Advertisment

୨୫ ଆସନରୁ ଟିଡିପି ୧୭- ବିଜେପି ୬- ଜନସେନା ୨ଟି ସିଟରେ ଲଢ଼ିବ

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJP seals Andhra poll pact with TDP and JSP

Andhra Politics

ଆନ୍ଧ୍ରପ୍ରଦେଶରେ ଛିଡ଼ିଲା ସିଟ୍ ଭାଗବଣ୍ଟା ଅଙ୍କ। BJP, TDP ଓ JSP ମଧ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିଟ୍ ବୁଝାମଣା ଚୂଡ଼ାନ୍ତ ହୋଇଛି । ଏନେଇ ୩ଟି ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ଏହାକୁ ନିଜେ ଚନ୍ଦ୍ରବାବୁ ନାଇଡ଼ୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆନ୍ଧ୍ରର ୨୫ ଲୋକସଭା ଆସନରୁ ଟିଡିପି ୧୭, ବିଜେପି ୬ ଓ ଜନସେନା ୨ଟି ସିଟରେ ଲଢ଼ିବ।

Advertisment

ସେହିପରି ବିଧାନସଭା ସିଟକୁ ଦେଖିଲେ ଟିଡିପି ୧୪୪, ବିଜେପି ୧୦ ଏବଂ ଜନସେନା ପାର୍ଟି ୨୧ଟି ଆସନରେ ପ୍ରାର୍ଥୀ ଦେବ । ପରବର୍ତ୍ତୀ ସମୟରେ ଏହି ୩ଟି ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିବେ ବୋଲି କୁହାଯାଇଛି । ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

ଅଧିକ ପଢ଼ନ୍ତୁ: କଂଗ୍ରେସ ଖେଳାଇଲା BJD-BJP ଛୁଆ! ବାହାଘର ପରେ କଲା ଅନ୍ନପ୍ରାସନ, ହସି ଉଡ଼ାଇଲେ ଶଙ୍ଖ-ପଦ୍ମ ଦଳ

Advertisment

ଗତକାଲି ସେମାନେ ପୱନ କଲ୍ୟାଣଙ୍କୁ ସାକ୍ଷାତ କରିବା ପରେ, ଆଜି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନରେ ତାଙ୍କୁ ଭେଟିଥିଲେ ।

ଏପଟେ ଓଡ଼ିଶାରେ ଥମୁନି ମେଣ୍ଟ ଚର୍ଚ୍ଚା । ଦ୍ୱନ୍ଦ୍ୱ ଭିତରେ ପୁଣି ବଢ଼ିଛି ରାଜ୍ୟରେ ମେଣ୍ଟ ଚର୍ଚ୍ଚା। ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଥିବା ବେଳେ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସୋସିଆଲ ମିଡିଆ ପୋଷ୍ଟ । ଏକ୍ସରେ ରାଜଦୀପ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ । ଏହା ସହ ସିଟ ସେୟାରିଂ ପ୍ରସଙ୍ଗରେ କହିଛନ୍ତି, ମେଣ୍ଟ ହେଲେ ବିଜେପି ୧୩ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ବିଜେଡି ଭାଗରେ ୮ ଆସନ ରହିବ । ସେହିପରି ବିଧାନସଭା ଆସନ ମଧ୍ୟରୁ ବିଜେପି ୪୯ ଏବଂ ବିଜେଡି ୯୮ ଆସନରେ ପ୍ରାର୍ଥୀ ଦେଇପାରେ ।

ଏପଟେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀରେ ଥିବାରୁ ମେଣ୍ଟ ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ଦେଉଛି । ସେପଟେ କିନ୍ତୁ ପୂର୍ବରୁ ମନମୋହନ, ବିଜୟ ସିଂ ତୋମାର ଓ ଲତା ଉସେଣ୍ଡି ମେଣ୍ଟ ପ୍ରସଙ୍ଗକୁ ଅସ୍ୱୀକାର କରିଥିଲେ ।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି ! ଖୁବ୍ ଶୀଘ୍ର ଆସିପାରେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର

BJD BJP Congress Odisha Politics General Election 2024
Advertisment
Advertisment