Advertisment

Utkal vs Koshal: ଘନେଇଲା ଉତ୍କଳ-କୋଶଳ ବିବାଦ, ବିଧାନସଭା ଅଚଳ କଲା ବିଜେଡି

ଘନେଇଲା ଉତ୍କଳ ଓ କୋଶଳ ବିବାଦ। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ବିଜେଡି କରିଛି ମୁଖ୍ୟ ପ୍ରସଙ୍ଗ। ବିଧାନସଭାରେ ହଟ୍ଟଗୋଳ କରି ଗୃହ ଚଳାଇ ଦେଇନାହିଁ। ଏପରିକି ବିଜେଡି ନିଜେ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି କଲାନାହିଁ।

undefined

jaynarayan

Advertisment

ଘନେଇଲା ଉତ୍କଳ ଓ କୋଶଳ ବିବାଦ। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ବିଜେଡି କରିଛି ମୁଖ୍ୟ ପ୍ରସଙ୍ଗ। ବିଧାନସଭାରେ ହଟ୍ଟଗୋଳ କରି ଗୃହ ଚଳାଇ ଦେଇନାହିଁ। ଏପରିକି ବିଜେଡି ନିଜେ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି କଲାନାହିଁ। ବିଜେପି କହିଛି ଜଣଙ୍କ ବ୍ୟକ୍ତିଗତ ମତ କୁ ନେଇ ବିରୋଧୀ ଗୃହ ଚଳାଇ ନଦେବା ଦୁର୍ଭାଗ୍ୟଜନକ।

Advertisment

ଗୃହରେ ଜୟନାରାୟଣ ତାତି। ବିଜେଡିର ହଟ୍ଟଗୋଳ। ବିଧାନସଭା ଅଚଳ। ପଶ୍ଚିମ ଓଡ଼ିଶା ଓ କୋଶଳ ପ୍ରସଙ୍ଗକୁ ନେଇ ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ ନେଇ ତେଜିଲା ରାଜନୀତି। ଆଜି ବିଧାନସଭା ଏହାକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଥମରୁ ପୋଷ୍ଟର ଧରି ନାରାବାଜି କରିଥିଲେ ବିଜେଡି ବିଧାୟକ। ଗୃହରେ ତାତି ବଢିବାରୁ ବାଚସ୍ପତି ଗୃହକୁ ପ୍ରଥମେ 12 ଟା ଓ ପରେ ଅପରାହ୍ନ 4 ଟା ଯାଏ ମୁଲତବୀ କରିଥିଲେ। ଏହାପରେ ବିଜେଡି ବିଧାୟକମାନେ ନାରାବାଜି ଦେଇ ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ଜୟନାରାୟଣ ଓଡ଼ିଶା ବିଭାଜନ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ। ସୁଭଦ୍ରା ମଞ୍ଚରେ କ୍ୟାବିନେଟ୍ ମନ୍ତ୍ରୀ ରବି ନାଏକଙ୍କ ଉପସ୍ଥିତିରେ ଜୟନାରାୟଣ ମନ୍ତବ୍ୟ ଦେବା ଗ୍ରହଣୀୟ ନୁହଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ଜୟନାରାୟଣଙ୍କ ଓଡ଼ିଶା ବିଭାଜନ ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ବିଜେଡି ଦାବି କରିଛି।

Advertisment

ପଶ୍ଚିମ ଓଡ଼ିଶାକୁ ନେଇ ପୂର୍ବରୁ ବି ଅନେକ ବିବାଦ ଦେଖାଦେଇଛି। କେତେବେଳେ ରାଜନେତା ତ କେତେବେଳେ ଅଭିନେତା, ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପଶ୍ଚିମ ଓଡ଼ିଶାକୁ ଅବହେଳା କଥା ଉଠାଇ ସ୍ବତନ୍ତ୍ର ପ୍ରଦେଶ ଗଠନ ଦାବି କରିଆସୁଛନ୍ତି। ଆଉ ଏବେ ଜୟନାରାୟଣଙ୍କ ବିବାଦୀୟ ବୟାନ ଶୁଖି ଆସୁଥିବା ଘା କୁ ପୁଣି ଉଖାରିଛି। ଅନ୍ୟପଟେ ବିଜେପିର ଯୁକ୍ତି ଜୟନାରାୟଣ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ। ଏହାକୁ ଆମେ ସମର୍ଥନ କରୁନାହୁଁ। କିନ୍ତୁ ବିଜେଡି ଗୃହକୁ ଅଚଳ କରିବାକୁ ପ୍ରସ୍ତୁତ ହୋଇ ଆସିଛି, ଯାହା ଦୁର୍ଭାଗ୍ୟଜନକ। କିଛି ଦିନର ନିରବତା ପରେ ପୁଣି ମୁଣ୍ଡ ଟେକିଛି ସ୍ବତନ୍ତ୍ର କୋଶଳ ରାଜ୍ୟ ବିବାଦ। ଦେଖିବାର କଥା ହେଉଛି ଆଗକୁ ଏହାର ସରକାରୀ ଦଳ ଏହାର କିପରି ମୁକାବିଲା କରୁଛି।

ଅଧିକ ପଢ଼ନ୍ତୁ: ନବୀନଙ୍କ ପୋଲ୍ ଖୋଲିଦେଲେ ବାବୁ, ବିଜେଡି କହିଲା ମନଗଢ଼ା କାହାଣୀ

BJD BJP Jaynarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ