Advertisment

Waqf Bill Vote Row: କାଠଗଡ଼ାରେ ସସ୍ମିତ; ନବୀନଙ୍କୁ ଚିଠି ଲେଖିଲେ ପ୍ରତାପ, କହିଲେ....

କିଭଳି ଆଉ କେଉଁ ପରିସ୍ଥିତିରେ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଦଳ ବିରୋଧୀ ଆଭିମୁଖ୍ୟ ରଖିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପୀଡ଼ାଦାୟକ।

ଅଦ୍ୟତନ ହୋଇଛି
‘ସସ୍ମିତ କରିଥିଲେ ଷଡ଼ଯନ୍ତ୍ର !’

‘ସସ୍ମିତ କରିଥିଲେ ଷଡ଼ଯନ୍ତ୍ର !’

Advertisment

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ୱକ୍‌ଫ ବିଲ୍‌ ସପକ୍ଷରେ ସସ୍ମିତଙ୍କ ଭୋଟ୍‌ ନେଇ ସେ ଚିଠି ଲେଖିଛନ୍ତି । ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ  ଚିଠିରେ ଦାବି କରିଛନ୍ତି ପ୍ରତାପ ଜେନା ।

Advertisment

ବିଜେଡି ସଭାପତିଙ୍କୁ ଲେଖିଥିବା ଚିଠିରେ ପ୍ରତାପ ଉଲ୍ଲେଖ କରିଛନ୍ତି, ବିଜୁ ଜନତା ଦଳ ଗଠନ ଦିନଠାରୁ ସର୍ବଦା ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରି ଆସୁଅଛି । ସେମାନଙ୍କର ସାମାଜିକ, ଅର୍ଥନୈତିକ ବିକାଶ ଦିଗରେ ଗତ ୨୪ ବର୍ଷ ଧରି ବିଜେଡି ସରକାର ନିରନ୍ତର ପ୍ରୟାସ କରିଆସିଛି ଏବଂ ଆଗକୁ ମଧ୍ୟ ଏହା ବଜାୟ ରଖିବ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ରହିଛି । ହେଲେ ନିକଟରେ ୱକଫ୍ ସଂଶୋଧନ ବିଲ୍-୨୦୨୫ ରାଜ୍ୟସଭାରେ ଭୋଟିଂ ପାଇଁ ଆସିଥିବା ବେଳେ ଦଳୀୟ ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡିଆ 'ଏକ୍ସ' ରେ କରିଥିବା ଏକ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ ଥିଲା । ୱକଫ୍ ବିଲକୁ ବିଜୁ ଜନତା ଦଳ ବିରୋଧ କରିବ ବୋଲି ଆପଣ ଆରମ୍ଭରୁ ନିଜ ମତ ସ୍ପଷ୍ଟ ଭାବେ ରଖୁଥିଲେ । କିଭଳି ଆଉ କେଉଁ ପରିସ୍ଥିତିରେ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଦଳ ବିରୋଧୀ ଆଭିମୁଖ୍ୟ ରଖିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପୀଡ଼ାଦାୟକ। ଏହା ପଛରେ ଗଭୀର ଷଡଯନ୍ତ୍ର ଥିବା ମୋର ହୃଦବୋଧ ହେଉଛି ବୋଲି ପ୍ରତାପ ଜେନା ଚିଠିରେ ଲେଖିଛନ୍ତି ।

Advertisment

ସେହିପରି ସେ ଆହୁରି କହିଛନ୍ତି, ରାଜ୍ୟସଭା ନେତା ଭାବେ ସସ୍ମିତ ପାତ୍ର କିଭଳି ଏହି ପୋଷ୍ଟ କଲେ ସେନେଇ ଗଭୀର ତର୍ଜମା କରାଯିବା ସହ ଏହି ଷଡଯନ୍ତ୍ର ପଛରେ କିଏ, ତା’ର ଅନୁଧ୍ୟାନ ହେବାର ଆବଶ୍ୟକ‌ତା ରହିଛି । ମୋର ଅନୁରୋଧ ରହିବ, ରାଜ୍ୟସଭାରେ ଦଳୀୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମଗାଯିବା ସହ କେଉଁଠି ଦୋଷ ତ୍ରୁଟି ରହିଲା, ତାକୁ ତର୍ଜମା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ: ସସ୍ମିତଙ୍କ ବିରୋଧରେ ବିଜେଡିରେ କୁହୁଳିଲା ଅସନ୍ତୋଷ; ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ...

Advertisment

ଦଳ ସଭାପତିଙ୍କ ନିକଟରେ ପ୍ରତାପ ତାଙ୍କର ଦାବି ରଖିଛନ୍ତି । ଏହା ପୂର୍ବରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ନବୀନଙ୍କୁ ଚିଠି ଲେଖିଥିଲେ । ଏପରିକି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗରେ ଦଳର ସଭାପତିଙ୍କୁ ପଚାରିବୁ ବୋଲି କହିଥିଲେ । ତେବେ ଗତକାଲି ବିଜେଡିର କିଛି ବରିଷ୍ଠ ନେତା ନବୀନଙ୍କୁ ଭେଟିବା ପାଇଁ ଯାଇଥିଲେ । ଭେଟିବା ପରେ ପ୍ରସନ୍ନ ଆଚାର୍ଯ୍ୟ କିନ୍ତୁ ସିଧାସଳଖ ଭାବେ କୌଣସି ଉତ୍ତର ଦେଇନଥିଲେ । ଗତକାଲି ଅନ୍ୟତମ ବରିଷ୍ଠ ନେତା ବଦ୍ରି ନାରୟଣ ପାତ୍ର କହିଥିଲେ, ୱକଫ୍ ସଂଶୋଧନ ବିଲକୁ ନେଇ କିଛି ଖେଳ ହୋଇଛି । ଏହି ନିଆଁ ଏବେ କୁହୁଳିବାରେ ଲାଗିଛି । 

ତେବେ ସସ୍ମିତ କ'ଣ ନିଜେ ନିଜେ ଏପରି ନିଷ୍ପତ୍ତି ନେଇଥିଲେ ? ନା ସିଏ କାହା ନିର୍ଦ୍ଦେଶରେ ସୋସିଆଲ୍ ମିଡିଆରେ ଏହି  ପୋଷ୍ଟ କରିଥିଲେ ? ନା ତାଙ୍କ ଉପରେ କିଏ ଚାପ ପକାଇଥିଲା କି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି । ଅନେକ ମଧ୍ୟ ମତ ଦେଉଛନ୍ତି ଯେ, ଏହି ବିଲ ଉପରେ ଭୋଟିଂକୁ ନେଇ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହେବା ପରେ ଚିଠି ଲେଖା ଏକ ଡ୍ୟାମେଜ୍ କଣ୍ଟ୍ରୋଲ୍ ଷ୍ଟ୍ରାଟେଜୀ ମଧ୍ୟ ହୋଇପାରେ । ସାଂସଦ ସସ୍ମିତ ପାତ୍ର ଏବେ ସଂସଦୀୟ ଟିମରେ ବିଦେଶ ଗସ୍ତରେ ଯାଇଛନ୍ତି । ସେ ଫେରିଲା ପରେ ତାଙ୍କ ମତ ରଖିବେ ବୋଲି କହିଛନ୍ତି । 

Odisha Naveen Patnaik Pratap Jena Sasmit Patra WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ