• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାର ବିକାଶ ଲାଗି ଦରକାର ଡବଲ ଇଂଜିନ ସରକାର । ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ପ୍ରଚାର କରି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଝାରବନ୍ଧ ବ୍ଲକ ବିଳାସପୁର ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ, ୨୨ ବର୍ଷ ହେଲା ଶାସନ କରୁଥିବା ଦଳ ପଦ୍ମପୁରର ବିକାଶ କରିପାରିନି ।

ଏହି ଅଞ୍ଚଳରେ ତାଙ୍କର ମାମୁଘର ସେ ପିଲାବେଳେ ଏଠାକୁ ନିୟମିତ ଆସୁଥିଲେ । ପିଲାବେଳେ ଏଠି ଯେଉଁ ସମସ୍ୟା ଦେଖିଥିଲେ ଆଜି ବି ସେହି ସମସ୍ୟା । ଚାଷୀଙ୍କ ପାଇଁ ନବୀନ ବାବୁ କଣ କରିଛନ୍ତି ବୋଲି ପଚାରିଛନ୍ତି ବୈଜୟନ୍ତ । ୨୨ ବର୍ଷ ତଳେ ନବୀନ କହିଥିଲେ ୩୩ ପ୍ରତିଶତ ଜମିକୁ ଜଳସେଚନ କରାଯିବ । ଏବେ ୨୨ ବର୍ଷ ପରେ କେତେ ଜମି ଜଳସେଚିତ ହୋଇଛି ବୋଲି ପଚାରିଛନ୍ତି ବୈଜୟନ୍ତ ।

ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ମୋଦି ସରକାର ପ୍ରଚୁର ଟଙ୍କା ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ସର୍ଭେ କାମ କରିନାହାନ୍ତି କି ବିକାଶ ପାଇଁ ଉଦ୍ଦେଶ୍ୟ ନାହିଁ । ୩ ବର୍ଷ ତଳେ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା କରିଦେବେ । ପ୍ରତିଶ୍ରୁତି ରଖିଛନ୍ତି କି ବୋଲି ପଚାରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ଏବେ ପରିବର୍ତ୍ତନ ଆରମ୍ଭ ହୋଇଗଲାଣି । ୨୨ ବର୍ଷର ଠକେଇ ସମୟ ସରିଆସିଲାଣି । କେନ୍ଦ୍ରୀୟ ଯୋଜନା ଅନୁଦାନରେ ଫଟୋ ଲଗାଇ କ୍ରେଡିଟ ନେଉଛି ରାଜ୍ୟ । ଉପକୂଳରେ ପରିବର୍ତ୍ତନ ଆରମ୍ଭ ହୋଇଛି, ପଶ୍ଚିମରେ ବି ପରିବର୍ତ୍ତନ ହେବ । ଧାମନଗରରେ ପରିବର୍ତ୍ତନ ହୋଇଛି, ପଦ୍ମପୁରରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ବୈଜୟନ୍ତ । ଧାମନଗରରେ ହାରିବା ପରେ ବିଜେଡି ଘାବରେଇ ହିଂସାକାଣ୍ଡ ଆରମ୍ଭ କଲାଣି ବୋଲି ସେ କହିଛନ୍ତି ।