Advertisment

Priyanka Gandhi Vadra Oath: ସଂସଦରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା; ‘ସମ୍ବିଧାନ ବହି’ ଧରି ନେଲେ ଶପଥ

ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କାକୁ ଶପଥ ପାଠ କରାଇଛନ୍ତି। ହାତରେ ସମ୍ବିଧାନର କପି ଧରି ହିନ୍ଦୀରେ ଶପଥ ନେଇଛନ୍ତି ପ୍ରିୟଙ୍କା ।

ଅଦ୍ୟତନ ହୋଇଛି
Priyanka

Priyanka

Advertisment

ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କାକୁ ଶପଥ ପାଠ କରାଇଛନ୍ତି। ହାତରେ ସମ୍ବିଧାନର କପି ଧରି ହିନ୍ଦୀରେ ଶପଥ ନେଇଛନ୍ତି ପ୍ରିୟଙ୍କା । ନିକଟରେ କେରଳର ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା ୬ ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଏଥିସହିତ ମାଆ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧିଙ୍କ ସହିତ ପାର୍ଲାମେଣ୍ଟରେ ଜଏନ୍ କରିଛନ୍ତି ୫୨ ବର୍ଷୀୟା ପ୍ରିୟଙ୍କା। 

Advertisment

ଆଜି ଶପଥ ବେଳେ ପ୍ରିୟଙ୍କା ଏକ କାସାଭୁ ଶାଢି ପିନ୍ଧିଥିଲେ। ଏହି ଶାଢି ମାଲାୟାଲି ପର୍ବରେ କେରଳର ମହିଳାମାନେ ପିନ୍ଧନ୍ତି। ଏହି ବେଶରେ ଆସିବାର କାରଣ ସେ ୱାୟାନାଡରେ ସକ୍ରିୟ ଭାବରେ କାର୍ଯ୍ୟ କରିବାର ମନୋବୃତ୍ତିକୁ ଦର୍ଶାଉଛି। ହାତରେ ସମ୍ୱିଧାନ ଧରି ସେ ଶପଥ ନେଇଛନ୍ତି। କାର୍ଯ୍ୟକ୍ରମରେ ଭାଇ ରାହୁଲ ଗାନ୍ଧୀ, ମା' ସୋନିଆ ଗାନ୍ଧୀ, ସ୍ୱାମୀ ରବର୍ଟ ଭଦ୍ରା ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରିୟଙ୍କାଙ୍କ ଏହି ନୂଆ ଯାତ୍ରା ପାଇଁ କଂଗ୍ରେସ ସଭାପତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ନେତାମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । 

ପ୍ରଥମ ଥର ପାଇଁ ଗାନ୍ଧି ପରିବାରରୁ ୩ ଜଣ ମାଆ ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କାଙ୍କୁ ସଂସଦରେ ଦେଖିବାକୁ ମିଳିଛି । ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏ ବରେଲି ଓ କେରଳର ୱାୟନାଡ ଆସନରୁ ବିଜୟୀ ହୋଇଥିଲେ । ସେ ରାଏ ବରେଲି ଆସନକୁ ହାତରେ ରଖି ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ ।ଏହାପରେ ତାଙ୍କ ଭଉଣୀ ପ୍ରିୟଙ୍କା ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । 

Advertisment

ମାଆ ସୋନିଆ ଗାନ୍ଧୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏହି ଆସନରେ ୩ ଲକ୍ଷ ୬୪ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ଉପନିର୍ବାଚନରେ ପ୍ରିୟଙ୍କା ୪ ଲକ୍ଷ ୧୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ୱାୟନାଡ ଆସନରେ ୪ ଲକ୍ଷ ୩୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ ।

ଏହି ବିଜୟ ପରେ ପ୍ରିୟଙ୍କା ଗାନ୍ଧି ଟ୍ୱିଟ୍ କରିଥିଲେ, "ଆପଣମାନେ ମୋ ଉପରେ ବିଶ୍ୱାସ ରଖିଥିବାରୁ ମୁଁ କୃତଜ୍ଞ। ମୁଁ ନିଶ୍ଚିତ କରିବି ଯେ ସମୟ ସହିତ ଆପଣ ପ୍ରକୃତରେ ଅନୁଭବ କରିବେ ଯେ, ଏହି ବିଜୟ ଆପଣଙ୍କର ବିଜୟ । ଆପଣଙ୍କ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛନ୍ତି , ଆପଣଙ୍କ ଆଶା ଏବଂ ସ୍ୱପ୍ନକୁ ବୁଝିବି । ମୁଁ ସଂସଦରେ ଆପଣମାନଙ୍କର ସ୍ୱର ହେବାକୁ ଅପେକ୍ଷା କରିଛି। "

Advertisment

ଅଧିକ ପଢ଼ନ୍ତୁ:Nehru-Gandhi Family Shines: ଭାରତ ଇତିହାସରେ ପ୍ରଥମ, ସଂସଦରେ ନେହରୁ-ଗାନ୍ଧୀ ପରିବାରର ୩ ସଦସ୍ୟ

୨୦୧୯ରେ ପୂର୍ବ ଉତ୍ତରପ୍ରଦେଶର କଂଗ୍ରେସ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହେବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜନୀତିରେ ପ୍ରବେଶ କରିଥିଲେ। ଗୋଟିଏ ବର୍ଷ ପରେ ତାଙ୍କୁ ସମଗ୍ର ରାଜ୍ୟର ଦାୟିତ୍ୱ ଦିଆଯାଇଥିଲା। ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳ ପ୍ରଭାବ ପକାଇବାରେ ବିଫଳ ହୋଇଥିବାବେଳେ ସେ ୨୦୨୪ ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ଦଳକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପ୍ରିୟଙ୍କା ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ତେବେ ସାଂଗଠନିକ ଦାୟିତ୍ୱ ହେତୁ ସେ ଲଢିବାକୁ  ମନା କରିଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଧୀନରେ, ଇଣ୍ଡିଆ ବ୍ଲକ - କଂଗ୍ରେସ ଏବଂ ସମାଜବାଦୀ ପାର୍ଟି - ଉତ୍ତରପ୍ରଦେଶର ୮୦ ଟି ଲୋକସଭା ଆସନ ମଧ୍ୟରୁ ୪୩ଟିରେ ବିଜୟ ଲାଭ କରିଛି। ଯେଉଁଥିରେ ବିଜେପି ବହୁ ପଛରେ ପଡିଯାଇଛି । 

ଅଧିକ ପଢ଼ନ୍ତୁ:Hemant Soren's Oath: ଝାଡ଼ଖଣ୍ଡରେ ହେମନ୍ତ ସରକାର; ଆସନ୍ତା ୨୮ରେ ଶପଥ ସମାରୋହ

Congress Priyanka Gandhi-Vadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ