• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଂସଦ ପଦ ରଦ୍ଦ ପରେ ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍ । ମାସେ ଭିତରେ ରାହୁଲଙ୍କୁ ତୁଗଲକ୍ ଲେନ୍ ସ୍ଥିତ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଲୋକସଭା ହାଉସିଂ କମିଟି । ନୋଟିସ୍‌ ମୁତାବକ ୨୨ ଏପ୍ରିଲ ସୁଦ୍ଧା ରାହୁଲଙ୍କୁ ଘର ଖାଲି କରିବାକୁ ପଡ଼ିବ । ସେଠାରେ ସେ ୨୦୦୪ ମସିହାରୁ ରହିଆସୁଥିଲେ । ଏପଟେ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ ମେଳି ବାନ୍ଧୁଛନ୍ତି ବିରୋଧୀ । ଆଜି ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।

ଗତକାଲି ସାରା ଦେଶରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସତ୍ୟାଗ୍ରହ କରାଯାଇଥିବା ବେଳେ, ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ସାଂସଦ ମାନେ କଳା ପୋଷାକ ପିନ୍ଧି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସଂସଦଭବନ ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ପ୍ଲା କାର୍ଡ ଧରି ଧାରଣା ଦେବା ସହିତ, ବିଜୟ ଚୌକରେ ବି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼େଗଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଛି । ଅନ୍ୟପକ୍ଷରେ କଂଗ୍ରେସର ଏଭଳି ପ୍ରତିବାଦକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେପି

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି ରାହୁଲଙ୍କ ଟ୍ୱିଟର୍‌ ବାୟୋ: Dis’Qualified MP

ସୂଚନାଯୋଗ୍ୟ ଗତ ୨୪ ତାରିଖ ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ୍ଦ ରଦ୍ଦ କରାଯାଇଛି । ୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶରେ ଲୋକସଭା ସଚିବାଳୟ ପ୍ରକାଶ କରିଥିଲା ସଭ୍ୟ ପଦ ରଦ୍ଦ ବିଜ୍ଞପ୍ତି । ଏକ ମାନହାନୀ ମୋକଦ୍ଦମା ମାମଲାରେ ସୁରତର ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିଲା ।

ସେପଟେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପରେ ଆଶଙ୍କାରେ ରାଜନୈତିକ ଭବିଷ୍ୟତ। ଏପଟେ ୱାଇନାଡ ଲୋକସଭା ଆସନ ଖାଲି ହୋଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ୱାଇନାଡ ସିଟ ଫାଙ୍କା ଥିବା ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏବେ ନିର୍ବାଚନ କମିଶନଙ୍କ ପାଖରେ ନିଷ୍ପତ୍ତି । ଆସନ ଫାଙ୍କା ଘୋଷଣା ହେବାର ୬ ମାସ ଭିତରେ ଉପନିର୍ବାଚନ ହେବା ପାଇଁ ନିୟମ ରହିଛି । ତେଣୁ ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ୨୦୨୩ ମଧ୍ୟରେ ଯେକୌଣସି ସମୟରେ ଉପନିର୍ବାଚନ ଘୋଷଣା ହୋଇପାରେ ।