Advertisment

Tara Bahinipati Suspend: ତାରା ବାହିନୀପତି ୭ ଦିନ ସସପେଣ୍ଡ

ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ ଦିନ ସସପେଣ୍ଡ କରାଯାଇଛି। ବାଚସ୍ପତି ସୁରମା ପାଢୀ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଗତକାଲି ବିଧାନସଭାରେ ତାରା ବାଚସ୍ପତିଙ୍କ ପୋଡିୟମର ମାଇକ ଭାଙ୍ଗି ଦେଇଥିଲେ। ମଙ୍ଗଳବାର ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା।

ଅଦ୍ୟତନ ହୋଇଛି
tara

tara

Advertisment

ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକତାରାପ୍ରସାଦ ବାହିନୀପତିଙ୍କୁ ୭ ଦିନ ସସପେଣ୍ଡ କରାଯାଇଛି। ବାଚସ୍ପତି ସୁରମା ପାଢୀ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଗତକାଲି ବିଧାନସଭାରେ ତାରା ବାଚସ୍ପତିଙ୍କ ପୋଡିୟମର ମାଇକ ଭାଙ୍ଗି ଦେଇଥିଲେ। ମଙ୍ଗଳବାର ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ଗୃହ ଅଚଳ ହୋଇଥିଲା। ଏହା ସହିତ ଜୟନାରାୟଣ ଓ ତାରା ହାତାହାତି ମଧ୍ୟ ହୋଇଥିଲେ। ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ହଙ୍ଗାମା କରିବାରୁ ଗୃହ ମୁଲତବୀ କରିଥିଲେ ବାଚସ୍ପତି।

Advertisment

ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ । ଏହାପରେ ଗୃହ ମଧ୍ୟଭାଗକୁ ଆସି ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ଏପଟେ ବିଜେଡି ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ଜୟନାରାୟଣ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲେ । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯିବାକୁ ଉଦ୍ୟମ କରିଥିଲେ ।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....

ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ କଂଗ୍ରେସ ସଦସ୍ୟ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତି ସୁରମା ପାଢୀ ଗୃହକୁ ପରିଚାଳନା କରୁଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖୁଥିବାବେଳେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଫଳରେ ବାଚସ୍ପତି ଗୃହକାର୍ଯ୍ୟ ମୁତଲବୀ ଘୋଷଣା କରିଥିଲେ ।

Advertisment

ଏହାପରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଗାନ୍ଧି ମୂର୍ତ୍ତି ତଳେ ବସି ଧାରଣା ଦେଇଛନ୍ତି । ତାରା କହିଛନ୍ତି, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଉତ୍ତ୍ୟକ୍ତ ହୋଇ ଆସି ପ୍ରଥମେ ତାଙ୍କ କଲର୍ ଧରିଥିଲେ । ବିଜେପି ସଦସ୍ୟ ଆଗେ ଠେଲାପେଲା ଆରମ୍ଭ କରିଥିଲେ । ବିଜେପି ସରକାର ଗଣତନ୍ତ୍ରକୁ ଅସମ୍ମାନ କରିଛି । ବାଚସ୍ପତି ଜବରଦସ୍ତ ଗୃହ ଚଲାଉଛନ୍ତି ବୋଲି କହିଛନ୍ତି ତାରା ।

ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ''ଓଡ଼ିଶା ଇତିହାସରେ ଏମିତି କେବେ ହୋଇନଥିଲା । ଶାସକ ଦଳ ଜୋର ଜବରଦସ୍ତ ବିଧାନସଭା ଗୃହ ଚଳାଇଛନ୍ତି । ଜୟନାରାୟଣ ତାରାପ୍ରସାଦଙ୍କ କଲର ଧରି ବାଡ଼େଇଲେ ।''

Advertisment

ଅଧିକ ପଢ଼ନ୍ତୁ: ଘନେଇଲା ଉତ୍କଳ-କୋଶଳ ବିବାଦ, ବିଧାନସଭା ଅଚଳ କଲା ବିଜେଡି

Odisha Assembly Tara Bahinipati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ