ଉଠୁଛି ପଡ଼ୁଛି ପଦ୍ମପୁର; ବିଜେଡି ସୁପ୍ରିମୋ କହିଲେ, ମୁଁ କଥାରେ ନୁହଁ...

ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ।

Padampur Bypoll

ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପୁଛି ପଦ୍ମପୁର ମଇଦାନ । ଉପନିର୍ବାଚନ ପ୍ରଚାର ପାଇଁ ଆଜି ପଦ୍ମପୁର ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ । ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ପଦ୍ମପୁର ନିର୍ବାଚନ ପ୍ରଚାର ବେଳେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଛନ୍ତି ନବୀନ । ସେ ଆହୁରି କହିଲେ ଯେ, ‘ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢୁଛି । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମା’ ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଆପଣମାନଙ୍କ ଅନେକ ଦାବି ରହିଛି, ଆପଣମାନଙ୍କ ସ୍ୱପ୍ନ ସାକାର ହେବ’ ।

ଅଧିକ ପଢ଼ନ୍ତୁ: ‘ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ’

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୨୦୦୧ରେ ବରଗଡ଼ ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା । ତେଣୁ ତାଙ୍କର ଏହି ପ୍ରଚାର ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ପ୍ରଚାର ପାଇଁ ଗତକାଲି ରେଳ ଯୋଗେ ପଦ୍ମପୁର ଗସ୍ତରେ ଯାଇଥିଲେ ଅପରାଜିତା ।