Advertisment

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ସତ୍ୟ ନାୟକ

କଂଗ୍ରେସ ଉପରେ ଅସନ୍ତୋଷ ଝାଡ଼ିଲେ ସତ୍ୟ।

author-image
Chandan Shishu
ଅଦ୍ୟତନ ହୋଇଛି
Senior Leader Satya Nayak Quits From Congress

senior leader satya nayak quits from congress

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ସତ୍ୟ ନାୟକ। ବାରମ୍ବାର ଦଳରେ କୋଣଠେସାର ଶିକାର ହେବା ପରେ ଶେଷରେ କଂଗ୍ରେସ ଛାଡିଛନ୍ତି ସତ୍ୟ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପଠାଇଛନ୍ତି। ଇସ୍ତଫା ପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବା ସହ ଦଳରେ କନ୍ଦଳ ଭରି ରହିଥିବା ଲେଖିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ କଂଗ୍ରେସ ସହ କେଉଁ ବର୍ଗର ଲୋକ ଅଛନ୍ତି, ତାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି । କୃଷକ, ଦଳିତ, ଓବିସି, ମହିଳା, ଯୁବକ କେହି ବି କଂଗ୍ରେସ ସହ ନାହାନ୍ତି। 

୯ରୁ ୯୦ ସ୍ଲୋଗାନ୍ କେବଳ ସ୍ଲେଗାନରେ ସୀମିତ ରହିଯାଇଛି।  ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ପିସିସି ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ ସତ୍ୟ। ସେଦିନଠୁ ଅସନ୍ତୁଷ୍ଟ ହୋଇ ମିଡିଆ ସେଲ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ ସତ୍ୟ। ଶେଷରେ ଆଜି କଂଗ୍ରେସରୁ ବାହାରିଯାଇଛନ୍ତି ସତ୍ୟ।

Advertisment
Congress
Advertisment
Advertisment