୩ ମିଶନର ଆୟୁଷ ୧୪ ଦିନ ଥିବା ବେଳେ, ଏଥିପାଇଁ ଖର୍ଚ୍ଚ ହେଉଛି ୬୧୫ କୋଟି ଟଙ୍କା ।