Advertisment

Axiom-4 mission: ଆଜି Axiom-4 ମିଶନ ଲଞ୍ଚିଂ, ISSକୁ ଯିବେ ଶୁଭାଂଶୁ ଶୁକ୍ଳା

ଆଜି ମଧ୍ୟାହ୍ନ ୧୨.୦୧ରେ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରର ଲଞ୍ଚ କମ୍ପେ୍ଲକ୍ସ 39A ରୁ ଲଞ୍ଚ  ହେବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ପେଗି ହ୍ୱିଟସନ, ସ୍ଲାଭୋଜ୍ ୱିସନିସ୍କି ଟିବୋର୍ କାପୁ ମହାକାଶରେ ୧୪ ଦିନ ରହିବେ ।

ଅଦ୍ୟତନ ହୋଇଛି
axiom-4

axiom-4

Advertisment

ଆଜି ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ। ବାରମ୍ବାର ମିଶନ ଲଞ୍ଚ ସ୍ଥଗିତ ହେବା ପରେ ଆଜି ଉତକ୍ଷେପଣ କାର୍ଯ୍ୟକ୍ରମ ରହିଛି । ଆଜି ମଧ୍ୟାହ୍ନରେ ଅନ୍ତରୀକ୍ଷକୁ ଯିବେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ଅନ୍ୟ ୩ ମହାକାଶଚାରୀ। ଭାରତୀୟ ସମୟ ୧୨ଟା ୧ ମିନିଟରେ ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପେ୍ଲକ୍ସ 39A ରୁ ଆକ୍ସିଅମ-୪ ମିଶନ ଲଞ୍ଚ କରାଯିବ। ସ୍ପେଶଏକ୍ସର ଫାଲକନ ୯ ରକେଟ ଓ ଡ୍ରାଗନ ମହାକାଶଯାନରେ ମହାକାଶକୁ ଯିବେ ୪ ମହାକାଶଚାରୀ । 

Advertisment

ଅଧିକ ପଢ଼ନ୍ତୁ: ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ Axiom-4; ଏଇ କାରଣରୁ ସ୍ଥଗିତ ହେଲା ISS ଯାତ୍ରା

ଏହି ମିଶନକୁ ଲିଡ୍ କରିବେ ଆମେରିକାର ଅଭିଜ୍ଞ ମହାକାଶଚାରୀ ପେଗି ହ୍ୱିଟସନ। ଭାରତର ଶୁଭାଂଶୁ ଶୁକ୍ଳା ପାଇଲଟ୍ ଭାବରେ ଦାୟିତ୍ବ ସମ୍ଭାଳିବେ। ପୋଲାଣ୍ଡର ୟୁରୋପୀୟ ସ୍ପେଶ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସ୍ଲାଭୋଜ୍ ୱିସନିସ୍କି ଓ ହଙ୍ଗେରୀର ଟିବୋର୍ କାପୁ ମିଶନ ବିଶେଷଜ୍ଞ ରହିଛନ୍ତି। ଏହି ଘରୋଇ ମିଶନରେ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି। ନାସା, ଆକ୍ସିଅମ୍ ସ୍ପେସ ଓ ସ୍ପେସ ଏକ୍ସ ଓ ଇସ୍ରୋର ଏକ ମିଳିତ ମିଶନ ।

Advertisment

ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଆକ୍ସିଅମ ମିଶନକୁ ବନ୍ଦ କରିଥିଲା ନାସା। ନୂଆ ତାରିଖ ବି ଘୋଷଣା ହେଉଥିଲା। ପ୍ରଥମେ ମେ ୨୯ରେ ଆକ୍ସିଅମ୍-୪ ଲଞ୍ଚ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ଡ୍ରାଗନରେ ସମସ୍ୟା ଯୋଗୁଁ ଜୁନ ୮କୁ ଘୁଞ୍ଚା ଯାଇଥିଲା । ହେଲେ ଫାଲକନ-୯ ରକେଟ ପ୍ରସ୍ତୁତିରେ ବିଳମ୍ବ ହେବାରୁ ଜୁନ ୯ ତାରିଖକୁ ଘୁଞ୍ଚା  ଯାଇଥିଲା । ହେଲେ ଖରାପ ପାଗ ଯୋଗୁଁ ପୁଣି ଜୁନ ୧୦କୁ ଘୁଞ୍ଚିଥିଲା ଆକ୍ସିଅମ୍-୪ ମିଶନ। ଜୁନ ୧୦ରେ ଫାଲକନ୍ ୯ ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେରେ ଲିକୁଇଡ ଅକ୍ସିଜେନ ଲିକେଜ ହେବାରୁ ଜୁନ ୧୧ ଓ ପରବର୍ତ୍ତୀ ସମୟରେ ଜୁନ ୧୨କୁ ଘୁଞ୍ଚା ଯାଇଥିଲା । ଏହିପରି ଭାବେ ଜୁନ ୨୨ ପର୍ଯ୍ୟନ୍ତ ଘୁଞ୍ଚିଥିଲା ।

ସୂଚନାଯୋଗ୍ୟ, ଯେଉଁ ରକେଟରେ ମହାକାଶଚାରୀମାନେ ଆଇଏସଏସ ଯାତ୍ରା କରିବେ ତାହା ଫାଲକନ ୯ ରକେଟ । ଏହା ଏକ ପୁନଃବ୍ୟବହାର ଯୋଗ୍ୟ ରକେଟ। ଏହାର ପ୍ରଥମ ପର‌୍ୟ୍ୟାୟ ବୁଷ୍ଟର ମିଶନରୁ ଅଲଗା ହେବା ପରେ ପୃଥିବୀକୁ ଫେରିବ। ପୁନଃନିର୍ମାଣ ପରେ ପୁଣି ବ୍ୟବହାର କରାଯିବ। ଚଳିତ ବର୍ଷ ଏପ୍ରିଲରେ ଷ୍ଟାରଲିଙ୍କ ମିଶନରେ ଏହି ରକେଟ ବ୍ୟବହାର ପରେ ଆକ୍ସିଅମ୍-୪ ମିଶନରେ ଏହା ଦ୍ବିତୀୟ ଥର ବ୍ୟବହାର କରାଯିବ। 

Advertisment

ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଲା ମହାକାଶକୁ ଯିବେ। ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ୧୪ ଦିନ ରହିବେ।

ଅଧିକ ପଢନ୍ତୁ: ମହାକାଶ ଯିବା ଆଗରୁ ଶୁଭାଂଶୁଙ୍କ ଫୁଲ୍ ଡ୍ରେସ୍ ରିହର୍ସଲ, ସାମ୍ନାକୁ ଆସିଲା ଫଟୋ

NASA SpaceX International Space Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ