All-Women Space Mission
ଆଜି ମହାକାଶକୁ ଯିବେ ଆମେରିକୀୟ ପପ୍ ଷ୍ଟାର୍ କେଟ୍ଟି ପେରୀ। ପ୍ରଥମ ଘରୋଇ ଅଲ୍-ୱିମେନ୍ ସ୍ପେଶ୍ ମିଶନ NS-31ରେ ସାମିଲ ହେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେଟ୍ଟିଙ୍କ ସମେତ 6 ଜଣ ମହିଳା ମହାକାଶଯାତ୍ରୀ। ମହାକାଶ ପର୍ଯ୍ୟଟନ ସୁବିଧା ଯୋଗାଇ ଦେଉଥିବା ବ୍ଲୁ ଅରିଜିନ୍ କଂପାନୀର ନିୟୁ ସେଫର୍ଡ ରକେଟରେ ସେମାନେ ପୃଥିବୀ ପୃଷ୍ଠରୁ 100 କିଲୋମିଟର ଉଚ୍ଚତାକୁ ଯାତ୍ରା କରିବେ।
ତେବେ ସେଠାରେ ପ୍ରାୟ 2 ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିବେ। ପ୍ରାୟ 11 ମିନିଟ୍ ଅବଧିର ଏହି ମହାକାଶ ଯାତ୍ରାରେ ମହାକାଶର ସୀମା କୁହାଯାଉଥିବା କାର୍ମନ୍ ଲାଇନ୍ ଅତିକ୍ରମ କରିବା ପରେ, ପୁଣି ପଥିବୀ ପୃଷ୍ଠକୁ ଫେରି ଆସିବେ। ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ 7ଟାରେ ଏହା ଆମେରିକାର ଟେକ୍ସାସରୁ ଲଞ୍ଚ୍ ହେବ।
ଅଧିକ ପଢ଼ନ୍ତୁ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗ କରିବେ ଭାରତୀୟ ମହାକାଶଚାରୀ
ଏହି ସ୍ପେଶ୍ କ୍ୟାପସୁଲର କେହି ପାଇଲଟ୍ ରହିବେ ନାହିଁ। ଏହା ସଂପୂର୍ଣ୍ଣ ଅଟୋମିଟେକ୍ ଲଞ୍ଚ୍ ହେବ ଏବଂ ପୁଣି ଭୂପୃଷ୍ଠକୁ ଫେରି ଆସିବ। ଏହି ମିଶନରେ ସମସ୍ତ 6 ଜଣ ଯାକ କ୍ରୁ ମହିଳା। କେଟ୍ଟିଙ୍କ ସମେତ ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲୁ ଅରିଜିନ୍ ପ୍ରତିଷ୍ଠାତା ତଥା ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସଙ୍କ ଭାବି ପତ୍ନୀ ଲରେନ୍ ସାନ୍ସେଜ୍, ଟିଭି ସାମ୍ବାଦିକା ଗେଲ୍ କିଙ୍ଗ୍, 2 ବୈଜ୍ଞାନିକ ଆମାଣ୍ଡା ଓ ଆଇଶା ଏବଂ ଫିଲ୍ମ ପ୍ରଯୋଜିକା କେରିଆନ୍ ଫ୍ଲିନ୍।
ପ୍ରାୟ 6 ଦଶନ୍ଧି ପରେ ପ୍ରଥମ ଥର ପାଇଁ ବିନା ପୁରୁଷ କ୍ରୁରେ କୌଣସି ସ୍ପେଶ୍ ମିଶନ ହେଉଥିବାରୁ ଏହାକୁ ଐତିହାସିକ ବୋଲି କୁହାଯାଉଛି। ଏହା ପୂର୍ବରୁ 1963 ମସିହାରେ ଏକାକୀ ମହାକାଶକୁ ଯାତ୍ରା କରିଥିଲେ ରୁଷୀୟ ଇଞ୍ଜିନିୟର ଭାଲେଣ୍ଟିନା ତେରେସ୍କୋଭା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744601904.jpg)