• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ଣ୍ଣାଟକ ଉପରେ କାହାର ହେବ କବଜା ? କନ୍ନଡ ବାସୀଙ୍କ ଉପରେ କିଏ କରିବ ରାଜ । ଆସନ୍ତାକାଲି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପୂର୍ବରୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।

କଂଗ୍ରେସକୁ କଡ଼ା ଟକ୍କର ଦେଇ ବିଜେପି ଦ୍ୱିତୀୟ ସ୍ଥାନରେ ରହିବ। ଏହା ମଧ୍ୟରେ ପୁଣିଥରେ କିଙ୍ଗ୍ ମେକର ସାଜି ପାରେ ଜେଡିଏସ। ଗଣତି ଆରମ୍ଭ ହୋଇନଥିବା ବେଳେ ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀଙ୍କ ସହ ଉଭୟ ବିଜେପି ଓ କଂଗ୍ରେସ ସମ୍ପର୍କରେ ଥିବା ଶୁଣିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ କଂଗ୍ରେସ ଓ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଦାବି କରିଛନ୍ତି ।...

ଉଭୟ ବିଜେପି ଓ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଦାବି କରୁଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡି. କେ. ଶିବକୁମାର କର୍ଣ୍ଣାଟକରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କହୁଛନ୍ତି । କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ ହେବ ନାହିଁ ବୋଲି କହିଛନ୍ତି ଶିବକୁମାର । ସେପଟେ ବିଜେପି ମଧ୍ୟ ଏକକ ଦଳ ଭାବେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କହୁଛି ।

ଅନ୍ୟପଟେ ୨୦୧୮ ନିର୍ବାଚନରେ କିଂଗ ମେକର ସାଜିଥିବା ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀ ଏଥର ମଧ୍ୟ ତାଙ୍କ ଦଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି । ଉଭୟ ଦଳ ଜେଡିଏସ୍ ସହ ସମ୍ପର୍କରେ ଥିବା କହିଛନ୍ତି ଦଳୀୟ ମୁଖ୍ୟ ଏଚ. ଡି, କୁମାରସ୍ୱାମୀ । ଉଭୟ ଦଳ ସହ ମେଣ୍ଟ କରି ସେ ସରକାର ଗଠନ କରିବାକୁ ଆଗ୍ରହୀ ବୋଲି କୁମାରସ୍ୱାମୀ କହିଛନ୍ତି । ତାଙ୍କ କହିବା ଅନୁସାରେକର୍ଣ୍ଣାଟକରେ ଜେଡିଏସ୍ ୫୦ ଆସନରେ ବିଜୟୀ ହେବ ।

କର୍ଣ୍ଣାଟକରେ ଭୋଟଗ୍ରହଣ ଦିନ ଭୋଟ ଦେବା ପରେ କୁମାରସ୍ୱାମୀ କହିଥିଲେ ଯେ. ତାଙ୍କ ଦଳର ହିଁ ହେବ ରାଜା । ସମୟ ଆସିଲେ କାହାକୁ ସମର୍ଥନ କରାଯିବ ଏ ନେଇ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଜେଡିଏସ ନେତା ତନବୀର ଅହମ୍ମଦ।...

କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ ହେବ ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି। କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ । ସର୍ବାଧିକ ସିଟ୍ କଂଗ୍ରେସକୁ ଯାଇଥିବାବେଳେ ବିଜେପି ଦ୍ୱିତୀୟରେ ରହିବ। ତେବେ ସରକାର ଗଠନରେ ନିର୍ଣ୍ଣାୟକ ହେବ ଜେଡିଏସ୍ । ଯେଉଁ ଦଳ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବ ସେହି ଦଳକୁ ସମର୍ଥନ କରିପାରନ୍ତି କୁମାରସ୍ୱାମୀ। ...