Advertisment

BJD: ଦେବାଶିଷଙ୍କୁ ଅଣଦେଖା! ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ?

ଆସନ୍ତା ୨୬ରେ କଟକ ବିଜେଡି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ଛପା ଯାଇଥିବା କାର୍ଡରେ ଦେବାଶିଷଙ୍କ ନାଁ ନାହିଁ।

author-image
Chinmayee Sahoo
Debasish Samantaray

Debasish Samantaray

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିବା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପାଇଁ ହେଲା କି କାଳ। କଟକ ବିଜେଡିରେ ଗଡବଡ ନେଇ ଚାଲିଛି ଚର୍ଚ୍ଚା ।

Advertisment

ଦଶହରା ବନ୍ଧୁମିଳନ କାର୍ଯ୍ୟକ୍ରମ ପାଇଁ ଛପା ଯାଇଥିବା କାର୍ଡରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ। ଆସନ୍ତା ୨୬ ତାରିଖରେ କଟକ ବିଜେଡି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏକ କାର୍ଡ ବଣ୍ଟା ଯାଇଛି, ହେଲେ ଏଥିରୁ ଦେବାଶିଷଙ୍କ ନାଁକୁ ବାଦ ଦିଆଯାଇଛି।

କଟକ ମେୟର ସୁବାଷ ସିଂ, ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ନାଁ ଥିବା ବେଳେ ଦେବାଶିଷ ନାଁ ବାଦ ପଡିବାକୁ ନେଇ ରାଜନୀତି ସରଗରମ ହୋଇଛି। ଏ ନେଇ ଦେବାଶିଷଙ୍କ ସହ ତାଙ୍କ ସମର୍ଥକ ଖପ୍ପା ହୋଇଛନ୍ତି। ତେବେ ଦେବାଶିଷ ସାମନ୍ତରାୟ କିଛି ଦିନ ହେବ ଦଳ ବାବଦରେ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାକୁ ନେଇ ହାଇକମାଣ୍ଡ ଏବଂ କୋଟେରୀ ଗ୍ରୁପ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି।

Advertisment

ତେବେ ଏ ନେଇ ଦେବାଶିଷ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି। ଗତ ଶୁକ୍ରବାର ଦିନ ଶ୍ରୀମୟୀଙ୍କ ସପକ୍ଷରେ କହିଥିଲେ ଦେବାଶିଷ । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ସେ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ରହିଛି ବୋଲି କହିଥିଲେ ଦେବାଶିଷ ।

ଅଧିକ ଦେଖନ୍ତୁ:

Debasish Samantaray Odisha Politics
Advertisment
Advertisment