Four Eclipses Expected This Year: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଚଳିତବର୍ଷ ହେବ ମୋଟ୍ ୪ଟି ପରାଗ ଓ ଗ୍ରହଣ । ଏଥିମଧ୍ୟରୁ ଦୁଇଟି ଆଂଶିକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।

Four Eclipses Expected This Year

ଚଳିତବର୍ଷ ହେବ ମୋଟ୍ ୪ଟି ପରାଗ ଓ ଗ୍ରହଣ । ଏଥିମଧ୍ୟରୁ ଦୁଇଟି ଆଂଶିକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । କିନ୍ତୁ ଏଥିମଧ୍ୟରୁ ଗୋଟିଏ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ । ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଆଦିରେ ଦେଖାଯିବାକୁ ଥିବାବେଳେ ଭାରତରେ ଦୃଶ୍ୟମାନ ହେବନି ।

ସେହିପରି ଆଂଶିକ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ରେ ହେଉଥିବା ବେଳେ ଭାରତକୁ ଦୃଶ୍ୟମାନ ହେବନି । ହେଲେ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ତାରିଖ ରାତି ୮.୫୮ ମିନିଟରୁ ରାତି ୨ଟା ୨୫ ପର୍ଯ୍ୟନ୍ତ ଭାରତ ସହ ଏସିଆର ଅନ୍ୟ କିଛି ଦେଶର କିଛି ଅଂଶରେ ଦୃଶ୍ୟମାନ ହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରାତି ୧୦ଟାରୁ ରାତି ୧୨ଟା ୨୨ ପର୍ଯ୍ୟନ୍ତ ଦୀର୍ଘ ୨ ଘଣ୍ଟା ୨୨ ମିନିଟ ଧରି ଦୃଶ୍ୟମାନ ହେବ ।

ଅଧିକ ପଢ଼ନ୍ତୁ: ୨୦୨୫ର ପ୍ରଥମ ମିଶନ ହେବ ଶ୍ରୀହରିକୋଟାରୁ ଇସ୍ରୋର ୧୦୦ ତମ ମିଶନ, ଜାଣନ୍ତୁ କେଉଁ ସାଟେଲାଇଟ ହେବ ଉତକ୍ଷେପଣ

ଏ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ । ସେହିପରି ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟପରାଗ ସେପଟେମ୍ବର ୨୧-୨୨ ତାରିଖରେ ହେବାକୁ ଥିବା ବେଳେ ଭାରତରୁ ଦୃଶ୍ୟମାନ ହେବନି । ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ । ସେହିପରି ଗତ ୩୧ ତାରିଖରେ ଭାରତରେ କଳା ଜହ୍ନ ଦେଖାଯାଇଥିଲା ।

ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ୩୦ ତାରିଖରେ ଦୃଶ୍ୟମାନ ହୋଇଥିବା ବେଳେ ଭାରତ ଆକାଶରେ ୩୧ ଭୋର୍ ଅର୍ଥାତ ସକାଳ ୪ଟା ବେଳେ ଏହା ଦେଖିବାକୁ ମିଳିଥିଲା । କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ ।

ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ଯଦି, ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି କଳା ଜହ୍ନ ବୋଲି କୁହାଯାଏ । ଅନ୍ୟ ଅମାବାସ୍ୟା ଭଳି ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରୁହେ, ଫଳରେ ଏହା ଦେଖାଯାଏ ନାହିଁ । ଚନ୍ଦ୍ରଗ୍ରହଣ ଭଳି କୌଣସି ପ୍ରଭାବ ପକାଏନି । କିନ୍ତୁ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ଆସୁଥିବାରୁ ଏହାର ଗୁରୁତ୍ୱ କିଛିଟା ବଢ଼ି ଯାଏ ।

ଅଧିକ ପଢ଼ନ୍ତୁ: ଇସ୍ରୋ ରଚିବାକୁ ଯାଉଛି ଆଉ ଏକ ଇତିହାସ, ଲଂଚ ହେବ ସ୍ପେଡେକ୍ସ ମିଶନ୍