Advertisment

ରୋଗୀଠାରୁ ୫ହଜାର କିମି ଦୂରରେ ଥିଲେ ଡାକ୍ତର, ମେସିନ୍‌ ଚଳାଇ କଲେ ଟ୍ୟୁମର ଅପରେସନ୍‌....ଦେଖନ୍ତୁ ଭିଡିଓ

ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଅପରେସନ୍ ବା ଅସ୍ତ୍ରୋପଚାର କରିବା କିଛି ନୂଆ କଥା ନୁହେଁ। ଡାକ୍ତର ଟେକ୍ନୋଲୋଜି ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଏହି ଚିକିତ୍ସା କ୍ଷେତ୍ରରେ ଆଉ ଦୁଇପାଦ ଆଗେଇଛି ଚୀନ।

author-image
Sonali Ojha
Doctor removes patient’s lung tumor

Doctor removes patient’s lung tumor

ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଅପରେସନ୍ ବା ଅସ୍ତ୍ରୋପଚାର କରିବା କିଛି ନୂଆ କଥା ନୁହେଁ। ଡାକ୍ତର ଟେକ୍ନୋଲୋଜି ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଏହି ଚିକିତ୍ସା କ୍ଷେତ୍ରରେ ଆଉ ଦୁଇପାଦ ଆଗେଇଛି ଚୀନ। ଚୀନର ଏକ ହସ୍ପିଟାଲ୍‌ରେ ଏକ ଅଜବ ଓ ଅବିଶ୍ୱନୀୟ ଅସ୍ତ୍ରୋପଚାର ହୋଇଛି। ଯେଉଁଠାରେ ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ଥାଇ ଅସ୍ତ୍ରୋପଚାର କରିଛନ୍ତି। ଯାହାକି ଏବେ ଆଲୋଡନ ସୃଷ୍ଟି କରିଛି।

Advertisment

ସୂଚନା ଅନୁସାରେ, ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା। ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା। ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ। ଏପରି କ୍ଷେତ୍ରରେଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ ଟିମ୍‌ ସଂଘାଇରୁ ମେସିନ୍‌ ଅପରେଟ୍‌ କରି ଅସ୍ତ୍ରୋପତାର କରିଥିଲେ। ଯାହାକି ଘଣ୍ଟାଏ ମଧ୍ୟରେ ରୋଗୀଙ୍କର ଫୁସ୍‌ଫୁସ୍‌ରୁ ଟ୍ୟୁମରକୁ ବାହାର କରିଦେଇଥିଲା। ଏହି ଅପ୍ରତ୍ୟାଶିତ ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଷ୍ଟକ୍ ମାର୍କେଟର ବ୍ୟବସାୟୀ ତଥା ବିଶେଷଜ୍ଞ ନରେଶ ନାମ୍ବିସାନ୍ ସୋସିଆଲ୍‌ ମିଡିଆ Xରେ ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି, ସର୍ଜନ ୫୦୦୦ କିଲୋମିଟର ଦୂରରେ ରହି ରୋଗୀଙ୍କଠାରୁ ଫୁସଫୁସ ଟ୍ୟୁମରକୁ ସଫଳତାର ସହ ବାହାର କରିଥିଲେ। ରୋଗୀ ଜଣକ କାଶଗରରେ ଥିବା ବେଳେ ଡାକ୍ତର ସାଂଘାଇରେ ଥିବା ତାଙ୍କ କାର୍ଯ୍ୟାଳୟରେ ଥାଇ ମେସିନ୍ ଅପରେଟ୍‌ କରିଥିଲେ। ଏକ ଘଣ୍ଟା ମଧ୍ୟରେ ପୁରା ଅପରେସନ୍ ଶେଷ ହୋଇଥିଲା।

Advertisment

ସଂଘାଇ ମ୍ୟୁନିସିପାଲିଟି ସୂଚନା କାର୍ଯ୍ୟାଳୟର ଏକ ବିବୃତ୍ତି ଅନୁଯାୟୀ, ସଂଘାଇ ଚେଷ୍ଟ ହସ୍ପିଟାଲର ଡାକ୍ତରମାନେ ବ୍ୟାପକ କ୍ଲିନିକାଲ୍ ପରୀକ୍ଷଣ ଓ ଘରୋଇ ସର୍ଜିକାଲ୍ ରୋବଟ୍ ବ୍ୟବହାର କରି ଏହି ସଫଳତା ହାସଲ କରିଛନ୍ତି। ଏହି ଅପରେସନର ନେତୃତ୍ୱ ନେଇଥିବା ସର୍ଜନ ଡାକ୍ତର ଲୁଓ କିଙ୍ଗକ୍ୱାନ୍ କିଛି ସହାୟକଙ୍କ ସାହାଯ୍ୟରେ ‌ଏହି ଅପରେସନ୍‌ ସଫଳ ହୋଇଛି। ଲୁଓ କହିଛନ୍ତି, ଏହି ରିମୋଟ୍‌ ରୋବୋଟିକ୍‌ ଅସ୍ତ୍ରୋପଚାରର ସଫଳତା କେବଳ ସ୍ୱଦେଶୀ ସର୍ଜିକାଲ ରୋବଟ୍‌ ପାଇଁ ସମ୍ଭବ ହୋଇଛି। ଏହା ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି। ଯାହାକି ଆଗାମୀ ଦିନରେ ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଅଧିକ ଲାଭ ଦାୟକ ହେବ।

Doctors Doctor Removes Tumor
Advertisment
Advertisment