Advertisment

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ଆପଣ କଣ ହିଟଲର ?

ପୁରାସଭାରେ ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପୂର୍ବ କାମକୁ ବେସ୍ ବଖାଣିବା ସହ ସେ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର।

author-image
Chandan Shishu
ଅଦ୍ୟତନ ହୋଇଛି
Padampur politics

Padampur politics

ପଦ୍ମପୁର ଗଡ଼ ଅକ୍ତିଆର ପାଇଁ ଜୋରଦାର କସରତ। ବିଜେପିର ହାଇଭୋଲ୍ଟେଜ୍ କ୍ୟାଂପେନ୍ ପୂର୍ବରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ପରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାଣ୍ଡୋସିଲ୍ ସଭାରେ ଚାଷୀ ପ୍ରସଙ୍ଗ ଉଠାଇ କହିଛନ୍ତି ମୋଦି ସରକାର ଚାଷୀଙ୍କ ପାଇଁ କେନ୍ଦ୍ରରୁ ଟଙ୍କା ପଠାଉଛନ୍ତି। ମାତ୍ର ନବୀନ ସରକାର ଏଠି ମିଲରଙ୍କ ସହ ମିଶି ଚାଷୀଙ୍କୁ ଲୁଟୁଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ପୂର୍ବର ସୋହେଲା ସଭାକୁ ମନେ ପକାଇ କହିଛନ୍ତି, କେନ୍ଦ୍ର ଯାହା ଦେବ ଚାଷୀଙ୍କୁ ସେ ୧୦୦ ଟଙ୍କା ଅଧିକ ଦେବେ ବୋଲି କହିଥିଲେ। ହେଲେ କେତେ ଟଙ୍କା ଦେଇଛନ୍ତି ? ଚାଷୀ ପ୍ରସଙ୍ଗରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କେତେଥର କଥା ହୋଇଛନ୍ତି ? ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ଚାଷୀଙ୍କ ଜମିକୁ ବୁନ୍ଦେ ବି ପାଣି କାହିଁକି ମାଡୁନି ଭଳି ପ୍ରଶ୍ନବାଣରେ ଛନ୍ଦିଛନ୍ତି।

ଅଧିକ ପଢ଼ନ୍ତୁ: ‘ଧାମନଗରରେ ପରିବର୍ତ୍ତନ ହୋଇଛି, ପଦ୍ମପୁରରେ ବି ପରିବର୍ତ୍ତନ ହେବ’

ସେହିପରି ବିଧାନସଭାରେ ଲିଖିତ ପ୍ରଶ୍ନୋତ୍ତର ଦେଖାଇବା ମୁଖ୍ୟନ୍ତ୍ରୀଙ୍କ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବି ଟାର୍ଗେଟ୍ କରି ପାଇକମାଳରେ ସ୍ବାସ୍ଥ୍ୟମନ୍ତ୍ରୀ ଟଙ୍କା ମୁଣି ଧରି ବୁଲୁଛନ୍ତି। ଏମାନେ ଜାନକୀ ସରକାରକୁ ବୁଡ଼େଇଥିଲେ, ନବୀନଙ୍କୁ ବି ବୁଡ଼ାଇବେ ବୋଲି କହିବା ସହ ୨୨ ବର୍ଷ ଧରି ରାଜ୍ୟରେ ଚାଲିଥିବା ଏଠିକା ସରକାରକୁ ହଟାଇବାକୁ ପଡ଼ିବ ବୋଲି ଦୃଢୋକ୍ତି ବାଢ଼ିଛନ୍ତି। ଏଥିସହ ସଭା ପରେ ବିଜେପି କର୍ମୀଙ୍କୁ ବିଜେଡି ପକ୍ଷରୁ ଆକ୍ରମଣର ଅଭିଯୋଗ ଆଣି ଆପଣ କଣ ହିଟଲର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। 

Advertisment

ପୁରାସଭାରେ ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପୂର୍ବ କାମକୁ ବେସ୍ ବଖାଣିବା ସହ ସେ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଥିଲେ।  ତା ସହ କଂଗ୍ରେସକୁ ବାଣମାରି କହିଥିଲେ କଂଗ୍ରେସ କୁ ଭୋଟ୍ ଦେଲେ ତାହା ବିଜେଡିକୁ ଯିବ। ଏପଟେ ବିଜେଡି ଓ କଂଗ୍ରେସ ବି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ସଭା, ଶୋଭାଯାତ୍ରା ରୋଡ୍ ସୋ ମାଧ୍ୟମରେ ନବୀନ ସରକାରର ସଫଳତା ଓ କେନ୍ଦ୍ର ସରକାରର ବିଫଳତାକୁ ଅସ୍ତ୍ର କରି ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍ ମାଗୁଛି ବିଜେଡି।

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀମୟୀ ମିଶ୍ରଙ୍କ ସହ ନିଜେ ବର୍ଷା ଆଜି ପାଇକମାଳ ବ୍ଲକ୍‌ର ଛେତଗାଁ, ଭୁବନଶ୍ୱରପୁର, ମିଟ ମିଠା ପାଲି ପଞ୍ଚାୟତରେ ପ୍ରଚାର କରିଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣଙ୍କ ପାଇଁ ଆଜି ପ୍ରଚାର ମୈଦାନ୍‌କୁ ଓହ୍ଲାଇଛନ୍ତି ଓ଼ଡିଶା ପ୍ରଭାରୀ ଚେଲ୍ଲା କୁମାର। ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ ଓ ସୁର ରାଉତରାୟ ପ୍ରମୁଖଙ୍କ ସହ ନୃସିଂହନାଥ ମନ୍ଦିରରୁ ଏକ ବାଇକ୍ ଶୋଭାଯାତ୍ରାରେ ଯାଇ ପ୍ରଚାର କରିଛନ୍ତି ଦଳର ଓଡ଼ିଶା ପ୍ରଭାରୀ।

ପ୍ରଚାର ପାଇଁ ମଝିରେ ଆଉ ମାତ୍ର ୪ ଦିନ ଥିବାରୁ ଭୋଟରଙ୍କୁ ମନେଇବାକୁ ଜି ଜାନ୍ ଲଗେଇ ଦେଇଛନ୍ତି ସବୁ ଦଳ। ଆଗକୁ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୈଦାନ୍‌କୁ ଓହ୍ଲାଇବାକୁ ଥିବା ବେଳେ କଂଗ୍ରେସ ମଧ୍ୟ ହେଭିେଓ୍ୱଟ୍ ରାଜ୍ୟସ୍ତରୀୟ ନେତାଙ୍କ ସହ ପ୍ରଚାର ଅଭିଯାନକୁ ଜୋର୍ଦାର କରିବାକୁ ଲକ୍ଷ୍ୟ ରଖିଛି।

BJD BJP Congress padmapur-bypoll
Advertisment
Advertisment