/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729154953.jpg)
Amar Satpathy
ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି। ୨ ଜଣଙ୍କ ପରେ ଆଉ କିଛି ଏମପି ଛାଡ଼ିପାରନ୍ତି। ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ। ସେ କହିବା ଆରମ୍ଭ କରିବାରୁ ଅନେକ ମୁହଁ ଖୋଲୁଛନ୍ତି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ।
ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ କେବେ ବି ଆମ ନେତା ନଥିଲେ’
୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି। ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି ବୋଲି ଅମର ଶତପଥୀ କହିଛନ୍ତି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି
ପ୍ରତିକ୍ରିୟା ମିଳିପାରିନାହିଁ ।
#ବିଜେଡି_ଛାଡ଼ିବେ_ଆଉ_କିଛି_ଏମ୍ପି ?
ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମ୍ପି । ବଡ଼ ବୟାନ ଦେଲେ ବରିଷ୍ଠ ନେତା ଅମର ଶତପଥୀ ।
୨ ଜଣଙ୍କ ପରେ ଆଉ କିଛି ଏମ୍ପି ଛାଡ଼ିପାରନ୍ତି କହିଲେ ଅମର ।#AmarPrasadSatpathy#BJD#OTVpic.twitter.com/hFnQ5DCyuN— ଓଟିଭି (@otvkhabar) October 17, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)