Advertisment

'କେଉଁ ତଥ୍ୟକୁ ଆଧାର କରି ମରୁଡ଼ି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ'

ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି, ମରୁଡ଼ି ଘୋଷଣା କଲେ କେମିତି ?

ଅଦ୍ୟତନ ହୋଇଛି
Padampur bypoll

Padampur bypoll

Advertisment

ଉଭୟ କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ଅଭାବନୀୟ ସ୍ଥିତି ଭିତରକୁ ଠେଲି ଦେଇଛନ୍ତି। ଆଉ ପଦ୍ମପୁର ର୍ନିବାଚନରେ ନାଟକବାଜି କରୁଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି ଟାର୍ଗେଟ କରିଛି ଖେତ ମଜଦୁର କିଶାନ କଂଗ୍ରେସ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଇନପୁଟ ସବସିଡ୍ ହାସ୍ୟାସ୍ପଦ। ୧୨ ଟି ଜିଲ୍ଳାର ୬୪ଟି ବ୍ଳକରେ ୨ଲକ୍ଷ ୫୦ ହଜାର ହେକ୍ଟର ଚାଷ ଜମି ମରୁଡ଼ି ହେଲା। ମୁଖ୍ୟମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ ତୁରନ୍ତ ଦିଆହେବ। ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି, ମରୁଡ଼ି ଘୋଷଣା ହୋଇନି।

Advertisment

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି, ବିଧିବଦ୍ଧ ଘୋଷଣାକୁ ଅପେକ୍ଷା...

ଏବେ ଉପନିର୍ବାଚନକୁ ଦେଖି ୨ଶହ କୋଟିର ଇନପୁଟ ସବ୍ ସିଡ୍ ଘୋଷଣା କରିଦେଲେ। ହେଲେ କେଉଁ ରିପୋର୍ଟ ଆଉ ତଥ୍ୟକୁ ଆଧାର କରି ଏ ମରୁଡ଼ି ସହାୟତା ଘୋଷଣା କଲେ ତାହା ସ୍ପଷ୍ଟ କଲେ ନାହିଁ। ଚାଷୀଙ୍କ ଫସଲ ବୀମାକୁ ମଧ୍ୟ କେନ୍ଦ୍ର ସରକାର ର୍ନିବାଚନ ପାଇଁ ଅଟକାଇ ରଖିଥିଲେ। ଠିକ୍ ର୍ନିବାଚନ ପୁର୍ବରୁ ଏହି ବୀମା ରାଶି ଦେଇ ଭୋଟରକୁ ପ୍ରଭାବିତ କରିବାକୁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ।

Advertisment

ଏହାସହ ମରୁଡ଼ି ସହାୟତା ବୃଦ୍ଧି, ଏମ୍ଏସପି ବୃଦ୍ଧି, ଜଳସେଚନ ଅବ୍ୟବସ୍ଥା, ମଣ୍ଡି ସମସ୍ୟା ଏବଂ ଧାନର ଅଭାବୀବିକ୍ରି ପ୍ରସଂଗରେ ମଧ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ର ଅଭିଯୋଗ ନେଇ ଉଭୟ ବିଜେଡି ଓ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

Farmer Unions padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ