• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି । ସେପଟେ ବିଜେପି ଓ ବିଜେଡି କିନ୍ତୁ କଂଗ୍ରେସର ଏଭଳି ପ୍ରତିବାଦକୁ ଆଡ ଆଖିରେ ଚାହିଁ ନାହାଁନ୍ତି । ଦୁଇ ଦଳର ସଂପର୍କକୁ ଆଗକୁ ଆଣି ନିର୍ବାଚନ ବୈତରଣୀ ପାରି ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି ।

ପ୍ରଥମେ ବାହାଘର.. ଆଉ ଆଜି ଅନ୍ନ ପ୍ରାସନ୍ନ । ବିଜେପି-ବିଜେଡି ସଂପର୍କକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ । ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ନିର୍ବାଚନୀ ଫାଇଦା ନେବାକୁ କଂଗ୍ରେସର କସରତ । ବିଜେଡି-ବିଜେପି ସଂପର୍କରୁ ସୃଷ୍ଟି ହୋଇଥିବା ୧୦ ଦୁର୍ନୀତି ରୂପକ ଶିଶୁଙ୍କୁ ନେଇ ପ୍ରତୀକାତ୍ମକ ପ୍ରତିବାଦ କରିଛି କଂଗ୍ରେସ ।

ଚିଟଫଣ୍ଡ ଠାରୁ ଆରମ୍ଭ କରି ଖଣି, ଜମି, ବିଦ୍ୟୁତ, ବେକାରୀ, ନାରୀ ନିର୍ଯାତନା ଓ ତାମିଲ ଶାସନ ଭଳି ୧୦ ଟି ଶିଶୁଙ୍କୁ ଏଥିରେ ଦର୍ଶା ଯାଇଛି । ପ୍ରଥମେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଭାରୀ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ । ପରେ କଂଗ୍ରେସ ଭବନ ସମ୍ମୁଖରେ ଆୟୋଜିତ ଅନ୍ନ ପ୍ରାସନ୍ନ ଉତ୍ସବରେ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇ ପ୍ରତିବାଦ କରିଥିଲେ ।

ଉଦ୍ଦେଶ୍ୟ ଓଡିଶାବାସୀଙ୍କୁ ବିଜେଡି-ବିଜେପି ସମ୍ପର୍କ ନେଇ ବାର୍ତ୍ତା ଦେବା । ଆଗକୁ ଏଭଳି ପ୍ରତିବାଦ ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳ କରିବାକୁ ଯୋଜନା ରଖିଛି । କଂଗ୍ରେସର ଏହି ଅଭିନବ ପ୍ରତିବାଦ ପଛର ଉଦ୍ଦେଶ୍ୟ, ନିଜ ୯ ରୁ ୯୦ ମିଶନକୁ ସଫଳ କରାଇବା । ବିଜେଡି ଓ ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଯେତେବେଳେ ଜୋର ଧରିଛି ସେତେବେଳେ ରାଜ୍ୟରେ ସୁପ୍ତପ୍ରାୟ କଂଗ୍ରେସ ଏହି ଗୋଳିଆ ପାଣିରୁ ଫାଇଦା ନେବା ଚକ୍କରରେ ।

ମେଣ୍ଟ ଘୋଷଣା ହେଲେ ଦୁଇ ଦଳରୁ ଯେଉଁ ବିଦ୍ରୋହୀ ଆସିବେ ସେମାନଙ୍କ ଉପରେ ଆଖି ରଖିଛି କଂଗ୍ରେସ । ଯେଉଁଥିପାଇଁ ଦଳର ଟିକଟ ଘୋଷଣାରେ ବି ସାମୟିକ ବ୍ରେକ୍ ଲାଗିଛି । ସେପଟେ ବିଜେପି ଓ ବିଜେଡି କିନ୍ତୁ କଂଗ୍ରେସର ଏଭଳି ପ୍ରୋଟେଷ୍ଟ ଥିଓରୀକୁ ଗୁରୁତର ସହ ନନେଇ ଓଲଟା କଡା ସମାଲୋଚନା କରିଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ ମତ, କଂଗ୍ରେସ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରୁଛି ସତ । କିନ୍ତୁ ଘର ଅସଜଡା ଥିବାରୁ ବିଶେଷ କିଛି ଫଳ ଦଳକୁ ନମିଳିପାରେ । ୨୦୧୯ ନିର୍ବାଚନରେ କଂଗ୍ରେସ ଲୋକସଭା ନିର୍ବାଚନରେ ୧୩ ପ୍ରତିଶତ ଭୋଟ ପାଇଥିବା ବେଳେ ବିଧାନସଭା ନିର୍ବାଚନରେ ମାତ୍ର ୧୬ ପ୍ରତିଶତ ଭୋଟ ପାଇଥିଲା ।

ଭୋଟ ଗ୍ରାଫ୍ ରେ ତଳେ ଥିବା କଂଗ୍ରେସ ୨୦୨୪ରେ ଲୋକଙ୍କ ଆସ୍ଥା ଭାଜନରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

  • Reported by:
  • JAGDISH DAS , NIRANJAN REDDY