ନବ ଦାସ ହତ୍ୟା ମାମଲା; ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।

ନବ ଦାସ ହତ୍ୟା ମାମଲା, ତାତିଲା ଛାତ୍ର କଂଗ୍ରେସ

ଦିନ ଯେତିକି ଯେତିକି ଗଡ଼ୁଛି ନବ ଦାସ ହତ୍ୟା ମାମଲା କୁ ନେଇ ରାଜ୍ୟ ରାଜନୀତି ସେତିକି ସେତିକି ସରଗରମ ହେବାରେ ଲାଗିଛି । ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନେଇ ଛାତ୍ର କଂଗ୍ରେସ ଦାବି କରିଛି ।

ଏହି ଦାବି ନେଇ ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଛାତ୍ର କଂଗ୍ରେସ ଦାବି କରିବା ସହ ସୁଶାନ୍ତ ସିଂହଙ୍କ ମୋବାଇଲ ଜବତ କରି ତଦନ୍ତ ଦାବି କରାଯାଇଛି ।

ସୁଶାନ୍ତଙ୍କ ନବଙ୍କ ସହ ଶତ୍ରୁତା ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପୂର୍ବରୁ ଦାବି କରି ଆସୁଛି ଛାତ୍ର କଂଗ୍ରେସ । ତେଣୁ ଆଜି ଛାତ୍ର କଂଗ୍ରେସ କର୍ମୀମାନେ ଏହି ଦାବି ନେଇ ସୁଶାନ୍ତଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଛାତ୍ର କଂଗ୍ରେସର ଅଭିଯୋଗ ଉପରେ ବିଧାୟକ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।