Advertisment

ବୈଠକରେ ବୃଦ୍ଧାଙ୍କୁ ମନ୍ତ୍ରୀଙ୍କ ଅପମାନ : କାନ୍ଦି କାନ୍ଦି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଦସ୍ୟା

‘ବିଜୁ ପଟ୍ଟନାୟକଙ୍କର ମୁଁ ମେନ୍ ଲୋକ ଥିଲି... ମୋତେ ଟିକେଟ ଦେଇଥିଲେ ବିଜୁବାବୁ । ମୁଁ ଅନ୍ୟାୟ ପାଇଁ ଲଢେଇ କରୁଛି । କିନ୍ତୁ ସମୀର ଦାଶ ଦଳରେ ମିଶିଲା ପରେ ମୋତେ ବହୁତ ଅସୁବିଧାରେ ପକାଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ମହିଳା “

author-image
Prangyan Parimita
ଅଦ୍ୟତନ ହୋଇଛି
Senior BJD worker Brings Misbehaviour Slur Against Education Minister Samir Ranjan Dash

Samir Ranjan Dash

ମା'ଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡ଼ି ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଛି । ମହିଳାଙ୍କୁ ବୈଠକରେ ସର୍ବସମ୍ମୁଖରେ ଅପମାନ ଦେଲେ ମନ୍ତ୍ରୀ ସମୀର ଦାସ । ସମସ୍ତଙ୍କ ସାମ୍ନାରେ ଅପମାନିତ ହେବା ପରେ କାନ୍ଦି କାନ୍ଦି ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା କୁଞ୍ଜଲତା ସାମଲ । ଗତକାଲି ପୁରୀ ଜିଲ୍ଲା ପରିଷଦ ବୈଠକରେ ଏନେଇ ହୋହାଲ୍ଲା ହୋଇଛି । ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଚତୁର୍ଥ ଜିଲ୍ଲା ପରିଷଦ ବୈଠକରେ ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଅସମ୍ମାନ କରାଯାଇଛି ।

Advertisment

୨୦୧୭ରୁ ୨୨ ପର୍ଯ୍ୟନ୍ତ ବାକି ଥିବା କାର୍ଯ୍ୟ କାହିଁକି କରାଯାଇନଥିଲା ତାହାକୁ ନେଇ ବୈଠକରେ ପ୍ରଶ୍ନ କରିଥିଲେ କୁଞ୍ଜଲତା । ହେଲେ ଜିଲ୍ଲାପାଳ ଉତ୍ତର ରଖିବା ପୂର୍ବରୁ ମନ୍ତ୍ରୀ ସମୀର ନିଜ ଆଡୁ ହସ୍ତକ୍ଷେପ କରି କୁଞ୍ଜଲତାଙ୍କୁ ସମସ୍ତଙ୍କ ସାମ୍ନାରେ ତାଚ୍ଛଲ୍ୟ କରିବା ସହ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି କୁଞ୍ଜଲତା । ତାଙ୍କୁ ବୈଠକରେ କହିବାକୁ ସୁଯୋଗ ନଦେବାରୁ ଅସମ୍ମାନିତ ହୋଇ ବୈଠକୁ ସେ ବର୍ଜନ କରିଥିଲେ।

ଅଧିକ ପଢ଼ନ୍ତୁ: ବିଜେଡି MLAଙ୍କ ନାଁରେ ଅପହରଣ ଅଭିଯୋଗ

ବୃଦ୍ଧ ମହିଳା ଜଣକ କହିଛନ୍ତି, ବିଜୁ ପଟ୍ଟନାୟକଙ୍କର ମୁଁ ମେନ୍ ଲୋକ ଥିଲି... ମୋତେ ଟିକେଟ ଦେଇଥିଲେ ବିଜୁବାବୁ । ମୁଁ ଅନ୍ୟାୟ ପାଇଁ ଲଢେଇ କରୁଛି । ଏଥିପାଇଁ ଅନେକ କଷ୍ଟ ସହିବାକୁ ପଡ଼ୁଛି । ସାଧାରଣ ଲୋକଙ୍କ ପାଇଁ କାମ କରୁଛି । ହେଲେ ସମୀର ଦାସ ୧୦/୧୪ ବର୍ଷ ହେବ ମୋତେ ହଇରାଣ କରୁଛନ୍ତି । ମୋ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜାଣିଛନ୍ତି ।

Advertisment

ସମୀର ଦାସ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ୨୦୨୨ ପଞ୍ଚାୟତ ନିର୍ବାଚନରେ ୧୮ନମ୍ବର ଜୋନର ବଳଙ୍ଗା ପଞ୍ଚାୟତର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିଲେ । ଆଉ ନୋମିନି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ କୁଞ୍ଜଲତାଙ୍କୁ ବିରୋଧ କରିଥିଲେ । ଏବେ ସେ ପୁଣି ବିଜେଡିକୁ ଆସି ପୂର୍ବରୁ ବକେୟା ଥିବା ପ୍ରୋଜେକ୍ଟର ୱାର୍କ ଅର୍ଡର ଆଣିବାକୁ ସକ୍ଷମ ହେଲେ, ଆଉ ତାଙ୍କ ପୁଅ ନାମରେ କାର୍ଯ୍ୟ କଲେ। ଏଭଳି ପରିସ୍ଥିତିରେ ମନ୍ତ୍ରୀ ସମୀର ଦାସ କାହିଁକି ସେହି ବ୍ୟକ୍ତିଙ୍କ ପାଇଁ ବାହାରି କୁଞ୍ଜଲତାଙ୍କୁ ବିରୋଧ କରୁଛନ୍ତି ବୋଲି ଉଠିଛି ପ୍ରଶ୍ନ।

ତେବେ ଏହି ଘଟଣା ନେଇ କୁଞ୍ଜଲତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଣଶିକ୍ଷା ମନ୍ତ୍ରୀଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଜଣାଇବେ । ନିମାପଡା ବ୍ଲକରେ ସଂପୃକ୍ତ ମନ୍ତ୍ରୀଙ୍କ ଯୋଗୁଁ ଅନ୍ୟାୟ ଅତ୍ୟାଚାର ବୃଦ୍ଧି ପାଉଥିବା ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବେ ବୋଲି କହିଛନ୍ତି କୁଞ୍ଜଲତା । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ଓ କାମ ଚାଲିଛି । ସେଥିରେ କୌଣସି ପରିବର୍ତ୍ତନ ହୋଇ ପାରିବନାହିଁ ବୋଲି । ହେଲେ ଜିଲ୍ଲାପରିସଦ ସଦସ୍ୟଙ୍କୁ କିଛି ଅପମାନିତ କରାଯାଇନାହିଁ ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି ।

Education Minister Samir Ranjan Dash
Advertisment
Advertisment