Advertisment

ବୈଜ୍ଞାନିକ ମତ; ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡରେ ମୁଦି

ଭାରତରେ ରହିଛି ଅନେକ ପ୍ରଥା ଓ ପରମ୍ପରା। ଆଧୁନିକତାର ସ୍ପର୍ଶରେ ଆମେ ଏହାକୁ ପୁରୁଣାକାଳିଆ କଥା କହି ଭୁଲିଯାଉଛେ। କିନ୍ତୁ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ ମତ। ସେମିତି ଏକ ପରମ୍ପରା ହେଉଛି ମହିଳାମାନଙ୍କ ଗୋଡ ମୁଦି। ଜାଣନ୍ତୁ ଏହାର କାରଣ।

author-image
Pramod Behera
ଅଦ୍ୟତନ ହୋଇଛି
Why women wear toe ring

Why women wear toe ring

ଭାରତ ହେଉଛି ବିବିଧତାର ଦେଶ। ଏଠାରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନେ ଅନେକ ପ୍ରକାରର ବିଶ୍ୱାସକୁ ନେଇ ବଞ୍ଚନ୍ତି। ବେଳେ ବେଳେ କେତେକ ପ୍ରଥା ଓ ପରମ୍ପରା ମଧ୍ୟ ଆଶ୍ଚର୍ଯ୍ୟଜନକ ହୋଇଥାଏ। କିନ୍ତୁ ଏହାକୁ ଯଦି ତର୍ଜମା କରାଯାଏ ତେବେ ଜଣାଯାଏ ଯେ ଆମ ପୂର୍ବପୁରୁଷମାନେ ଆଜିଠାରୁ ଅଧିକ ବିକଶିତ ଥିଲେ। ଏଠି ପିନ୍ଧାଯାଉଥିବା ପୋଷାକ ଓ ଅଳଙ୍କାରଠାରୁ ଆରମ୍ଭ କରି ରୀତିନୀତି ପର୍ଯ୍ୟନ୍ତ ସବୁର କିଛି ନା କିଛି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

Advertisment

ଆପଣ ନିଶ୍ଚିତ ଭାବରେ ଅନେକ ମହିଳାଙ୍କୁ ଆଙ୍ଗୁଠିରେ ମୁଦି ପିନ୍ଧିଥିବା ଦେଖିଥିବେ। ସାଧାରଣତଃ ସେମାନେ ଏହାକୁ ପାଦର ଦ୍ୱିତୀୟ ଆଙ୍ଗୁଠିରେ ପିନ୍ଧିଥାନ୍ତି। ଆଜିର ସମୟରେ ଯେତେବେଳେ ସମାଜର ବିକାଶ ହେଉଛି, ଅନେକ ମହିଳା ଏହି ଗୋଡ ମୁଦିକୁ ପୁରୁଣାକାଳିଆ ବିଚାର ଭାବି ଅଣଦେଖା କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏହା କେବଳ ଏକ ବିଶ୍ୱାସ କିମ୍ବା ରୀତିନୀତି ନୁହେଁ, ଏହାର ଏକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ଏହାକୁ ପ୍ରତ୍ୟେକ ମହିଳା ଜାଣିବା ଦରକାର।

କାହିଁକି ପିନ୍ଧାଯାଏ ଗୋଡରେ ମୁଦି:

ବିଶ୍ୱାସ କରାଯାଏ ଯେ ପାଦର ଦ୍ୱିତୀୟ ଆଙ୍ଗୁଠିର ଶିରା ସିଧାସଳଖ ହୃଦୟ ଏବଂ ମହିଳାଙ୍କ ଗର୍ଭାଶୟ ସହିତ ସଂଯୁକ୍ତ। ଏହି କାରଣରୁ ଯେତେବେଳେ ଏହି ଆଙ୍ଗୁଠି ଉପରେ ମୁଦିର ଚାପ ପଡେ ସେତେବେଳେ ଶିରା ମଧ୍ୟ ପ୍ରଭାବିତ ହୁଏ। ଏହା ଦ୍ୱାରା ଶିରାରେ ରକ୍ତ ସଞ୍ଚାଳନ ସୁରୁଖୁରୁରେ ହୋଇଥାଏ। ଏହି ମୁଦି ଆକ୍ୟୁପ୍ରେସର ଭାବରେ କାମ କରେ। ଫଳରେ ମହିଳାମାନଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଗର୍ଭାଶୟକୁ ଯାଉଥିବା ରକ୍ତ ମଧ୍ୟ ଠିକ ଭାବରେ ପ୍ରବାହିତ ହୁଏ। ଏହା ଦ୍ୱାରା ଋତୁସ୍ରାବରେ କୌଣସି ଅସୁବିଧା ହୁଏ ନାହିଁ।

Advertisment

ଯେଉଁ ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଯାଏ ସେମାନଙ୍କ ପାଇଁ ଏହା ଖୁବ ଉପକାରୀ। ରକ୍ତକୁ ଜୀବନ ଭାବରେ ବିବେଚନା କରାଯାଏ। ସେଥିପାଇଁ କୁହାଯାଏ ଯେ ନାରୀମାନଙ୍କର ଜୀବନ ଆଙ୍ଗୁଠି ଦେଇ ଗତି କରେ। ଏପରି ପରିସ୍ଥିତିରେ ଏହାକୁ ସଂଚାଳିତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ରୂପା ମୁଦି କାହିଁକି?

ମହିଳାମାନେ ଗୋଡରେ ସୁନା ମୁଦି ନୁହେଁ ବରଂ ରୂପା ମୁଦି ପିନ୍ଧିଥାନ୍ତି। ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ଅଛି। ସୁନାକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। ଏହି କାରଣ ଯୋଗୁଁ ମହିଳାମାନେ ଅଣ୍ଟା ତଳକୁ ସୁନାରେ ତିଆରି କୌଣସି ବି ଅଳଙ୍କାର ପିନ୍ଧନ୍ତି ନାହିଁ। କାରଣ ଏହା ଏହା ମା ଲକ୍ଷ୍ମୀଙ୍କ ପ୍ରତି ଅପମାନ ହେବ ବୋଲି ବିବେଚନା କରାଯାଏ। ଦ୍ୱିତୀୟ କାରଣ ହେଉଛି ରୂପାକୁ ବିଦ୍ୟୁତ ସୁପରିବାହୀ ବୋଲି କୁହାଯାଏ, ଅର୍ଥାତ ଏହା ବିଦ୍ୟୁତକୁ ପରିଚାଳନା କରିପାରେ। ରୂପା ପୃଥିବୀର ମେରୁ ଶକ୍ତିକୁ ଅବଶୋଷଣ କରି ଆମ ଶରୀରରେ ପହଞ୍ଚେଇ ଥାଏ। ଏହିପରି ଏହି ଶକ୍ତି ଆମ ଶରୀରରେ ବିସ୍ତାର ହୋଇଥାଏ।

Custom And Tradition
Advertisment
Advertisment