Advertisment

‘ପାଣ୍ଡିଆନ କେବେ ବି ଆମ ନେତା ନଥିଲେ’

ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
 Debashish Samantaray

Debashish Samantaray

ବିଜେଡିରେ ଦିନକୁ ଦିନ ତେଜୁଛି ବୟାନବାଜି । ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ପାଣ୍ଡିଆନ କେବେ ହେଲେ ବି ଆମ ନେତା ନଥିଲେ । ଆମ ନେତା ନବୀନ ପଟ୍ଟନାୟକ । ସତ୍ ସାହସ ଅଛି ତ ତାଙ୍କୁ କୁହ, ତାଙ୍କୁ ଦୋଷ ଦିଅ ବୋଲି କହିଛନ୍ତି ଦେବାଶିଷ । ମତାମତ ଦେବା ପୂର୍ବରୁ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଭାବିବା ଉଚିତ ଥିଲା। 

Advertisment

ଆହୁରି କହିଛନ୍ତି ଯେ, ସବୁବେଳେ କ୍ଷମତା ଲୋଭୀ ହେବା ଉଚିତ ନୁହେଁ। ଅମର ଶତପଥୀ ବିଜେଡି ଛାଡ଼ି ଏନସିପି ଯିବା ବେଳେ ବି ଏମିତି କହିଥିଲେ। ସେତେବେଳେ ଏମିତି କହି ପୁଣି କିଭଳି ବିଜେଡିକୁ ସେ ଫେରିଲେ। ପାଟ୍ଟଶାଣୀ ଏତେ ଫାଇଦା ପାଇଲା ପରେ ବି ପୁଣି କିଭଳି କହିପାରୁଛନ୍ତି ବୋଲି ସେ କହିଛନ୍ତି । ଯିଏ ଛାଡ଼ିବାର କଥା ଛାଡ଼ନ୍ତୁ, କିଛି ଫରକ ପଡ଼ିବନି ବୋଲି କହିଛନ୍ତି ଦେବାଶିଷ ।  

ଗତକାଲି ପାଣ୍ଡିଆନ୍‌ଙ୍କ ଉପରେ ବର୍ଷିଥିଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ପାଣ୍ଡିଆନଙ୍କ ପାଇଁ ମୁଁ ଦଳ ଛାଡ଼ିଲି ବୋଲି ସେ କହିଥିଲେ । ପାଣ୍ଡିଆନ୍‌ଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା । ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି ବୋଲି ପାଟ୍ଟଶାଣୀ କହିଥିଲେ ।

Advertisment

ସେହିପରି ବରିଷ୍ଠ ନେତା ଅମର ଶତପଥୀ ବି ଦେଇଥିଲେ କଡ଼ା ବୟାନ । ବିଜେଡିରେ ମୁଁ ଆଉ ନାହିଁର ବୟାନ ପରେ ଅମର କହିଥିଲେ, ବିଜେଡିକୁ ନେଇ ମୁଁ ଦେଇଥିବା ମତକୁ ନେଇ ଅନେକ ବିଜେଡ଼ି ବନ୍ଧୁଙ୍କଠୁ ସମର୍ଥନ ମିଳୁଛି। କିନ୍ତୁ ସେମାନେ publicly ଆସୁନାହାନ୍ତି। ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ବି କହିଥିଲେ ଅମର।

BJD Politics
Advertisment
Advertisment