ESA Proba-3 Launch: ଐତିହାସିକ ମିଶନ୍‌ ଲଞ୍ଚ କରିବ ISRO, ଆଜି ଉତକ୍ଷେପଣ ହେବ ୟୁରୋପୀୟ ସ୍ପେସକ୍ରାଫ୍ଟ ପ୍ରୋବା-୩

ପ୍ରୋବା-୩ ସ୍ପେସ୍‌କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା । ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ ।

ଲଞ୍ଚ ହେବ ପ୍ରୋବା-୩

ଆଜି ହେବ ୟୁରୋପୀୟ ସ୍ପେଶକ୍ରାଫ୍ଟ ପ୍ରୋବା-୩ର ଉତକ୍ଷେପଣ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ ଏହି ଐତିହାସିକ ମିଶନ ଲଞ୍ଚ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଶକ୍ତିଶାଳୀ PSLV-C59 ରକେଟ ସାହାଯ୍ୟରେ ପ୍ରୋବା-୩କୁ ଲଞ୍ଚ କରାଯିବ । ଆଜି ଅପରାହ୍ଣ ୪ଟା ୧୦ରେ ହେବ ଉତକ୍ଷେପଣ ।

ପ୍ରୋବା-୩ ସ୍ପେସ୍‌କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା । ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ । ଯାହା ଫଳରେ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟର ବାହ୍ୟସ୍ତର କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରିହେବ ।

ଅଧିକ ପଢ଼ନ୍ତୁ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ୍‌, ସାମିଲ ହେବେ ପ୍ରଧାନମନ୍ତ୍ରୀ

ପ୍ରୋବା-୩ ସ୍ପେସ୍‌କ୍ରାଫ୍ଟର ଦୁଇଟି ଅଂଶ ହେଉଛି- କରୋନାଗ୍ରାଫ୍ ଏବଂ ଅକଲ୍ଟର୍ । ଏହି ଦୁଇଟି ଅଂଶ ପରସ୍ପର ଠାରୁ ୧୫୦ ମିଟର ଦୂରତାରେ ନିଖୁଣ ସମନ୍ବୟ ରକ୍ଷା କରି ମହାକାଶରେ ବୁଲିବେ । ୩୧୦ କିଲୋ ଓଜନର କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟର ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ । ୨୪୦ କିଲୋର ଅକଲ୍ଟର ସ୍ପେସ୍‌କ୍ରାଫ୍ଟ କୋରୋନାଗ୍ରାଫ୍‌ର ପଛରେ ରହିବ । ଏହାର ଉପକରଣ ସୂର୍ଯ୍ୟ କୋରୋନାରୁ ମିଳୁଥିବା ତଥ୍ୟଗୁଡ଼ିକର ଅଧ୍ୟୟନ କରିବ । ପ୍ରୋବା-୩କୁ ବିଶ୍ବର ପ୍ରଥମ ପ୍ରିସିସନ୍ ଫର୍ମେସନ୍ ଫ୍ଲାଇଂ ମିଶନ ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୦୧ ରେ ପ୍ରୋବା-୧ ଓ ୨୦୦୯ ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ ।

ଅଧିକ ପଢ଼ନ୍ତୁ: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ