Advertisment

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି !

ଆସନ୍ତା ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଅଦ୍ୟତନ ହୋଇଛି
PM Modi To Visit Odisha

PM Modi

Advertisment

ଚଳିତ ମାସ ଶେଷ ଆଡ଼କୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ସମୟରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ଏବଂ ପରେ ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ତେବେ ଖୁବଶୀଘ୍ର ଚୂଡ଼ାନ୍ତ ତାରିଖ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରି ଏହି ସୂଚନା ଦେବା ସହ ମନମୋହନ ଆହୁରି କହିଛନ୍ତି, ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚିବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଦଳୀୟ କର୍ମୀ ଲୋକଙ୍କୁ ଅବଗତ କରିବେ।

ଆସନ୍ତା ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହିଦିନ ନବରଙ୍ଗପୁର, ଗଞ୍ଜାମ ଓ ମୟୂରଭଂଜରେ ଦଳୀୟ କାର୍ଯ୍ୟକ୍ରମରେ ରାଜନାଥ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment

ଏକକ ନିର୍ବାଚନ ଉପରେ ପୁଣି ବିଜେପିର ଗୁରୁତ୍ୱ। ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ କମିଟି ଚେୟାରମ୍ୟାନ୍ ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏକ ଟିମ୍ ରାମନାଥ କୋବିନ୍ଦଙ୍କୁ ଭେଟିଛି। ଏହି ଟିମ କମିଟି ଅଧ୍ୟକ୍ଷଙ୍କୁ ଜଣାଇଛି ଯେ, ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷ ସାରା ଦେଶର କେଉଁଠି ନା କେଉଁଠି ନିର୍ବାଚନ ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ। ଲୋକଙ୍କ ବିକାଶ ପାଇଁ ହେଉଥିବା କାମରେ ଏହାଦ୍ୱାରା ଅନେକ ବାଧା ଉପୁଜୁଛି। ଲୋକଙ୍କ ଉନ୍ନତି ଓ ଆର୍ଥିକ ବୋଝ ବି ଏହାଦ୍ୱାରା ସୃଷ୍ଟି ହୋଇଥାଏ।

BJP PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ