Advertisment

Manmohan Counters Naveen: ନବୀନ ପଟ୍ଟନାୟକଙ୍କୁ ଧୋଇଦେଲେ ମନମୋହନ ସାମଲ, କହିଲେ ଉତ୍ତର ଦିଅ

ଫଲ୍ସ ନ୍ୟାରେଟିଭ୍ କଣ ? ଏମିତି କହିଦେଲେ ହେବନି । ଗୋଟିଏ ଗୋଟିଏ କରି କୁହ । ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ । ନବୀନଙ୍କୁ ଏମିତି ଚେତାବନୀ ଦେଲେ ମନମୋହନ ।

ଅଦ୍ୟତନ ହୋଇଛି
Manmohan Counters

Manmohan Counters

Advertisment

ନବୀନ ପଟ୍ଟନାୟକ ନବମ ଥର ବିଜେଡି ସଭାପତି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ନବୀନ ବାବୁ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଯାହା ଯାହା କହିଥିଲା ସବୁ ସତ ଥିଲା । କେନ୍ଦ୍ରୀୟ ଅନୁଦାନ ଗତ ୯ ବର୍ଷ ଭିତରେ ଆସିଛି ଓ କେତେ ଖର୍ଚ୍ଚ ହୋଇଛି ବୋଲି ଆମେ ତାଙ୍କୁ ପ୍ରଶ୍ନ ପଚାରିଥିଲୁ, ମାତ୍ର ଆମ ପ୍ରଶ୍ନର ଉତ୍ତର ଏଯାଏଁ ନବୀନ ଦେଇ ପାରିନାହାନ୍ତି । ସେମାନେ କେନ୍ଦ୍ରୀୟ ଅନୁଦାନର ଅପବ୍ୟବହାର କରିଛନ୍ତି । ନବୀନ ବାବୁ ଖାଲି ଫଲ୍ସ ନ୍ୟାରେଟିଭ୍ କହିଦେଲେ ହେବ ନାହିଁ । କହୁଛନ୍ତି ଯଦି; ଏକ, ଦୁଇ କରି କୁହନ୍ତୁ। କଣ କଣ ଫଲ୍ସ ନ୍ୟାରେଟିଭ୍ । ସେ କହିଲେ ଆମେ ତାର ଉତ୍ତର ନିଶ୍ଚୟ ଦେବୁ ।

Advertisment

ଆମେ କହିଥିଲୁ, ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ । ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିଲେ । ତାଙ୍କ ଦଳରେ ଗଣତନ୍ତ୍ର ନଥିବା ମଧ୍ୟ କହିଥିଲୁ ବୋଲି କହିଛନ୍ତି ମନମୋହନ । ସେମାନେ ଉତ୍ତର ଦେଇପାରିଲେନି ମାନେ ସେମାନେ ଅଯୋଗ୍ୟ । ଏଣୁ ଓଡ଼ିଶାର ଲୋକେ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ସୁଯୋଗ ଦେଲେ ବୋଲି ମନମୋହନ କହିଛନ୍ତି । ତେବେ ଗଣତନ୍ତ୍ରରେ ବିରୋଧୀ ରହିବା ଶୁଭଙ୍କର ବୋଲି ମଧ୍ୟ ସେ କହିଛନ୍ତି । 

Advertisment

 ୨୦୨୪ ନିର୍ବାଚନରେ ବିଜେଡି କାହିଁକି ହାରିଲା ସେନେଇ ମୁହଁ ଖୋଲିଥିଲେ ବିଜେଡି ସୁପ୍ରିମୋ । ପୁଣି ଥରେ ସଭାପତି ହେବା ପରେ ସେ କହିଥିଲେ, ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ହାରିଛି । ଫଲ୍ସ ନ୍ୟାରେଟିଭ୍‌ ପାଇଁ ଅଳ୍ପ ଭୋଟ୍‌ରେ ହାରିଲୁ । ସାମାଜିକ ଗଣମାଧ୍ୟମରେ ଉନ୍ନତି ଆଣି ଲୋକଙ୍କ ପାଖରେ ପହଞ୍ଚିପାରିବ । ଏଥିସହ ଟେକ୍ନୋଲୋଜି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ନବୀନ । ବିଜେଡି କର୍ମୀ ଭାଇଭଉଣୀଙ୍କ ଉପରେ ପୂରା ଭରସା ଅଛି ସେମାନଙ୍କୁ ଗାଁ ଗାଁରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ନବୀନ ପରାମର୍ଶ ଦେଇଥିଲେ। ଏହା ପରେ ଫଲ୍ସ ନ୍ୟାରେଟିଭ୍ ନେଇ ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି ରାଜ୍ୟ ବିଜେପି ସଭାପତି । 

ଅଧିକ ପଢ଼ନ୍ତୁ: ନବମ ଥର ସଭାପତି ହେଲେ ନବୀନ, କିନ୍ତୁ ଶଙ୍ଖ ଭବନ ଆସିଲେନି ଭେଟ୍‌ରାନ୍‌ ନେତା

Advertisment
Naveen Patnaik BJD BJP Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ