/odishatv-khabar/media/post_attachments/uploadimage/library/16_9/16_9_0/BJD_1695282815.jpg)
BJD
ବିରୋଧ କରିବାରୁ ବଳି ପଡ଼ିଲେ କି ସୌମ୍ୟ ? ଫାଇଭ୍-ଟି ସଚିବ ଓ ନବୀନଙ୍କୁ ଟାର୍ଗେଟ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଲା । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ଦଳରୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବିଦା କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ନେଇ ଉଭୟ ବିଧାୟକଙ୍କୁ ବହିଷ୍କାର କରାଯାଇଛି ।
ଏହାସହ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି,ସମ୍ବାଦ ଲୋନ୍ ସ୍କାମ୍ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି । ଲୋନ୍ ସ୍କାମ୍ ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି । ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି । ୩ ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଯାଇଛି । ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି । ଲୋନ୍ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍ ଫ୍ରଡ୍ ବୋଲି ବିଜେଡି ପ୍ରେସ୍ ରିଲିଜ୍ ଜରିଆରେ କୁହାଯାଇଛି ।
ସେହିପରି ସୁଧାଂଶୁ ପରିଡ଼ାଙ୍କ ବହିଷ୍କାରର କାରଣ ଦର୍ଶାଇଛି ବିଜେଡି । ସବ୍ସିଡି ସ୍କାମ୍ ମାମଲାରେ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି । ତାଙ୍କ ବିରୋଧରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସୁଧାଂଶୁଙ୍କ ପରିଚାଳନାଧୀନ କଂପାନୀ ୩ କୋଟି ହଡ଼ପ କରିଛି।
କିଛି ଦିନ ପୂର୍ବରୁ ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମ୍ବାଦ ଉପରେ କ୍ରାଇମବ୍ରାଞ୍ଚ EOWର ରେଡ୍ ହୋଇଥିଲା । ସୌମ୍ୟ ରଞ୍ଜନ ପଟ୍ଟନାୟକ ଯେବେଠୁ ଆମଘରର ହାଲଚାଲରେ ଯେମିତିକି ଗତ ମାସ ୧୮ରେ ନିଜ ଜନ୍ମଦିନର ଅନୁଚିନ୍ତାରେ- ମନ୍ତ୍ରୀ ବଡ଼ କି ସଚିବ ବଡ଼ ବୋଲି ପଚାରିଥିବା ପ୍ରଶ୍ନ ଏବଂ ଅଗଷ୍ଟ ୨୭ରେ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖା ଲେଖିଲେ, ତା’ପରେ ଆକ୍ସନ ଆରମ୍ଭ ହୋଇଥିଲା ।
#ଦୁଇ_ବିଧାୟକଙ୍କୁ_ବିଜେଡିରୁ_ବହିଷ୍କାର
ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ। ବହିଷ୍କାର ନେଇ ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ...#BJD#MLA#SoumyaRanjanPatnaik#SudhanshuParida#Odishapic.twitter.com/MkXWNxw1pk— ଓଟିଭି (@otvkhabar) September 21, 2023
ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)