Advertisment

ଯୋଶୀ ମଠ ଭଳି ଓଡ଼ିଶାରେ ବିପଦ ଦେଖାଦେବ କି ?

ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ସହ ମାଟି ଦବିବା ପରେ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
are there chances of joshi math like incident happen in odisha

are there chances of joshi math like incident happen in odisha

ଯୋଶୀ ମଠ ଭଳି ଓଡିଶାରେ ବିପଦ ଦେଖାଦେଇପାରେ କି ? ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା ଓସଡମା ରିପୋର୍ଟ ଅନୁଯାୟୀ ଓଡିଶା ଉପରେ ମଧ୍ୟ ଭୂକମ୍ପର ବିପଦ ରହିଛି। ଓଡିଶା ରହିଛି ୨ ନମ୍ବର ଓ ୩ ନମ୍ବର ଜୋନରେ। ସ୍ବଳ୍ପ ପ୍ରଭାବିତ ଓ ଆଂଶିକ ପ୍ରଭାବିତ ଜୋନ୍ ମଧ୍ୟରେ ରହୁଛି ଓଡ଼ିଶା।

Advertisment

ଜୋନ୍ -୨ ସ୍ବଳ୍ପ ପ୍ରଭାବିତ ଜୋନରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼ ଓ କେନ୍ଦୁଝର। ଜୋନ-୩ ଆଂଶିକ ପ୍ରଭାବିତ ଜୋନରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର।

ସେପଟେ ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ସହ ମାଟି ଦବିବା ପରେ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ବିଲଡିଂ ଗୁଡିକୁ ଏବେ ଭଙ୍ଗାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡାକବାଜୀ ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ଘର ଖାଲିକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ୬ଶହ କୋଠାକୁ ବିପଦ ସଙ୍କୁଳ ଚିହ୍ନଟ କରାଯାଇଛି।

Advertisment

ସେଗୁଡିକ ନିକଟରେ ଥିବା ଘରଗୁଡିକୁ ସୁରକ୍ଷିତ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି। ଭୂସ୍ଖଳନ ଓ ମାଟି ଦବିବା ପରେ ବିପଦପୂର୍ଣ୍ଣ, ପ୍ରଭାବିତ ଓ ସମ୍ପୂର୍ଣ୍ଣ ସୁରକ୍ଷିତ ଅଂଚଳ ଭାବେ ଯୋଶୀମଠର ବିଭିନ୍ନ ଅଂଚଳକୁ ତିନି ଭାଗ କରାଯାଇଛି।  ବିପଦପୂର୍ଣ୍ଣ ଅଂଚଳରୁ  ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସହ ପ୍ରଭାବିତ ଅଂଚଳଗୁଡିକ ଉପରେ ନଜର ରଖାଯାଇଛି।  ମାଟି ଦବିବା ପରେ ପର୍ଯ୍ୟଟନ କ୍ଷେତ୍ର ଯୋଶୀମଠ ଅଂଚଳ ଖାଁ ଖାଁ ଦିଶିଲାଣି।

Earthquake
Advertisment
Advertisment