Advertisment

World's Costliest Earth Imaging Satellite: ଚୁଟକିରେ ଧରାପଡ଼ିବ ଭୂପୃଷ୍ଠର ଛୋଟରୁ ଛୋଟ ପରିବର୍ତ୍ତନ...

ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆଜି ଲଞ୍ଚ୍ ହେବ ଭାରତ ଓ ଆମେରିକାର ଐତିହାସିକ ମିଳିତ ମିଶନ୍। ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ସାଟେଲାଇଟ୍ ବା ନିସାର୍।

author-image
Sujit kumar Swain
India-US Launch World's Costliest Earth Imaging Satellite 'NISAR' Today

India-US Launch World's Costliest Earth Imaging Satellite 'NISAR' Today

ଚୁଟକିରେ ଧରାପଡ଼ିବ ଭୂପୃଷ୍ଠର ଛୋଟରୁ ଛୋଟ ପରିବର୍ତ୍ତନ। ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆଜି ଲଞ୍ଚ୍ ହେବ ଭାରତ ଓ ଆମେରିକାର ଐତିହାସିକ ମିଳିତ ମିଶନ୍। ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ସାଟେଲାଇଟ୍ ବା ନିସାର୍। ଆଜି ଅପରାହ୍ଣ ୫ଟା ୪୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଏହାକୁ ଲଞ୍ଚ୍ କରାଯିବ ।

Advertisment

୩ ଟନ୍ ଓଜନର ନିସାର୍ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ଶକ୍ତିଶାଳୀ GSLV ମାର୍କ୍-୨ ରକେଟ୍। ନିସାର୍ ହେଉଛି ବିଶ୍ବ ଇତିହାସର ସବୁଠୁ ଅଧିକ ଦାମୀ ବେସାମରିକ ଆର୍ଥ୍ ଇମେଜିଂ ସାଟେଲାଇଟ୍। ଏହାକୁ ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ଦେଢ଼ଶହ କୋଟି ଆମେରିକୀୟ ଡଲାର୍ ବା ଭାରତୀୟ ମୁଦ୍ରାରେ ୧୩ ହଜାର କୋଟି ଟଙ୍କାରୁ ଅଧିକ।

କେବଳ ଏତିକି ନୁହେଁ, ନିସାର୍ ହେଉଛି ଏଭଳି ପ୍ରଥମ ବୃହତ୍ ଆର୍ଥ୍ ଅବଜର୍ଭିଂ ବା ପୃଥିବୀ ଅବଲୋକନକାରୀ ସାଟେଲାଇଟ୍, ଯେଉଁଥିରେ ଲାଗିଛି ଡୁଆଲ୍-ବ୍ୟାଣ୍ଡ୍ ରାଡାର୍ ଏବଂ ୧୨ ମିଟର ବ୍ୟାସର ଏକ ବିରାଟ ଆଣ୍ଟିନା। ଭାରତ S ବ୍ୟାଣ୍ଡ୍ ରାଡାର୍ ଯୋଗାଇ ଦେଇଥିବା ବେଳେ, ଆମେରିକା ତିଆରି କରିଛି L ବ୍ୟାଣ୍ଡ୍ ରାଡାର୍। ଯାହାଫଳରେ ମେଘ, ଧୂଆଁ, କୁହୁଡ଼ି, ବଣଜଙ୍ଗଲର ଉଦ୍ଭିଦ ଆସ୍ତରଣ ଆଦି ଭେଦ କରି ଦିନ-ରାତି ଏବଂ ସବୁ ପାଣିପାଗରେ ପୃଥିବୀ ପୃଷ୍ଠ ଉପରେ ନଜର ରଖିବା ସମ୍ଭବ ହେବ।

Advertisment

ଏହି ସାଟେଲାଇଟ୍ ଭୂକଂପ, ଭୂସ୍ଖଳନ, ଆଗ୍ନେୟ ଉଦଗୀରଣ, ଜଙ୍ଗଲ, ଫସଲ, ବନ୍ୟା, ବରଫ ତରଳିବା, ସମୁଦ୍ର ଆଦି ଉପରେ ନଜର ରଖିବ ଏବଂ କୃଷି, ଜୈବ ସଂରକ୍ଷଣ, ବିପର୍ଯ୍ୟୟ ପରିଚାଳନା ସମେତ ଅନେକ ଦିଗରେ ସହାୟକ ହେବ। ନିସାର୍ ସାଟେଲାଇଟ୍ ପୃଥିବୀ ପୃଷ୍ଠର ଯେକୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରତି ୧୨ ଦିନରେ ଥରେ ସ୍କାନ୍ କରିବ। ଏହି ସାଟେଲାଇଟର ଆୟୁଷ ୫ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି।

Satellites
Advertisment
Advertisment