• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶରେ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟକୁ ନେଇ ଚର୍ଚ୍ଚା ହେଉଛି । ସାଂସଦ ପଦ ରଦ୍ଦ ହେବା ପରେ ସେ ନିଜର ଟ୍ୱିଟର୍‌ ବାୟୋରେ କିଛି ପରିବର୍ତ୍ତନ କରିଛନ୍ତି । ସେ ନିଜ ବାୟୋରେ ଡିସ୍‌କ୍ୱାଲିଫାଏଡ୍‌ ଏମ୍‌ପି ବୋଲି ଲେଖିଛନ୍ତି । ଯାହାକୁ ନେଇ ଏବେ ଦେଶସାରା ଚର୍ଚ୍ଚା ହେଉଛି । ସାଂସଦ ସଭ୍ୟ ପଦ ରଦ୍ଦ ପରେ ନିଜକୁ ଅଯୋଗ୍ୟ ଏମ୍‌ପି ବୋଲି ଟ୍ୱିଟର୍‌ରେ ଲେଖିଛନ୍ତି ।

Rahul Gandhi Twitter BioRahul Gandhi Twitter Bio

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ(Rahul Gandhi ) ଗତକାଲି କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ମୋଦି ଏବଂ ଆଦାନୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି । ଏନେଇ ଦୈନିକ ନୂଆ ନୂଆ ଉଦାହରଣ ମଧ୍ୟ ଦେଖିବା ପାଇଁ ମିଳୁଛି । ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାହୁଲ କହିଛନ୍ତି ଯେ, ‘ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ନୂଆ ନୁହେଁ, ବହୁ ପୁରୁଣା । ସଂସଦରେ ପ୍ରଶ୍ନ କରିଥିଲି, ହେଲେ ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା । ମୋ ସଂପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଲେ । ମୋତେ କହିବାକୁ ସୁଯୋଗ ଦିଆଗଲାନି । ମୁଁ ପ୍ରଶ୍ନ କରିବି, ମୋତେ କେହି ଡରାଇ ପାରିବେନି’। ଡରାଇ, ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେନି । ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢ଼ୁଛି । ମୋତେ କେହି ଚୁପ୍‌ କରିପାରିବେ ନାହିଁ । ମୋ ପରବର୍ତ୍ତୀ ଭାଷଣକୁ ଡରି ମୋ ପଦ ଜାଣିଶୁଣି ରଦ୍ଦ କରାଗଲା । ଏ ଦେଶ ମୋତେ ବହୁତ କିଛି ଦେଇଛି, ଦେଶ ପାଇଁ ଲଢ଼ିବି ’।

ସେପଟେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପରେ ଆଶଙ୍କାରେ ତାଙ୍କ ରାଜନୈତିକ ଭବିଷ୍ୟତ । ଏପଟେ ୱାଇନାଡ ଲୋକସଭା ଆସନ ଖାଲି ହୋଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ୱାଇନାଡ ସିଟ ଫାଙ୍କା ଥିବା ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏବେ ନିର୍ବାଚନ କମିଶନଙ୍କ ପାଖରେ ନିଷ୍ପତ୍ତି । ଆସନ ଫାଙ୍କା ଘୋଷଣା ହେବାର ୬ ମାସ ଭିତରେ ଉପନିର୍ବାଚନ ହେବା ପାଇଁ ନିୟମ ରହିଛି ।

ତେଣୁ ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ୨୦୨୩ ମଧ୍ୟରେ ଯେକୌଣସି ସମୟରେ ଉପନିର୍ବାଚନ ଘୋଷଣା ହୋଇପାରେ । ଗତ ଗୁରୁବାର ଏକ ମାନହାନୀ ମାମଲାରେ ସୁରତ ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇବା ସହ ବେଲ୍ ଦେଇଛନ୍ତି ।

୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶରେ ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଛି । ପ୍ରତିକ୍ରିୟାରେ ରାହୁଲ କହିଥିଲେ, ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ ।