Advertisment

ନ୍ୟାସନାଲ୍ ଚାର୍ଟାଡ୍ କନଫରେନସ୍‌ ପାଇଁ ଓଡ଼ିଶା ଆସୁଛନ୍ତି ସୀତାରମଣ

ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।

ଅଦ୍ୟତନ ହୋଇଛି
Nirmala Sitharaman Odisha Visit

Nirmala Sitharaman

Advertisment

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଟକର ପ୍ରଥମ ମହିଳା ମେୟର ଦିବଂଗତ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ପୁରୀକୁ ଯାଇ ରାତ୍ରୀଯାପନ କରିବେ ।

Advertisment

ଆସନ୍ତାକାଲି ସେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ପୁରୀ ପେଣ୍ଠକଟାରେ ମୋ ମାଟି ମୋ ଦେଶ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରୁ ବୀରହରେକୃଷ୍ଣପୁର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାପରେ ପୁଣି ଭୁବନେଶ୍ୱର ଫେରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ କନଫରେନସ୍‌ରେ ଯୋଗଦେଇ ବକ୍ତବ୍ୟ ରଖିବେ। ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।

Nirmala Sitharaman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ