Advertisment

Pahalgam Terrorist Attack Response: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଏମିତି କହିଲେ ସୁଲତା...ଦଳ ଭିତରୁ ବିରୋଧ

ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ତଥା ରାଜନେତା ସୁଲତା ଦେଓ ପୁଣି ଥରେ ଚର୍ଚ୍ଚାରେ। ତେବେ ଏଥର ତାଙ୍କର ସମ୍ବେଦନହୀନ ବୟାନ ପାଇଁ ସୁଲତା ଚର୍ଚ୍ଚାରେ ରହିଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ନେଇ ସୁଲତାଙ୍କ ବୟାନ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
sulata

sulata

Advertisment

ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ତଥା ରାଜନେତା ସୁଲତା ଦେଓ ପୁଣି ଥରେ ଚର୍ଚ୍ଚାରେ। ତେବେ ଏଥର ତାଙ୍କର ସମ୍ବେଦନହୀନ ବୟାନ ପାଇଁ ସୁଲତା ଚର୍ଚ୍ଚାରେ ରହିଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ନେଇ ସୁଲତାଙ୍କ ବୟାନ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଧର୍ମ ପଚାରି ହତ୍ୟା କରିବା ଅସମ୍ଭବ ବୋଲି ସୁଲତା ବୟାନ ଦେଇଛନ୍ତି।

Advertisment

ବୁଧବାର ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହା ବ୍ୟତୀତ ୧୭ ଜଣ ଆହତ ମଧ୍ୟ ହୋଇଥିଲେ। ଗୋଟିଏ ପଟରେ ମୃତକ ଓ ଆହତଙ୍କ ପାଇଁ ସମଗ୍ର ଦେଶ କାନ୍ଦୁଥିବା ବେଳେ ସୁଲତାଙ୍କ ବୟାନ ମୃତକଙ୍କ ପରିବାର ପାଇଁ କଟା ଘାରେ ଲୁଣ ସଦୃଶ ସାବ୍ୟସ୍ତ ହୋଇଛି।

Advertisment

ଭାରତରେ ଅତୀତରେ ମଧ୍ୟ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି। ସଂଖ୍ୟା ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଢେର ଅଧିକ ରହିଛି। ତେବେ ଏହି ଆକ୍ରମଣ ଜରିଆରେ ଆତଙ୍କବାଦୀ ମାନେ ଭାରତ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ। ପ୍ରଥମ ଥର ପାଇଁ ହତ୍ୟା କରିବା ପୂର୍ବରୁ ସମସ୍ତଙ୍କୁ ସେମାନଙ୍କ ଧର୍ମ ପଚାରିଥିଲେ। ଧର୍ମ ପଚାରିବା ପରେ ହିଁ ସମସ୍ତଙ୍କୁ ହତ୍ୟା କରାଯାଇଥିଲା।

ତେବେ ପହଲଗାମ ମୃତକଙ୍କ ପାଇଁ ଶଙ୍ଖ ଭବନ ସମ୍ମୁଖରେ ଅନୁଷ୍ଠିତ ଏକ କ୍ୟାଣ୍ଡେଲ ମାର୍ଚ୍ଚ ସମୟରେ ଶାଳୀନତାର ସମସ୍ତ ସୀମା ଅତିକ୍ରମ କରି ଯାଇଛନ୍ତି ସୁଲତା। ସେ କହିଛନ୍ତି ମୁଁ ନିଶ୍ଚିତ ଯେ, ଧର୍ମ ପଚାରି ହତ୍ୟା କରାଯିବା ସମ୍ଭବ ନୁହେଁ। ଯେତିକି ସମୟ ଭିତରେ ସମସ୍ତେ ପ୍ରାଣ ହରାଇଥିଲେ ଧର୍ମ ପଚାରିବା ସମ୍ଭବ ନୁହେଁ। କୌଣସି ଆତଙ୍କବାଦୀ ଧର୍ମ ଓ ଜାତି ସହିତ ବନ୍ଧା ନୁହେଁ ବୋଲି କହିଥିଲେ ସୁଲତା। ଏହି ଆକ୍ରମଣ ବିରୋଧରେ ଜମ୍ମୁ କାଶ୍ମୀରବାସୀ ଏକାଠି ହେବା ଉଚିତ ବୋଲି ସେ କହିଥିଲେ।

Advertisment

ପହଲଗାମ ଆତଙ୍କୀ ଆକ୍ରମଣ ମାମଲାରେ ଅନେକ ପୀଡିତଙ୍କ ପରିବାର ବର୍ଗ ବୟାନ ଦେଇଛନ୍ତି। ଏହି ବୟାନରୁ ଏହା ସ୍ପଷ୍ଟ ଯେ ଆତଙ୍କବାଦୀ ମାନେ ଧର୍ମ ପଚାରି ହତ୍ୟା କରିଥିଲେ। ଏପରିକି ଜଣେ ମହିଳା ବୟାନ ଦେଇଛନ୍ତି, ତାଙ୍କ ସ୍ବାମୀଙ୍କ ପ୍ୟାଣ୍ଟ ଖୋଲି ଚେକ କରାଯାଇଥିଲା। କଲମା ନ ପଢି ପାରିବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା। ଜଣେ ଶିଶୁ ନିଜ ପିତାଙ୍କ ହତ୍ୟାର କାହାଣୀ ଶୁଣାଇଥିବା ବେଳେ ସେ ମଧ୍ୟ ଧର୍ମ ପଚାରି ହତ୍ୟା କରାଯାଇଥିବା ସ୍ପଷ୍ଟ କରିଥିଲେ।

ଏହି ଘଟଣାରେ ସୁଲତାଙ୍କ ବୟାନକୁ ନେଇ ବିଜେପି ନେତା ଜୟନାରାୟଣ ମିଶ୍ର ସୁଲତାଙ୍କୁ ସମାଲୋଚନା କରିଛନ୍ତି। ଜୟନାରାୟଣ ତାଙ୍କୁ ପାଗଳ ବୋଲି କହିବା ସହ ସେ ଯୋଗ୍ୟତା ବଳରେ ସାଂସଦ ହୋଇ ନ ଥିବା କହିଛନ୍ତି। ମ୍ୟାନେଜରିଆଲ ଦକ୍ଷତା ବଳରେ ସେ ରାଜ୍ୟସଭାକୁ ଯାଇଛନ୍ତି।

ଅନ୍ୟ ପକ୍ଷରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ମଧ୍ୟ ସୁଲତାଙ୍କ ବୟାନକୁ ନିନ୍ଦା କରିଛନ୍ତି। ସୁଲତା ନିଜ ବୟାନ ଜରିଆରେ ମୃତକଙ୍କୁ ଉପହାସ କରୁଛନ୍ତି। ସୁତରାଂ ସେ ଉପହାସର ଯୋଗ୍ୟ ଓ ତାଙ୍କୁ ସାଧାରଣ ଜନତା ଜବାବ ଦେବା ଉଚିତ ବୋଲି କହିଛନ୍ତି ଦେବୀ ମିଶ୍ର।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

BJD Terrorist Outfit Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: