VK Pandian: ମାନିଲେ ବିଜେଡି ବିଧାୟକ, ପାଣ୍ଡିଆନ ଏବେ ବି ବିଜେଡି ସହ ଅଛନ୍ତି

ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ବିଜେଡି ଦଳ ସାଙ୍ଗରେ ଅଛନ୍ତି । ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ଦେଖାଉଛନ୍ତି ।

ବିଜେଡି ସହ ପାଣ୍ଡିଆନ

କହୁ କହୁ କହିଦେଲେ ବିଜେଡି ବିଧାୟକ ସାରଦା ଜେନା । ପାଣ୍ଡିଆନ ନିଶ୍ଚିତ ଭାବେ ବିଜେଡି ସହ ଅଛନ୍ତି ଓ ଦଳ ପାଇଁ କାମ କରିଛନ୍ତି । ଏବେ ବି ରହିଛି ତାଙ୍କର କ୍ରେଜ୍ ।

ସାରଦା କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି । ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ଦେଖାଉଛନ୍ତି । କେବଳ ବିଜେଡି ନେତା ନୁହଁନ୍ତି, ଅନ୍ୟ ଦଳର ନେତା ମଧ୍ୟ ତାଙ୍କ ସହ ଫଟୋ ଉଠାଉଛନ୍ତି । କିନ୍ତୁ ସେ ଫଟୋ ବାହାରକୁ ଆସୁନି କି କେହି ଜାଣିପାରୁନାହାନ୍ତି ।

ଦଳର ବିପର୍ଯ୍ୟୟ ପାଇଁ କିଛି ନେତା ପାଣ୍ଡିଆନଙ୍କୁ ଦାୟୀ କରୁଥିବା ପ୍ରଶ୍ନରେ ସେ କହିଛନ୍ତି, ବିପର୍ଯ୍ୟୟ ପାଇଁ ଜଣଙ୍କୁ କାହିଁକି ଦାୟୀ କରିବା । ଏହା ଗୋଟେ ଟିମର ଦାୟିତ୍ୱ ଥିଲା । ପାଣ୍ଡିଆନ ବିଜେଡିକୁ ଚଳାଉଥିବା ସଂପର୍କରେ ଗଣମାଧ୍ୟମରେ ଅପପ୍ରଚାର ହେଉଛି ବୋଲି କହିଛନ୍ତି ସାରଦା । ସେ କହିଛନ୍ତି, ବାସ୍ତବରେ ବିଜେଡି ଏକ ଗଣତାନ୍ତ୍ରିକ ଦଳ । ବିଜେଡିର କୋର୍ କମିଟି ଅଛି । ଏହାର ନେତା ନବୀନ ପଟ୍ଟନାୟକ ସବୁ ନିଷ୍ପତ୍ତି ନିଅନ୍ତି । ସେ ସନ୍ନ୍ୟାସ ନେବା ପରେ ନବୀନ ନିବାସରେ କ’ଣ କରୁଛନ୍ତି ପ୍ରଶ୍ନରେ ସନ୍ନ୍ୟାସ ନେଲେ ବୋଲି କ’ଣ ହିମାଳୟ ପଳେଇଲେ ନା କ’ଣ ବୋଲି କହିଛନ୍ତି ସାରଦା । ସନ୍ନ୍ୟାସୀ ହୋଇ କି ସେ ଘରେ ଅଛନ୍ତି ତାଙ୍କ ସହ ଯାଇ କି ଫଟୋ ଉଠା ଯାଉଛି ସେଥିରେ ତାଙ୍କ ଦୋଷ କ’ଣ ।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…

ନବୀନ ନିବାସ ଭିତରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋ ଭାଇରାଲ ହେବା ପରେ ବିଜେଡି ବିଧାୟକ ସାରଦା ଜେନା ଏହି ପ୍ରତିକ୍ରିୟା ଦେଇଛନ୍ତି । ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଦ୍ୱିତୀୟ ବିବାହ କରିବା ପରେ ସପତ୍ନୀକ ଯାଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫଟୋ ଉଠାଇଛନ୍ତି  ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଏହି ଫଟୋ ଏବେ ଭାଇରାଲ୍ ହେଉଛି । 

ନିର୍ବାଚନ ପରେ ପରେ ବିଜେଡି ନେତା ତଥା ପୂର୍ବତନ 5T  ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । ନିର୍ବାଚନ ପୂର୍ବରୁ ସେ କହିଥିଲେ, ଯଦି ବିଜେଡି କ୍ଷମତାକୁ ନଆସିବ, ମୁଁ ରାଜନୀତିରୁ ସନ୍ନ୍ୟାସ ନେବି । ତାହା ହିଁ ହେଲା । ବିଜେଡି କ୍ଷମତାରୁ ହଟିବା ପରେ ପାଣ୍ଡିଆନ ଆଉ ରାଜନୀତିରେ ରହିବେ ନାହିଁ ବୋଲି ଘୋଷଣା କଲେ । ତାଙ୍କୁ କିଛି ମାସ ପର୍ଯ୍ୟନ୍ତ ବାହାରେ ଦେଖିବାକୁ ମିଳିଲାନି । ପରେ ସେ ବିଜେଡି ନେତାଙ୍କ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ।

ବିଭିନ୍ନ ସମୟରେ ତାଙ୍କ ଦଳର ନେତାମାନେ କହିଛନ୍ତି, ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ବି ସେ ନବୀନ ନିବାସରେ ରହୁଛନ୍ତି । ଦଳର ନେତାମାନେ ନବୀନ ବାବୁଙ୍କୁ ଦେଖା କରିବାକୁ ଯିବା ବେଳେ ଦେଖୁଛନ୍ତି, ପାଣ୍ଡିଆନ୍ ଅଛନ୍ତି । ତେଣୁ ପାଣ୍ଡିଆନ ଏବେ ବି ନବୀନ ପଟ୍ଟନାୟକଙ୍କ ସହ ରହୁଥିବାର ସ୍ପଷ୍ଟ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଖୋଲିଲା ପାଣ୍ଡିଆନଙ୍କ ଗୁମର, ପଦାକୁ ଆସିଲା ବିଜେଡି ହାରିବାର କାରଣ