Advertisment

Pandian Exposed:ଖୋଲିଲା ପାଣ୍ଡିଆନଙ୍କ ଗୁମର, ପଦାକୁ ଆସିଲା ବିଜେଡି ହାରିବାର କାରଣ

ପାଣ୍ଡିଆନ୍ କେମିତି ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା, l ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କହୁଥିଲେ, ସବୁକଥା ଏହି ବହିରେ ରହିଛି ।

ଅଦ୍ୟତନ ହୋଇଛି
ଗୁମର ଖୋଲିଲା

ଗୁମର ଖୋଲିଲା

Advertisment

ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣରେ ଚାଞ୍ଚଲ୍ୟକର ତଥ୍ୟ। ପାଣ୍ଡିଆନ୍ ପଜଲ ସହ କିଏ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାନକୁହା, ସେ କଥା ଲେଖିଛନ୍ତି ରୁବେନ୍ ବାନାର୍ଜୀ।  ଭି କେ ପାଣ୍ଡିଆନଙ୍କ ଆବିର୍ଭାବ ଓ ଦବଦବା ଉପରେ ପାଣ୍ଡିଆନ୍ ପଜଲ ଶୀର୍ଷକ ବଡ଼ ଅଧ୍ୟାୟ ଏହି ବହିରେ ଅଛି । ପାଣ୍ଡିଆନ୍ କେମିତି ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା, l ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କହୁଥିଲେ, ସବୁକଥା ବହିରେ ରହିଛି ବୋଲି ଲେଖକ ରୁବେନ ବାନାର୍ଜୀ କହିଛନ୍ତି।

Advertisment

ରୁବେନ୍ ବିଜେଡିକୁ ପାଖରୁ ଦେଖିଛନ୍ତି: ପ୍ରସନ୍ନ ଆଚାର୍ଯ୍ୟ

୨୦୨୪ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ରୁବେନ୍ ବାନାର୍ଜୀଙ୍କ ଲିଖିତ ବହି ଉନ୍ମୋଚିତ ହୋଇଛି। ବିଜେଡି ପରାଜୟ ପଛରେ ପାଣ୍ଡିଆନ କାରଣ ବୋଲି ରୁବେନ୍ ସ୍ପଷ୍ଟ ଭାବେ ଲେଖିଛନ୍ତି । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଏହି ବହିରେ ଲେଖିଥିବା କଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ରୁବେନ ବାନାର୍ଜୀ ଜଣେ ଅତି ପ୍ରତିଷ୍ଠିତ, ଅନୁଭବୀ, ଅଭିଜ୍ଞ ସାମ୍ବାଦିକ ଓ ସମାଲୋଚକ। ତାଙ୍କ ବହିରେ ସେ ଯେଉଁ ସବୁ ତଥ୍ୟ ଦେଇଛନ୍ତି ସେ ଅନେକ ସୂତ୍ରରୁ ସଂଗ୍ରହ କରିଥିବେ। ଓଡ଼ିଶାରେ ଦୀର୍ଘ ଦିନ ଧରି ରୁବେନ୍ ସାମ୍ବାଦିକତା କରିଛନ୍ତି। ବିଜେଡି ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ସେ ନିରୀକ୍ଷଣ କରିଛନ୍ତି। ରୁବେନ ଯେଉଁ ବହି ଲେଖିଛନ୍ତି, ସେଥିରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।...

ଅଧିକ ପଢନ୍ତୁ:କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

Advertisment

ପାଣ୍ଡିଆନଙ୍କ କୋଟେରୀ କଥା ସତ: ସମୀର

ରୁବେନଙ୍କ ବହି ଉପରେ ମତ ରଖିଛନ୍ତି ବିଜେପି ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସମୀରରଞ୍ଜନ ଦାଶ। ସେ କହିଛନ୍ତି, ରୁବେନ୍ ବାନାର୍ଜୀ ନବୀନ ବାବୁଙ୍କୁ ଓ ବିଜେଡ଼ିକୁ ଭଲ ଭାବେ ଜାଣିଛନ୍ତି। ପାଣ୍ଡିଆନଙ୍କ କୋଟେରୀ ବାବଦରେ ଯାହା ସେ ଲେଖିଛନ୍ତି, ସେଥିରେ କୌଣସି ସନ୍ଦେହ ବା ଦ୍ୱିମତ ନାହିଁ। ତାଙ୍କର ଭୁଲ ନଥିବା ସତ୍ତ୍ୱେ କୋଟେରୀ ଗ୍ରୁପ୍ ପାଇଁ ବିଜେଡି ସରକାରରେ ତାଙ୍କ ମନ୍ତ୍ରୀ ପଦ ଯାଇଥିଲା ବୋଲି କହିଛନ୍ତି ସମୀର। ପରେ ଟିକେଟ ବି କାଟି ଦିଆଗଲା। ଅଫିସରଙ୍କ ଦ୍ବାରା ପରିଚାଳିତ ହେଉଥିଲା କୋଟେରୀ ଗ୍ରୁପ୍। କୋଟେରୀ ଗ୍ରୁପ୍ ହିଁ ବିଜେଡ଼ି ବିପର୍ଯ୍ୟୟର ବଡ କାରଣ ବୋଲି କହିଛନ୍ତି ସମୀର।...

ଅଦ୍ଭୁତ ପ୍ରେମ କାହାଣୀର ନାୟକ: ସୌମ୍ୟରଞ୍ଜନ

ରୁବେନ ବାନାର୍ଜୀଙ୍କ ଦ୍ୱାରା ନବୀନଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନରେ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ନବୀନ ବାବୁ ଅଦ୍ଭୁତ ପ୍ରେମ କାହାଣୀର ନାୟକ। ଯେଉଁ ଓଡ଼ିଶାବାସୀ ନବୀନଙ୍କୁ ଏତେ ଭଲ ପାଇବା ଦେଲେ ସେହି ଭାଷା ସେ ଶିଖି ପାରିଲେନି। ନବୀନ ଓଡ଼ିଶାକୁ ବେଶୀ ଭଲ ପାଆନ୍ତି ନା ଓଡ଼ିଶାବାସୀ ନବୀନଙ୍କୁ ବେଶୀ ଭଲ ପାଆନ୍ତି ପ୍ରଶ୍ନ କରିଛନ୍ତି ସୌମ୍ୟ । ଏଥିସହ ସୌମ୍ୟ ପଟ୍ଟନାୟକ କହିଛନ୍ତି, ବିଜେଡିରେ ଥିଲି ବୋଲି ନିଜକୁ ଲଜ୍ଜିତ ମନେ କରୁଛି ଓ ନିଜକୁ ଧିକାର କରୁଛି।

Advertisment

ଏନେଇ ନବୀନ ପଟ୍ଟନାୟକ କି ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଅଧିକ ପଢନ୍ତୁ: ଚମକାଇଦେଲେ ଅପରାଜିତା ଷଡଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଲେ ବ୍ୟାଗ ଉପହାର 

Naveen Patnaik BJD Naveen Niwas VK Pandian Pandian Pandian Politics V. K. Pandian Book Review
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ