Advertisment

Anti-Drone Technology to Be Deployed at Shree Mandir: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ ଟେକ୍ନୋଲୋଜି: ଆଇନ ମନ୍ତ୍ରୀଙ୍କ ବଡ ସୂଚନା

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Puri Shree Mandir

Puri Shree Mandir

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁଟ୍ ହେଲା ଭିଡିଓ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି। ‘ଷ୍ଟୋରୀ ବାଏ ନରୁ ଗୋପାଳ’ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି।

Advertisment

ଡ୍ରୋନ୍ ଉଡିବା ଭାଇରାଲ୍ ଭିଡିଓରେ ଜଣେ ଚୁନରା ସେବକ ସାମ୍ନାକୁ ଆସିଛନ୍ତି। ଚୁନରା ସେବକ ବାନା ଧରି ନମସ୍କାର ମୁଦ୍ରାରେ ରହିବା ଏବଂ ଶ୍ରୀମନ୍ଦିର ଉପରକୁ ଚଢି ୧୪ ହାତିଆ ମୁଖ୍ୟ ବାନା ବାନ୍ଧିବା ସମୟର ସ୍ପଷ୍ଟ ଦୃଶ୍ୟ ଡ୍ରୋନରେ କଏଦ୍ ହୋଇଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ବ୍ୟାନ୍ ହୋଇଥିବା ବେଳେ ଖୋଲମଖୁଲା ଡ୍ରୋନ୍ ଉଡ଼ାଇ ଏବଂ ସ୍ପଷ୍ଟ ଚିତ୍ର କଏଦ୍ କରି ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି।

ଅଧିକ ପଢନ୍ତୁ : ଖୁବଶୀଘ୍ର ବଦଳିବ ଲାହୋରର ନାଁ

ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଅନେକଗୁଡିଏ ଦୋଷ ତ୍ରୁଟି ସାମନାକୁ ଆସୁଛି। ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା ଓ ଭକ୍ତଙ୍କ ସୁଗମତାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଏସବୁ ପାଇଁ ଯେଉଁ ଆବଶ୍ୟକତା ରହିଛି ତାକୁ ନେଇ କାମ ଆରମ୍ଭ କରିଛୁ। ବହୁତ ଶୀଘ୍ର ତା’ର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Advertisment

ଅଧିକ ପଢନ୍ତୁ: ଝିଅ ନା ନାଗକନ୍ୟା? ସାପକୁ ଆଘାତ ଲାଗିଲେ ଝିଅକୁ ହେଉଛି କଷ୍ଟ!

Puri Jaggannth Temple Law Minister
Advertisment
Advertisment