• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଞ୍ଜାମ ବିଜେଡିର ଗତି କୁଆଡ଼େ ? ଦଳରେ ପ୍ରଚଣ୍ଡ ଗୋଷ୍ଠୀ କନ୍ଦଳ ଭିତରେ ୨୪ ବେଳକୁ ବଦଳିଯିବନି ତ ରାଜନୈତିକ ଦୃଶ୍ୟପଟ୍ଟ ? ଏକଦା ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରି ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିବା ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ସୃଷ୍ଟି କରିଛି ବିସ୍ଫୋରଣ। ଏପଟେ ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେଡିର ଗଡ଼ ଭାବେ ଉଭା ହୋଇଥିବା ରାଜ୍ୟର ଏ ଦକ୍ଷିଣ ଜିଲ୍ଲାରେ ଆଗକୁ କିଛି ଏପରି ପରିବର୍ତ୍ତନର ନୂଆ ଆଭାସ ମିଳିଛି।

କାରଣ ଜିଲ୍ଲାର ୧୩ ବିଧାନସଭା ଆସନ ଭିତରୁ ୬ଟି ଆସନରେ ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଛତ୍ରପୁର, ଆସିକା, ଗୋପାଳପୁର, ଦିଗପହଣ୍ଡି ଓ କବିସୂର୍ଯ୍ୟନଗରରେ ବିଜେଡି ଅନ୍ତକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏସବୁ ସ୍ଥାନରେ ଦଳର ସମାନ୍ତରାଳ ଗୋଷ୍ଠୀ ବିରୋଧୀଙ୍କ ଅପେକ୍ଷା ନିଜ ନିଜ ଭିତରେ ହିଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେପେଟ ଦୀର୍ଘ ଦିନ ଧରି ଏ ଗୋଷ୍ଠୀ କନ୍ଦଳ ଓ ଅସନ୍ତୋଷକୁ ଶାନ୍ତ କି ସମାଧାନ କରିବାକୁ କେହି ନାହିଁ। ଏଭଳି ସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା।

ଅଧିକ ପଢ଼ନ୍ତୁ: ୨୪ ନିର୍ବାଚନରେ ବିଜେଡିକୁ ବୁମେରାଂ ହେବନି ତ ମହିଳା କାର୍ଡ?

ଏପଟେ ଜିଲ୍ଲା ବଜେଡିରେ ଗତ କିଛି ବର୍ଷ ଧରି ନେତୃତ୍ୱ ସଙ୍କଟ ଦଳ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ୍ । ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାସ୍ଥ୍ୟଗତ କାରଣରୁ ବିଶ୍ରାମ ନେବା ପରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦଳର ଲଗାମ ଉପରେ ସେଭଳି କିଛି ପ୍ରଭାବ ନାହିଁ । ଏପଟେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗଞ୍ଜାମ ଜିଲ୍ଲାର ପ୍ରତିନିଧି ପ୍ରଭାବ ବିସ୍ତାର କରୁଥିଲା ।

ହେଲେଏବେ ଆଉ ସେ ସ୍ଥିତି ନାହିଁ। ନିକଟରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଓ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ ଚିକିଟିବିଧାୟିକା ଉଷା ଦେବୀଙ୍କ ଉପସ୍ଥିତି ହିଁ ଜିଲ୍ଲାବାସୀଙ୍କ ଏକମାତ୍ର ସାନ୍ୱନା। ଏଭଳି ସ୍ଥିତିରେ୨୪ ନିର୍ବାଚନ ବେଳକୁ ବିଜେଡିର ଗଞ୍ଜାମ ଗଡ଼ ସୁରକ୍ଷିତ ଥିବ ନା ଭୁଶୁଡ଼ି ଯାଇଥିବ, ତାକୁ ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ବିଜେଡି ଏଭଳି ଆଶଙ୍କାକୁ ଅମୂଳକ ଦର୍ଶାଇଥିବା ବେଳେ ଜିଲ୍ଲାରେ କଂଗ୍ରେସ ଆଡ଼କୁ ଲୋକେ ଢଳୁଥିବା କହିଛନ୍ତି ଦଳର ବରିଷ୍ଠ ନେତା ବିଜୟ ପଟ୍ଟନାୟକ।

ଗଞ୍ଜାମରେ ଗୋଷ୍ଠୀ କନ୍ଦଳକୁ ମାତ୍ ଦେବା ଓ ଦଳକୁ ମଜବୁତ କରିବାକୁ ବିଜେଡି ବିକ୍ରମ ଆରୁଖଙ୍କ ହାତରୁ ବାଚସ୍ପତି ପଦବି କାଢ଼ି ତାଙ୍କୁ ଗଞ୍ଜାମ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ଚର୍ଚ୍ଚା କେତେ ସତ, ଏବଂ ଆରୁଖଙ୍କୁ ଆଗକୁକି ଦାୟିତ୍ୱ ମିଳୁଛି, ଏବେ ତା ଉପରେ ସମସ୍ତଙ୍କ ନଜର।...

  • Reported by:
  • ASHOK BRAHMA